କଇଁଜିରାରେ ଭାଲୁ

ସୁକିନ୍ଦା, ୬ା୬(ଏସଏସନିଉଜ) ଆମ୍ବଖାଇବା ନିଶାରେ ଭାଲୁଟି ଜଙ୍ଗଲରୁବାହାରି ଗାଁଆଡକୁ ଅସିଥିଲା ।କିନ୍ତୁ ରାତି ହୋଇଯିବାରୁ ଆଉ ଜଙ୍ଗଲକୁ ଫେରିପାରିନଥିଲା ।ଯାହାକୁନେଇ ସୁକିନ୍ଦା ବ୍ଲକର ଓଳିଆ ପଞ୍ଚାୟତ କଇଁଜିରା ଗ୍ରାମରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଗ୍ରାମବାସୀ ହୋହଲ୍ଲା କରି ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଭାଲୁଟି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଲୁଚିଯାଇଥିଲା। ତେବେ ଖବରପାଇ ସକାଳେ ବନବିଭାଗ ଘଟଣାସ୍ଥଳରେ ପହଁଚି ଭାଲୁଟିର ଗତିବିଧିଉପରେତିକ୍ଷଣ ଦୃଷ୍ଟିରଖିଛି ।

Comments (0)
Add Comment