ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀ ମାସ ୧୬ ତାରିଖ ଗୁରୁବାର ,ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ (ପଙ୍କୋଦ୍ଧାର) ଏକାଦଶୀ, ପ୍ରାଚୀ ପରିକ୍ରମା ଉଦ୍ ଯାପନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୯/୧୧ ,ସୂର୍ଯ୍ୟାସ୍ତ- ଘ୫/୪୨/୩୭ ,ଫାଲ୍ଗୁନ ମାସ ,କୃଷ୍ଣ ପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ରାତ୍ରି ଘ୨/୩୭ମି ପର୍ଯ୍ୟନ୍ତ  ତଦନ୍ତେ ଦ୍ବାଦଶୀ। ,ନକ୍ଷତ୍ର- ମୂଳା ରାତ୍ରି ଘ୧୧/୧୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ରାତ୍ରି ଘ୨/୩୭ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟରୁ ରାତ୍ରି ଘ୨/୩୭ମିପର୍ଯ୍ୟନ୍ତ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ର ଶୁଦ୍ଧି।ଘାତଚନ୍ଦ୍ର–ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ଘାତ ବାର–ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧୧/୧୨ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରା ଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ–ଶିମ୍ବ ଭକ୍ଷଣ ନିଷେଧ।ଅଶୁଭ ବେଳା-(କାଳ ଓ ବାରବେଳା) ଦିବା ଘ୨/୫୧ମି ରୁ ସୂର୍ଯ୍ୟାସ୍ତ ଘ୫/୪୩ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୨/୦ମି ରୁ ଘ୧/୩୪ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତ) ରାତ୍ରି ଘ୧୨/୫୬ମି ରୁ ଘ୩/୨୦ମିପର୍ଯ୍ୟନ୍ତ ।
ମାହେନ୍ଦ୍ର ବେଳା-ସୂର୍ଯ୍ୟୋଦୟ ରୁ ଦିବା ଘ୭/୫୪ମି ମଧ୍ୟେ, ଘ୧୦/୬ମି ରୁ ଘ୧୨/୩୦ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ– ମୃତ ବ୍ୟକ୍ତିର ରାତ୍ରି ଘ୨/୩୭ମି ପରେ ୧ ପାଦ ପୁଷ୍କର ଦୋଷ। ଫଳଂ ପଶୁ ହାନି ଓ ଅନ୍ନ ଦାନ। ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୧୧/୧୨ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା, ସୁବର୍ଣ୍ଣ ଓ ହଳଦୀଆ ବସ୍ତ୍ର ଦାନ। ରଜଶ୍ଚକ୍ରେ ପୁତ୍ରିଣୀ। ରାତ୍ରି ଘ୨/୩୭ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ଶାନ୍ତି କରଣୀୟ।