Browsing monthly archive

May 2023

ଆଜିର ରାଶିଫଳ

ମଇମାସ ୧୩ତାରିଖ ୨୦୨୩ ମସିହା (ଶନିବାର) ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୭ /୧୩ ପର୍ୟ୍ୟନ୍ତ ତଦନ୍ତେ ନବମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୦୯, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୨/୫୯ ଗତେ ଘ୦୫/୫୫ ମଧ୍ୟେ ଓରାତ୍ରି ଘ୦୭/୦୦ ଗତେ ଘ୦୭ /୪୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳା- ଦିବା ଘ୦୯ /୧୫ ଗତେ ଘ୧୧/୪୦ ମଧ୍ୟେ,ନଡ଼ିଆ ଦିବା ଘ୦୭/୧୩ ଗତେ […]

କମାଲ କଲେ ପିୟୁସ

ଚନ୍ଦ୍ରଶେଖରପୁର,୧୨/୫ (ଏସଏସନିୟୁଜ) ପୁଣି କମାଲ ଦେଖାଇଲେ ପିୟୁସ ।ପ୍ରକାଶ ପାଇଥିବା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ 95.20 persent ମାର୍କ ରଖି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ପିୟୁସ ପ୍ରତିମ ଜେନା।ରାଜଧାନୀ ଉପକଣ୍ଠ ନିଳାଦ୍ରିବିହାରରେ ରହୁଥିବା ପିୟୁସ ୯୫.୨୦% ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଲ ନମ୍ବର ରଖି ରାଜ୍ୟ ତଥା ଖୋର୍ଦ୍ଧା ଜିଲ୍ଲାର ନାମ ବୃଦ୍ଧି କରିଛନ୍ତି।ପିୟୁସ ହେଉଛନ୍ତି ପୁର୍ତବିଭାଗର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଓ ଭାଗ୍ୟଲକ୍ଷ୍ମୀଜେନାଙ୍କ ପୁଅ ।ସେ ଭୁବନେଶ୍ୱରସ୍ଥିତ ଡିଏଭିପବ୍ଲିକସ୍କୁଲ […]

ଆଜିର ରାଶିଫଳ

ମଇମାସ ୧୨ତାରିଖ ୨୦୨୩ ମସିହା (ଶୁକ୍ରବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୯/୨୩ ପର୍ୟ୍ୟନ୍ତ ତଦନ୍ତେଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୬/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୭/୪୦ ଗତେ ଘ୦୮/୨୫ ମଧ୍ୟେ ଓ ଘ୧୨/୨୯ ଗତେ ଘ୦୨/୦୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୩୫ ଗତେ ଘ୦୫/୧୫ ମଧ୍ୟେ,ତାଳ ଦିବା ଘ୦୯/୨୩ […]

ରାସ୍ତାରେ ପଡିଲା ୧୧କେଭି ବିଦ୍ୟୁତ୍ ତାର

ବାରଙ୍ଗ,୧୧।୫(ଡିଏନଏ) ରାସ୍ତରେ ଛିଡି ପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ଯ୍ୟରତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏଭଳି କିଛି ଘଟଣା ଘଟିଥିଲା ବାରଙ୍ଗ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ ସୀତାରାମ ବଜାରରେ । ଓଡିଶା ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ପାୱାର ହାଉସକୁ ସଂଯୋଗ କରୁଥିବା ୧୧ କେଭି ମୁଖ୍ୟ ତାର ଛିଡି ରାସ୍ତା ଉପରେ ପଡିଥିଲା। ଯାହାଫଳରେ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। […]

ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।

ଆଜିର ରାଶିଫଳ

ମଇ ମାସ ୧୧ ତାରିଖ ୨୦୨୩ ମସିହା(ଗୁରୁବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ।ତିଥି- ଷଷ୍ଠୀ ଦିବା ଘ୧୧/୩୪ ପର୍ୟ୍ୟନ୍ତ ତଦନ୍ତେ ସପ୍ତମୀ । ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୧।ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୯।ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିମ୍ବ ଦିବା ଘ୧୧/୩୪ ଗତେ ତାଳ ଭକ୍ଷଣ ନିଷେଧ। ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ […]

ଆଜିର ରାଶିଫଳ

୧୦-୫-୨୦୨୩(ବୁଧବାର)ରାତ୍ରି ଘ୧୦।୨୫ ଗତେ ମକର କୁମ୍ଭ ମୀନ କର୍କଟ ତୁଳା ବିଛା ଏ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି । ସିଂହ ରାଶିରଘାତଚନ୍ଦ୍ର । କର୍କଟ ରାଶିର ଘାତବାର । ଦିବା ଘ୮।୨୮ ଗତେ ଘ୧୦।୫ ମଧ୍ୟେ କାଳବେଳା । ଘ୧୧।୪୨ ଗତେ ଘ୧।୧୭ ମଧ୍ୟେ ବାରବେଳା । ରାତ୍ରି ଘ୨।୨୭ ଗତେ ଘ୩।୫୨ ମଧ୍ୟେ କାଳରାତ୍ରି ।ମୃତେ ଦିବା ଘ୪।୪୭ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ […]

ବିସ୍କୁଟ୍ ନଦେବାରୁ ଆକ୍ରମଣ

ମେଣ୍ଢାଶାଳ,୯।୫(ଏସଏସନିଉଜ )ରାଜଧାନୀ ଉପକଣ୍ଠ ଜଟଣୀବ୍ଲକ ଅଧିନସ୍ଥ ମଦନପୁର ପଞ୍ଚାୟତର ବଡରଘୁନାଥପୁର ଠାରେ ଏକ  ଦୋକାନୀକୁ ଫାଉଡାରେ ଆକ୍ରମଣ କରିଥିବା ଦୃର୍ବୁତ ଆଜି କୋର୍ଟ ଚାଲାଣ ହୋଇଛି । ବଡରଘୁନାଥପୁର ଠାରେ ଥିବା ଏକ ଘରୋଇ ଶିକ୍ଷ୍ୟାନୁଷ୍ଟାନ ନିକଟରେ ତେଜରାତି ଦୋକାନ କରି ନିଜ ପରିବାର ପୋଷଣ କରୁଥିବା କେନ୍ଦ୍ରପଡା ଅଞ୍ଚଳର ମେଘନାଦ ଦାସ (୩୫) ଯେ କି ମଦନପୁର ପଞ୍ଚାୟତର କାଇମାଟିଆଠାରେ ଏକ ଆପାର୍ଟମେଣ୍ଟରେ ରୁହନ୍ତି । ଗତ ସୋମବାର ୮ ତାରିଖ ଅପରାହ୍ନ ୫ ଘଟିକା […]

ଫସିଲା ହାତୀ

ଅନୁଗୁଳ,୯।୫(ଏସଏସନିଉଜ)ପଣସ ଖାଇବାକୁ ଆସି ଫସିଯାଇଛି ମାଈହାତୀ । ଅନୁଗୁଳ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ଫସି ରହିଛି ହାତୀ । ଆମ୍ବ ଓ ପଣସଗଛର ମଝିରେ ହାତୀରଗୋଡ଼ ଲାଖି ରହିଛି । ହାତୀଟିକୁ ପଶୁ ଚିକିତ୍ସକ ପେନ୍‌କିଲର ଇଞ୍ଜେକସନ ଦେଇଛନ୍ତି । ହାତୀଟିର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଡିଏଫ୍‌ଓ ।

ଦୁର୍ଘଟଣା ପରେ ଘୋଷାଡ଼ି ନେଲା ବସ୍‌

ବଲାଙ୍ଗିର,୯।୫(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଇଗଲା ବସ୍‌। ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ପାଖରେ ଏହି ଦୁର୍ଘଟଣା ଘଟିଛି।ବାଇକ୍‌ରେ ଯାଉଥିବା ବାପା ଓ ୨ ଝିଅଙ୍କୁ ଧକ୍କା ଦେଇଥିଲା ବସ୍‌। ବାପା ଓ ଜଣେ ଝିଅ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ଝିଅ ମୃତୁବରଣ କରିଥିବାର ଜଣାପଡିଛି।ଦୁର୍ଘଟଣାରେ ଗଇଁତଳାତହସିଲ ପାଖରୁ ଛକ ପର୍ଯ୍ୟନ୍ତ ମୃତଝିଅକୁ ଅଧ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଲା ବସ୍‌।ବେପରୁଆ ଡ୍ରାଇଭରକୁ କାବୁ କରିବା ସହ […]