ରାତିପାହିଲେ ପବିତ୍ର ମାଘସପ୍ତମୀ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ରାତି ପାହିଲେ ପବିତ୍ର ମାଘସପ୍ତମୀାଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ପ୍ଲାଟୁନ୍ ପୁଲିସଫୋର୍ସା ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧଚନ୍ଦ୍ରଭାଗାରେ ବୁଡପକାଇବେ ହଜାର ହଜାରଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣକରାଯାଇଛି।ମହାମାରୀ କରୋନା ହଟିବାପରେ ଚଳିତବର୍ଷ ପ୍ରଥମଥରପାଇଁ ଚନ୍ଦ୍ରଭାଗାରେ ବୁଡହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବାପାଇଁ ଆଜି ପୁରୀଏସ୍‌ପି କନ୍ୱରବିଶାଳସିଂ ଚନ୍ଦ୍ରଭାଗାତୀର୍ଥ ନିକଟରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷାକରିଛନ୍ତି। ସେହିଭଳିଭାବେ ଆସନ୍ତାକାଲିଠାରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ହେବାକୁ ଯାଉଛି । ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଜପତପପାଇଁ ଖଣ୍ଡଗିରି ପାହାଡ଼ରେ ଆସି ଆସ୍ଥାନ ଜମାଉଥିବାର ଦେଖିବାକୁ ମିଳିଛି ।

Comments (0)
Add Comment