ଶୁଭ କର୍ମ – ୧୯ ନକ୍ଷତ୍ରର ୧ମ ପାଦ ଗଣ୍ଡ, ୨ୟ ପାଦ ବିଦ୍ଧ ହେତୁ ଦିବା ଘ୧୨/୭ମି ପରେ ରାତ୍ରି ଘ୧୧/୧୨ମି ମଧ୍ୟେ ୧୯ ନକ୍ଷତ୍ରେ ବିବାହ (ପାଣିଗ୍ରହଣ) ଅଦ୍ୟ ୧୯ ନକ୍ଷତ୍ରେ ଋଗ୍ ବେଦୀ ବ୍ରତ, ଗୃହ ପ୍ରବେଶ, ବୃକ୍ଷରୋପଣ, ନୌକାଗଠନ, ବିଦ୍ୟାରମ୍ଭ, ଔଷଧକରଣ ଓ ସେବନ, ଧାନ୍ୟଚ୍ଛେଦନ ଓ ସ୍ଥାପନ।
ମେଷ-ପରିବହନ କ୍ଷେତ୍ରରେ ସମସ୍ୟା ଗୁଡ଼ିକର ଅନ୍ତ ହେବ।ଖାଲି ସମୟରେ ଆନନ୍ଦ ନେଇ ପାରିବେ।ଏହା ବ୍ୟତୀତ ବିଦେଶ ଯାଇ ଶିକ୍ଷା ଅର୍ଜନ କରିବା ପାଇଁ ଚାହୁଁ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ରହିବ।
ବୃଷ-ଆପଣ ନିଜର ଖାଲି ସମୟ ଆଜି ଆପଣ ନିଜର ବନ୍ଧୁ ମାନଙ୍କ ସହିତ ଅତିବାହିତ କରିବେ ଏହା ବ୍ୟତୀତ ଏପରି କୌଣସି ଲୋକଙ୍କୁ ଧାର ଦିଅନ୍ତୁ ନାହିଁ ଯିଏ ଆପଣଙ୍କୁ ପୂର୍ବରୁ ଅର୍ଥ ଫେରାଇ ନାହାନ୍ତି।
ମିଥୁନ-ଅଜଣା ବ୍ୟକ୍ତି ଓ ନିଜର ବନ୍ଧୁ ମାନଙ୍କ ପାଖରୁ ମଧ୍ୟ ସାବଧାନ ରୁହନ୍ତୁ।ଏହା ବ୍ୟତୀତ ଆପଣ ଆଜି ନିଜର ପରିବାର ଲୋକଙ୍କ ପାଖରୁ ଧନ ସଞ୍ଚୟ କରିବାର ଉପଦେଶ ନିଅନ୍ତୁ।
କର୍କଟ-କ୍ରୀଡା ସଙ୍ଗୀତ କ୍ଷେତ୍ରରେ ଆପଣ ବିଶେଷ ଭାବରେ ସଫଳତା ଅର୍ଜନ କରିବାର ଅନେକ ବିଶେଷ ସମ୍ଭାବନା ରହିଛି ଏହା ବ୍ୟତୀତ ଆପଣ ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ବିରୋଧର ସମ୍ମୁଖିନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଅଛି।
ସିଂହ-ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ।ଏହା ବ୍ୟତୀତ ଅଧିକ ତେଲ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ଏହା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ।
କନ୍ୟା-କର୍ମ କ୍ଷେତ୍ରରେ ଆଳସ୍ୟ କାରଣରୁ ବନ୍ଧୁ ମାନଙ୍କ ସମ୍ମୁଖରେ ଅପମାନିତ ହୋଇ ପାରନ୍ତି ଏହା ବ୍ୟତୀତ ବ୍ୟବସାୟ କ୍ଷେତ୍ରରେ ଅଧିକ ଆଶା କରିବା ଫଳରେ ଆପଣ ନିରାଶର ସମ୍ମୁଖୀନ ହେବାର ମଧ୍ୟ ଅନେକ ସମ୍ଭାବନା ରହିଛି।
ତୁଳା-ଏହା ବ୍ୟତୀତ ଆଜି ଆପଣ ଯଥା ଶୀଘ୍ର ନିଜରକାର୍ଯ୍ୟ ଶେଷ କରି ନିଜର ପରିବାର ସହିତ ସମୟ ବିତାଇବା ପାଇଁ ଆସିବେ।ଯାହା ଫଳରେ ପରିବାର ଲୋକ ଅନେକ ଖୁସି ଅନୁଭବ କରିବେ ଓ ଆପଣ ମଧ୍ୟ ତାହା ଅନୁଭବ କରି ପାରିବେ।
