ମୋବାଇଲ ଚୋରି କରିବାକୁ ଆସି ଧରାପଡିଲେ ଯୁବକ

ମେଣ୍ଢାଶାଳ,୬।୬(ଏସଏସନିଉଜ) ଘରେ ଶୋଇଥିବା ବେଳେ ମୋବାଇଲ ଫୋନ ଚୋରି କରିବାକୁ ଆସି ଧରାପଡିଥିବା ଯୁବକକୁ ମଙ୍ଗଳବାର ଦିନ ଚନ୍ଦକା ପୋଲିସ ଗିରଫକରି କୋର୍ଟ ଚାଲଣ କରିଛି।ସିଏ ହେଲେ ମେଣ୍ଢାଶାଳଗ୍ରାମ ତଳସାହିର ସୁକାନ୍ତ ନାୟକ।
ପ୍ରକାଶଯେ, ତ୍ରିଲୋଚନ ମହାପାତ୍ର ନାମକ ବ୍ୟକ୍ତି ପରିବାର ସହିତ ମେଣ୍ଢାଶାଳ ଅଞ୍ଚଳରେ ରୁହନ୍ତି । ସୋମବାର ବିଳମ୍ବିତରାତିରେ ପରିବାର ସଦସ୍ୟଙ୍କସହ ଘରେ ଶୋଇଥିବାବେଳେ ସୁକାନ୍ତ ଘରେପଶି ଏକ ମୋବାଇଲ ଫୋନ ଚୋରୀ କରିବା ଲାଗି ଉଦ୍ୟମ କରିବା ବେଳେ ତ୍ରିଲୋଚନ ତାଙ୍କୁ କାବୁ କରି ଚନ୍ଦକାଥାନାକୁ ଜିମା ଦେଇଥିଲେ ।ପୋଲିସ କେଶ ନଂ୧୯୦/ ୨୩ରେ ଏକ ମକଦମା ରୁଜୁକରି ମଙ୍ଗଳବାର ଦିନ ସୁକାନ୍ତକୁ ଗିରଫ କରି କୋର୍ଟଚାଳଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment