Browsing monthly archive

February 2023

ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀ ମାସ ୧୬ ତାରିଖ ଗୁରୁବାର ,ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ (ପଙ୍କୋଦ୍ଧାର) ଏକାଦଶୀ, ପ୍ରାଚୀ ପରିକ୍ରମା ଉଦ୍ ଯାପନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୯/୧୧ ,ସୂର୍ଯ୍ୟାସ୍ତ- ଘ୫/୪୨/୩୭ ,ଫାଲ୍ଗୁନ ମାସ ,କୃଷ୍ଣ ପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୨/୩୭ମି ପର୍ଯ୍ୟନ୍ତ  ତଦନ୍ତେ ଦ୍ବାଦଶୀ। ,ନକ୍ଷତ୍ର- ମୂଳା ରାତ୍ରି ଘ୧୧/୧୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ରାତ୍ରି ଘ୨/୩୭ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟରୁ […]

ମହିଳାIICଙ୍କ ଗାଲରେ ହାତମାରି ମୁହଁ ପେଲିଦେଲେ…

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ମହିଳାIICଙ୍କ ଗାଲରେ ହାତମାରି ମୁହଁ ପେଲିଦେଲେ ଜୟନାରାୟଣ ମିଶ୍ର । ପରେ IICବି କଲେ ପ୍ରତିଆକ୍ରମଣ । ପୁଣିଚର୍ଚ୍ଚାରେ ବିଜେପିନେତା ଜୟନାରାୟଣା ସମ୍ବଲପୁର ଧନୁପାଲ୍ଲୀଥାନା‌ଓଓଉ ଅନୀତାପ୍ରଧାନଙ୍କୁ ବିରୋଧୀଦଳନେତା ଜୟନାରାୟଣମିଶ୍ରଙ୍କ ଉଦ୍ଦେଶ୍ୟମୂଳକ ଆକ୍ରମଣ ଅଭିଯୋଗ । ଥାନାପୋଡ଼ିଦେବାକୁ ବି ଦେଲେ ଧମକା ସୂଚନାଯୋଗ୍ୟଯେ, ଆଜି ବିଜେପିପକ୍ଷରୁ ଜିଲ୍ଲାପାଳଙ୍କଅଫିସ ଘେରାଉବେଳେ ଧସ୍ତାଧସ୍ତି କଥା କଟାକଟି ଓ ଠେଲାପେଲା ହୋଇଥିଲା ।

କଂଗ୍ରେସରେ ମିଶିଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଆଜି କଂଗ୍ରେସଦଳରେ ସାମିଲହେଲେ ପ୍ୟାରିମୋହନ ମହାପାତ୍ରଙ୍କଝିଅ ସିକ୍ତାପତି। । ଆଜିଅପରାହ୍ନରେ କଂଗ୍ରେସଭବନରେ ସେ ପ୍ରଭାରୀ ଚେଲ୍ଲାକୁମାର, ସଭାପତି ଶରତପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ସେଲଫି ନେଉଥିଲେ ଜଳିଗଲେ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)କଲ୍ୟାଣସିଂହପୁରରେ ନାଲକୋ ଟ୍ରେନଉପରେ ଚଢ଼ି ସେଲ୍ଫି ନେବା ହୋଇଛି କାଳ। ଟ୍ରେନ ଲାଇନତାର ସଂସ୍ପର୍ଶରେଆସି ଜଳିଯାଇଛନ୍ତି ଯୁବକାଏହାସହ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତିା ଏଭଳିଘଟଣା ଘଟିଛି କଲ୍ୟାଣସିଂହପୁରଥାନା ଅନ୍ତର୍ଗତ ଭାଲୁମସ୍କା ରେଳଷ୍ଟେସନ ନିକଟରେ । ମାଲବାହୀଟ୍ରେନ୍ ଉପରେ ଚଢ଼ି ସେଲଫି ନେବାବେଳେ ଅଘଟଣ ଘଟିଛି । ଘଟଣାସ୍ଥଳରେ ରେଳବାଇପୋଲିସ ପହଞ୍ଚି ତଦନ୍ତକରୁଛି। ମୃତଯୁବକ ଜଣକ କାଶୀପୁରବ୍ଲକର ବୋଲି ଜଣାପଡ଼ିଛିା  

ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ବଜେଟଅଧିବେଶନ ପାଇଁ ଫେବୃଆରି ୨୦ରେ ବସିବ ବିଧାନସଭା ସର୍ବଦଳୀୟବୈଠକ ।ବାଚସ୍ପତି ବିକ୍ରମକେଶରୀଆରୁଖଙ୍କ ଅଧ୍ୟକ୍ଷତାରେ ଏହିବୈଠକ ଅନୁଷ୍ଠିତ ହେବ।ବଜେଟ ଅଧିବେଶନକୁ ସୁଚାରରୂପେ ଚଳାଇବାପାଇଁ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।  

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ଏହି ଭୂମିକମ୍ପ ୱେଲିଂଟନ ନିକଟସ୍ଥ ଲୋୟର ହଟରୁ ୭୮ କିମି ଦୂରରେ ହୋଇଛି।ସରକାରୀ ଭୂବିଜ୍ଞାନକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ୪୮କିମି ଗଭୀରରୁ ଭୂମିକମ୍ପର ଝଟ୍‌କା ଅନୁଭୁତ ହୋଇଛି। ୬.୧ ତୀବ୍ରତାର ଝଟ୍‌କା ଲାଗିଥିବାର କୁହାଯାଇଛି ।

ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ପୁଣିଥରେ ଧୁମଧାମରେ ବାହାହୋଇ ଜୀବନସାଥୀ ଭାବେ ଅଭିନେତ୍ରୀ ନତାଶାଙ୍କ ହାତ ଧରିଲେ ହାର୍ଦ୍ଦିକ ପାଣ୍ଡ୍ୟା ।ଏହା ତାଙ୍କର ଦ୍ବିତୀୟଥର ବିବାହଉତ୍ସବ ।ସେ ପତ୍ନୀଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କ ସହିତ ପୁଣିଥ‌ରେ ସାତଫେରା ନେଇ ଚର୍ଚ୍ଚାରେ ରହିଛନ୍ତି।ନତାଶା ହେଉଛନ୍ତି ସର୍ବିଆର ଜଣେ ଲୋକପ୍ରିୟଅଭିନେତ୍ରୀ ଏବଂ ଡ୍ୟାନ୍ସରଭାବେ ଜଣାଶୁଣା। ସେ ପ୍ରକାଶଝା’ଙ୍କ ଫିଲ୍ମ ‘ସତ୍ୟାଗ୍ରହ’ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ।ଦୁହିଁଙ୍କ ଏକ ସନ୍ତାନରହିଛି। ଯାହାଙ୍କ ନାମ ହେଉଛି ଅଗସ୍ତ୍ୟା

ମାଗଣାରେ ୩ଦିନ ତାଜମହଲ ବୁଲପାରିବେ ପର୍ଯ୍ୟଟକ

ଭୁବନେଶ୍ୱର,୧୫ା୨(ଏସଏସନିଉଜ)ତିନିଦିନ ମାଗଣାରେ ତାଜମହଲବୁଲିବା ସହିତ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତକବରକୁ ଅତି ନିକଟରୁ ଦେଖିପାରିବେ ପର୍ଯ୍ୟଟକ ।ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମପୂର୍ଣ୍ଣତିଥି ଅବସରରେ ଫେବୃଆରି୧୭ ଓ ୧୯ତାରିଖରେ ଆଗ୍ରା ତାଜମହଲରେ ପ୍ରବେଶ ମାଗଣାରେ କରିପାରିବେ ପର୍ଯ୍ୟଟକ।ଉର୍ସର ମୁଖ୍ୟଆକର୍ଷଣ ସବୁବର୍ଷଭଳି ସର୍ବଧର୍ମ ସଦ୍‌ଭାବରପ୍ରତୀକ ସତରଙ୍ଗୀଚାଦର ରହିବ। ୧,୪୫୦ମିଟରର ଚାଦର ଶାହାଜାହାନଙ୍କ କବରରେ ଚଢ଼ାଯିବ। ଏହାପରେ ତାଜମହଲ ପ୍ରାଙ୍ଗଣରେ ଲଙ୍ଗର ବଣ୍ଟାଯିବ।

ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆଜି ଭାରତ-ୱେଷ୍ଟଣ୍ଡିଜ୍ ମଧ୍ୟରେ ଲଢ଼େଇ ହେବ ।ଗ୍ରୁପ୍-୨ରେଥିବା ଏହି ଦୁଇଦଳ ପରସ୍ପରକୁ ଆଜି ଭାରତୀୟ ସମୟ ସନ୍ଧ୍ୟା ସାଢ଼େ୬ଟାବେଳେ ନ୍ୟୁଜିଲାଣ୍ଡର କେପ୍‌ଟାନ୍‌ରେ ଭେଟିବେ।କ୍ରିକେଟପ୍ରେମି ଏହି ମ୍ୟାଚ୍‌କୁ ଷ୍ଟାରସ୍ପୋଟ୍ସରେ ଦେଖିପାରିବେ। ଏହାଛଡ଼ାDisney+ Hotstar app and website ଜରିଆରେ ମଧ୍ୟ ଦେଖିପାରିବେ।

ପରିବହନବିଭାଗ କାଟିଲା ଚାଲାଣ

ଭୁବନେଶ୍ୱର,୧୫ା୨(ଏସଏସନିଉଜ) ହାଇସିକ୍ୟୁରିଟି ନମ୍ବରପ୍ଲେଟ ଲଗାଇ ନଥିବା ଗାଡ଼ି ମାଲିକଙ୍କୁ ଜରିମାନା ହୋଇଛି ।ଗାଡ଼ିମାଲିକଙ୍କ ବିରୋଧରେ ଚାଲାଣକାଟିଲାଣି ପରିବହନ ବିଭାଗା ଗତ ୧୧ଦିନ ମଧ୍ୟରେ ୨୬୭୪ଟିଯାନ ନାଁରେ ଚାଲାଣ କଟାଗଲାଣିାଶେଷଅକ୍ଷର ୮ପର୍ଯ୍ୟନ୍ତ ଡେଡଲାଇନ ସରିଥିବାରୁ କଟାଯାଉଛି ଚାଲାଣା କେବଳ୯ ଓ ୦ପାଇଁ ଶେଷତାରିଖ ରହିଛି ଫେବ୍ରୁଆରୀ ୨୮ା