ବିଛା-ଆଜି ଆପଣଙ୍କୁ ଯାତ୍ରା ଓ ଅର୍ଥ ଖର୍ଚ୍ଚ କରିବା ପାଇଁ ଅନେକ ମନ କରିବ।ଏହା ବ୍ୟତୀତ ଆଜି ଆପଣ କିଛି ଦୂର ସ୍ଥାନକୁ ଯାତ୍ରା କରିବାର ମଧ୍ୟ ସମ୍ଭାବନା ରହି ଅଛି।ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେ ସବୁ କାର୍ଯ୍ୟକାରୀ କରିବା ପାଇଁ ସମୟ ମିଳିଯିବ।
ଧନୁ-ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ।ଏହା ବ୍ୟତୀତ ଗରିବ ଲୋକ ମାନଙ୍କୁ ଦାନ ଧର୍ମ କରିବା ଫଳରେ ସେମାନଙ୍କ ଆଶୀର୍ବାଦ ପାଇ ପାରିବେ, ଦାନ ଦେବା ଶୁଭକାର୍ଯ୍ୟ ଅଟେ।
ମକର-ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ଅଧିକାରୀ ମାନେ କାମ କରିବା ପାଇଁ ଆପଣଙ୍କ ସହାୟତା ଲୋଡ଼ିବେ ଏହା ବ୍ୟତୀତ ଆପଣଙ୍କ ଶତ୍ରୁ ମାନେ ଆପଣଙ୍କ କ୍ଷତି କରିବା ପାଇଁ ପ୍ରୟାସ କରିବା ପରେ ମଧ୍ୟ କିଛି କରି ପାରିବେ ନାହିଁ।
କୁମ୍ଭ-କଳା,କ୍ରୀଡା,ସଙ୍ଗୀତ,ଚଳଚ୍ଚିତ୍ର ତଥା ରାଜନୀତି ଏବଂ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ଶାରୀରିକ ରୋଗରୁ ଠିକ ହେବାର ଅନେକ ସମ୍ଭାବନା ଅଛି। ଆଜିର ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ଏକ ବିଶେଷ ଦିନ ହେବ।
ମୀନ-ଆପଣ ଆଜି ପିଲା ମାନଙ୍କ ଉପରେ ନିଜର ନିଷ୍ପତି ଲଦି ଦେବା ଫଳରେ ସେମାନେ ଚାପ ଗ୍ରସ୍ତ ହୋଇ ପାରନ୍ତି ତେଣୁ ଆପଣ ଆଜି ସେମାନଙ୍କୁ ନିଜର କଥା ଭଲ ଭାବରେ ବୁଝାଇବା ଆବଶ୍ୟକ ଅଟେ।ଆଜି ଆପଣଙ୍କ ପାଇଁ ଯାତ୍ରା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଶୁଭ ଦିନ ଅଟେ।ତେବେ ଆପଣଙ୍କର ଯେଉଁ ରାଶି ହେଉ ଭଗବାନଙ୍କ ନାମ ଜପ, ଭଜନ କୀର୍ତ୍ତନରେ ମନ ରଖ ସବୁ ଦୁଃଖ ଦୂର ହେବ।

ନିତୀବାଣୀ- ଚେହେରାର ସୌନ୍ଦର୍ଯ୍ୟ ଆଇନାରେ ପ୍ରକାଶିତ ହୁଏ,ଆଉ ଅନ୍ତରର ସୌନ୍ଦର‌୍ୟ୍ୟ ଆଚରଣରେ ପ୍ରକାଶ ପାଇଥାଏ।
ବାସ୍ତୁଟିପ୍ପଣୀ-ଘରେ ଲଗାନ୍ତୁ ଏହି ୫ଟିଗଛ, ଦୂର ହେବ ଅର୍ଥର ଅଭାବ…
ବାସ୍ତୁଶାସ୍ତ୍ରୀ ଅନୁଯାୟୀ ଘରେ ଗଛଲଗାଇବା ଅତ୍ୟନ୍ତ ଶୁଭଅଟେ । ଯଦିଓ ଅନେକଥର ଲୋକମାନେ ସଚେତନ ନୁହଁନ୍ତି ଯେ ଘରେ କେଉଁଗଛ ଲଗାଇଲେ ସୁଖ ଓ ସମୃଦ୍ଧତା ଆଣିଥାଏ । କିନ୍ତୁ ଆପଣ ଜାଣନ୍ତିକି ବାସ୍ତୁଶାସ୍ତ୍ରରେ ଏପରି କିଛିଗଛ ବିଷୟରେ କୁହାଯାଇଛି, ଯେଉଁଥିରେ ଘରେ ଲଗାଇବାଦ୍ୱାରା ଅର୍ଥର ଅଭାବନାହିଁ । ଜାଣନ୍ତୁ ଏହିଗଛ ଗୁଡିକ ବିଷୟରେ ।
