Browsing daily archive

June 6, 2023

ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୭ ତାରିଖ ବୁଧବାର।ଶରଣପଞ୍ଚକାରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୦/୩୯ ,ସୂର୍ଯ୍ୟାସ୍ତ- ଘ୬/୧୯/୫୧ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତ ବାସ ,ତିଥି- ଚତୁର୍ଥୀ ରାତ୍ରି ଘ୯/୫୫ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ରାତ୍ରି ଘ୯/୫୫ମି ପରେ ଦକ୍ଷିଣ ଦିଗରେ।ରିକ୍ତାତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଏବଂ ପ୍ରାତଃ ଘ୫/୧୩ମି ପରେ ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ […]

ମୋବାଇଲ ଚୋରି କରିବାକୁ ଆସି ଧରାପଡିଲେ ଯୁବକ

ମେଣ୍ଢାଶାଳ,୬।୬(ଏସଏସନିଉଜ) ଘରେ ଶୋଇଥିବା ବେଳେ ମୋବାଇଲ ଫୋନ ଚୋରି କରିବାକୁ ଆସି ଧରାପଡିଥିବା ଯୁବକକୁ ମଙ୍ଗଳବାର ଦିନ ଚନ୍ଦକା ପୋଲିସ ଗିରଫକରି କୋର୍ଟ ଚାଲଣ କରିଛି।ସିଏ ହେଲେ ମେଣ୍ଢାଶାଳଗ୍ରାମ ତଳସାହିର ସୁକାନ୍ତ ନାୟକ। ପ୍ରକାଶଯେ, ତ୍ରିଲୋଚନ ମହାପାତ୍ର ନାମକ ବ୍ୟକ୍ତି ପରିବାର ସହିତ ମେଣ୍ଢାଶାଳ ଅଞ୍ଚଳରେ ରୁହନ୍ତି । ସୋମବାର ବିଳମ୍ବିତରାତିରେ ପରିବାର ସଦସ୍ୟଙ୍କସହ ଘରେ ଶୋଇଥିବାବେଳେ ସୁକାନ୍ତ ଘରେପଶି ଏକ ମୋବାଇଲ ଫୋନ ଚୋରୀ କରିବା ଲାଗି ଉଦ୍ୟମ କରିବା ବେଳେ ତ୍ରିଲୋଚନ ତାଙ୍କୁ କାବୁ […]

ପୋଲିସ ହାତରେ ଧରାପଡିଲା ଡକାୟତିଗ୍ୟାଙ୍ଗ

ସାକ୍ଷୀଗୋପାଳ,୬ା୬(ଏସଏସନିଉଜ)ଏକ ଅଘଟଣ ଘଟିବାପୁର୍ବରୁ ସତ୍ୟବାଦୀ ପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ତେବେ ଏହାର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବାବେଳେ ୪ଜଣଙ୍କୁ ଧରିଛି ପୋଲିସ ।ସେମାନେ ହେଲେ ବାରଘରିଆସାହିର ଲକ୍ଷ୍ମିଧର ପ୍ରଧାନ, ଆଠବାଟିଆ ଗ୍ରାମର ଦିବାକରସ୍ୱାଇଁ, ଦିଲିପକୁମାରସାହୁ, ମହାମାୟା ସାହିର ପ୍ରଦୀପରାଉତ ବୋଲିି ଜଣାପଡିଛି ।ସେମାନଙ୍କଠରୁ ବିଅରବୋତଲ,ଛୁରୀ,କଟୁରୀ,ଲୁହାରଡ ଓ ଖେଳଣା ବନ୍ଧୁକକୁ ପୋଲିସ ଜବତ କରିଛି ।ତେବେ ଏହି୪ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ପୁର୍ବରୁ ବହୁ କେଶ ଥିବାର ଜଣାପଡିଛି ।ବକୁଳବନ ନିକଟରେ ୫ଜଣ ଯୁବକ ମିଳିତଭାବେ […]

ବିଜେପିନେତାଙ୍କ ଫ୍ଲାଟରେ ଆତ୍ମହତ୍ୟା!

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଜେପିନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ହୋଇଛି ଆତ୍ମହତ୍ୟା।ପ୍ରଦୀପଙ୍କ ଭୁବନେ ଶ୍ୱରସ୍ଥିତ ଫ୍ଲାଟରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା କରିଛନ୍ତି ପ୍ରଦୀପଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତେବେ ଅଦ୍ୟାବଧି କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।

ହତ୍ୟାକରି ନଦୀକୂଳରେ ପକାଇଲେ ମୃତଦେହ

କଟକ,୬।୬(ଏସଏସନିଉଜ)ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଲୁଣାନଦୀ ବନ୍ଧରେ ଯବକଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଦେଖିବାକୁ ମିଳିଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି।କିଛି ଅଚିହ୍ନାବ୍ୟକ୍ତି ଯୁବକଙ୍କୁ ହତ୍ୟା କରି ଲୁଣାନଦୀ କୂଳରେ ମୃତଦେହ ପକାଇ ଫେରାର ହୋଇ ଯାଇଛନ୍ତି। ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ କୁମାର ଦାସ (୪୦ ବର୍ଷ)। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହାଳୋ ପଞ୍ଚାୟତ ପଙ୍କପାଳ ଗ୍ରାମରେ। ସନ୍ତୋଷ ଜଣେ ଟ୍ରାକ୍ଟର ଡ୍ରାଇଭର।ତାଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। […]

ହାଇୱା ନେଲା ଜୀବନ!