୧.ଡାଳିମ୍ବ ଗଛ-ଡାଳିମ୍ବ ଉଭୟ ସ୍ୱାସ୍ଥ୍ୟ ଓ ସ୍ୱାଦ ଦୃଷ୍ଟିରୁଭଲ । ଏହି ଗଛ ବ୍ୟକ୍ତିକୁ ସୁଖ ଓ ସମୃଦ୍ଧତା ମଧ୍ୟ ପ୍ରଦାନ କରେ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରଆଗରେ ଡାଳିମ୍ବ ଲଗାଇଲେ ଋଣରୁ ମୁକ୍ତିମିଳିଥାଏ । ଯଦିଓ, ଡାଳିମ୍ବଗଛ ଲଗାଇବାବେଳେ, ମନେରଖନ୍ତୁ ଯେ ଏହା ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଯିବା ଉଚିତ୍ ନୁହେଁ ।
୨.ବାଉଁଶଗଛ-ଘରସାମ୍ନାରେ ଏକ ବାଉଁଶଗଛ ରହିବା ଅତ୍ୟନ୍ତଶୁଭ ବୋଲି ବିବେଚନାକରାଯାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ଏହାକୁ ଉତ୍ତର-ପୂର୍ବ କିମ୍ବା ଉତ୍ତରଦିଗରେ ଲଗାଯାଏ, ତେବେ ଘରେ ଟଙ୍କାର ଅଭାବ ରହିବନାହିଁ । ଘରସାମ୍ନାରେ ବାଉଁଶଗଛ ଲଗାଇଲେ କେବେ ବି ଟଙ୍କା ଅଭାବ ହୁଏନାହିଁ ।
୩.ବେଲଗଛ- ବାସ୍ତୁଶାସ୍ତ୍ରରେ ବେଲ ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶିବ ବେଲ ଗଛରେ ରୁହନ୍ତି ଓ ଯେଉଁଘରେ ପ୍ରଭୁଶଙ୍କରଙ୍କର ଏକ ବେଲଗଛ ଅଛି, ସେହି ଘରେ କେବେବି ଅର୍ଥର ଅଭାବ ହେବନାହିଁ । ଏକ ବେଲଗଛ ଲଗାଇବା ଦ୍ୱାରା ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଦୂର ହେବ ବୋଲି ବିଶ୍ୱାସ କରାଯାଏ ।
୪.ଦୁବଗଛ- ଯଦି ଆପଣଘର ସାମ୍ନାରେ କିମ୍ବା ବଗିଚାରେ ଦୁବଗଛ ଅଛି, ତେବେ ଆପଣଙ୍କଜୀବନରେ ଅର୍ଥର ଅଭାବ କେବେ ହେବନାହିଁ । ଘରସାମ୍ନାରେ ଦୁବଗଛ ଲଗାଇବାର ଅନେକ ଲାଭ ଅଛି । ଯେଉଁମାନେ ସନ୍ତାନ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି ସେମାନଙ୍କପାଇଁ ଘର ଆଗରେ ଏହିଗଛ ଲଗାଇବା ଲାଭଦାୟକ ।
୫.ମନିପ୍ଲାଣ୍ଟ- ସୁଖ ଓ ସମୃଦ୍ଧିର ପ୍ରତୀକ ଭାବରେ ଘରେ ମନି ପ୍ଲାଣ୍ଟ ଲଗାଯାଏ । ଏହି ଗଛ ଯେତେ ଶୀଘ୍ର ବଢେ, ସେତେ ଶୀଘ୍ର ଟଙ୍କା ବଢିଥାଏ ବୋଲି ମନାଯାଏ । ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ । ମନି ପ୍ଲାଣ୍ଟ ପ୍ଲାଣ୍ଟଗୁଡିକ କଦାପି ସିଧାସଳଖ ଭୂମିରେ ରଖିବା ଉଚିତ୍ ନୁହେଁ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମୟା!!

 

Comments (0)
Add Comment