କଟକ,୬।୬(ଏସଏସନିଉଜ)ମଙ୍ଗଳବାର ଦିହିପହର ରେ ଧଳାପଥରର ପମାଵତି ଗାଁ ମୁଣ୍ଡରେ ସଡକ ଦୁର୍ଘଟଣା ଘଟିଛି।ଏଥିରେ ଏକ ସ୍କୁଟି ଚାଳକଙ୍କ ଜୀବନ ଚାଲିଯାଇଛି।ସ୍କୁଟି ଚାଳକ ଜଣଙ୍କ କୌଣସି କାମରେ ଭୁବନେଶ୍ୱର ଆସୁଥିବା ବେଳେ ପଛପଟରୁ ଏକ ହାଇୱା ଧକାଦେଇ ପଳାଇ ଯାଇଥିଲେ।ଯାହାଫଳରେ ଘଟଣାସ୍ଥଳରେ ଯୁବକର ମୃତୁ ଘଟିଥିଲା।ଦୁର୍ଘଟଣା ପରେ ଅଂଚଳରେ ଉତେଜନା ଦେଖାଦେଇଛି।

ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସଚଢଉ

ସୁନ୍ଦରଗଡ଼,୬ା୬(ଏସଏସନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ ଚାଲିଛି ।ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ […]

କଇଁଜିରାରେ ଭାଲୁ

ସୁକିନ୍ଦା, ୬ା୬(ଏସଏସନିଉଜ) ଆମ୍ବଖାଇବା ନିଶାରେ ଭାଲୁଟି ଜଙ୍ଗଲରୁବାହାରି ଗାଁଆଡକୁ ଅସିଥିଲା ।କିନ୍ତୁ ରାତି ହୋଇଯିବାରୁ ଆଉ ଜଙ୍ଗଲକୁ ଫେରିପାରିନଥିଲା ।ଯାହାକୁନେଇ ସୁକିନ୍ଦା ବ୍ଲକର ଓଳିଆ ପଞ୍ଚାୟତ କଇଁଜିରା ଗ୍ରାମରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଗ୍ରାମବାସୀ ହୋହଲ୍ଲା କରି ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଭାଲୁଟି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଲୁଚିଯାଇଥିଲା। ତେବେ ଖବରପାଇ ସକାଳେ ବନବିଭାଗ ଘଟଣାସ୍ଥଳରେ ପହଁଚି ଭାଲୁଟିର ଗତିବିଧିଉପରେତିକ୍ଷଣ ଦୃଷ୍ଟିରଖିଛି ।

ଦାଣ୍ଡଦୁଆରେ ହାତୀ

ନିରାକାରପୁର,୬ା୬(ଏସଏସନିଉଜ) ଆଜି ଭୋର ସମୟରେ ଦାଣ୍ଡଦୁଆରେ ହାତୀଆକ୍ରମଣରେ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ଦେବରାଜ ବଡ଼ିଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିଥିବାବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ।ଯାହାଫଳରେ ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଏବେସୁଦ୍ଦା ବନକର୍ମଚାରୀମାନେ ଘଟଣାସ୍ଥଳକୁ ନଆସିଥିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

ଏକ୍ସପାରୀ ଔଷଧ ନେଲା ଜୀବନ !

ପାରଳାଖେମୁଣ୍ଡି,୬।୬(ଏସଏସନିଉଜ) ଏକ୍ସପାରୀ ଔଷଧ ଖାଇ ଶିଶୁଟିର ଜୀବନ ଯାଇଥିବାର ଅଭିଯୋଗ ଉଠାଇଛନ୍ତି ତାର ପରିବାରଲୋକ । ଅଙ୍ଗନବାଡି ଓ ଆଶାକର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବିନେଇ ଶିଶୁର ମୃତଦେହ ରଖି ଯାଜପୁର ଗାଁ ରାସ୍ତାରେ ଧାରଣାରେ ବସିଛନ୍ତି ପରିବାର ଲୋକ । ଏପ୍ରିଲରେ ଅଙ୍ଗନବାଡିରୁ ମିଳିଥିବା ଭିଟାମିନ ବଟିକା ଖାଇଥିଲା ଶିଶୁା ଏହାପରେ ଶିଶୁ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲାାକାଲି କଟକ ଶିଶୁ ଭବନରେ ଶିଶୁଟିର ମୃତ୍ୟୁ ହୋଇଥିଲା