Browsing monthly archive

June 2023

ମୋବାଇଲ ଓ ଟଙ୍କା ଛଡାଇନେବା ମହଙ୍ଗା ପଡିଲା

ମେଣ୍ଢାଶାଳ୧୨|୬(ଏସଏସନିଉଜ)ସୋମବାର ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଅଞ୍ଚଳର ଇମ୍ଫୋଭ୍ୟାଲି ଥାନା ପୋଲିସ ଜଣେ ଯୁବକଙ୍କୁ ମାଡ ମାରି ମୋବାଇଲ ଓ ଟଙ୍କା ଛଡାଇ ନେଇ ଯାଇଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଇମ୍ଫୋଭ୍ୟାଲି ଅନ୍ତର୍ଗତ ହରପୁର ଗ୍ରାମର କିଶୋର ସିଂହ (୨୩)ଓ ମଳୟ ଦଳେଇ (୨୬)। ଖବର ଅନୁଯାୟୀ ଗତ ୭ ତାରିଖ ଦିନ ଅପରାହ୍ନରେ ରଞିତ ବେହେରା ନାମକ ବ୍ୟକ୍ତି ଏବଂ […]

ଆଜିର ରାଶିଫଳ

୧୩-୬-୨୦୨୩(ମଙ୍ଗଳବାର)ଦିବା ଘ୨।୩୮ ଗତେ ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମକରରାଶିର ଘାତବାର । ଦିବା ଘ୬।୫ ଗତେ ଘ୮।୨୯ ମଧ୍ୟେ ବାରବେଳା । ଘ୧।୨୫ ଗତେ ଘ୩।୪ ମଧ୍ୟେ କାଳବେଳା ।ରାତ୍ରି ଘ୭।୪୪ ଗତେ ଘ୯।୫ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କଳମ ଶାଗ ଦିବା ଘ୧୦।୦ ଗତେ ଶିମ୍ବ ଭକ୍ଷଣ ନିଷେଧ ।ଅମୃତ– ଦିବା ଘ୭।୩୪ […]

ଡ୍ରାଇଭରଙ୍କ ପାଇଁ ରଜଭେଟି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଡ୍ରାଇଭର ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଯେଉଁ ଦାବି ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିଲେ, ତାହାକୁ ସରକାର ପୂରଣ କରିଛନ୍ତି। ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀକଲ୍ୟାଣ ଯୋଜନା ୨୦୨୩ ଏବଂ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁକ୍ଷେତ୍ରରେ, ମୃତ ଡ୍ରାଇଭର/ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ।ଅତି ଗଭୀରଆଘାତ କ୍ଷେତ୍ରରେ ୮୦ ହଜାରଟଙ୍କା , ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା […]

ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପ୍ରକାଶ ପାଇଲା ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି।ଜୁନ୧୯ରୁ ଜୁଲାଇ୪ ପର୍ୟ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ lଜୁନ୍ ୧୯ତାରିଖ ଅପରାହ୍ନ ୨ଟାରୁ ଜୁଲାଇ୪ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ www.samsodisha.gov.in କୁ ଯାଇ ଆବେଦନ କରିପାରିବେ lଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ,ଜୁଲାଇ ୨୭ରେ ୨ୟ ପର୍ଯ୍ୟାୟ,ଅଗଷ୍ଟ ୩ରେ ୩ୟ ପର୍ଯ୍ୟାୟ, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ,ସେପ୍ଟେମ୍ବର ୧ ପଞ୍ଚମ ପର୍ଯ୍ୟାୟ ଏବଂ ୧୩ ସେପ୍ଟେମ୍ବରରେ ଷଷ୍ଠପର୍ଯ୍ୟାୟ ମେଧାତାଲିକା ପ୍ରକାଶ କରାଯିବ।

ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋମାଡ଼

ଭୁବନେଶ୍ୱର,୧୨।୬(ଏସଏସନିଉଜ)ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସକର୍ମୀ । ମନ୍ତ୍ରୀଙ୍କ ବାସ ଭବନକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।ଦଳପକ୍ଷରୁ ଅଭିଯୋଗ କରାଯାଇଛିଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି ।ଏହି […]

ଜଳିଗଲା ରଡ୍‌ ବୋଝେଇ ମିନିଟ୍ରକ୍‌

ଚମ୍ପୁଆ,୧୨।୬(ଏସଏସନିଉଜ)ହୁତୁହୁତୁ ହୋଇ ରାସ୍ତାରେ ଜଳିଗଲା ରଡ୍‌ ବୋଝେଇ ମିନି ଟ୍ରକ୍‌। NH-୫୨୦ର ବାସୁଦେବପୁର ନିକଟରେ ଜଳିଯାଇଛି।ଏଥିରେ ଡ୍ରାଇଭର ସୁରକ୍ଷିତ ରହିଥିବା ଜଣାପଡିଛି।ଖବର ପାଇ ଦମକଳବହିନୀ ଆସି ନିଆଁକୁ ଏତ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ପୁଅମାଡ଼ରେ ବାପା ମୃତ

ଦେବଗଡ଼,୧୨।୬(ଏସଏସନିଉଜ)ପୁଅର ଠେଙ୍ଗା ମାଡ଼ରେ ବାପା ମୃତୁବରଣ କରିଥିବାବେଳେ ମାଆ ଆହତ ହୋଇଛି।ଲଇମୁରା ଥାନା ଭାଲୁବୁହାଗାଁରେ ମଦ୍ୟପ ପୁଅ ଏହିଭଳି ଉନ୍ମତ୍ତକାଣ୍ଡ ଭିଆଇଛି। ଅଭିଯୁକ୍ତ ପୁଅ ଥାନାରେ ଅଟକ ରହିଥିବାବେଳେ ମାଆ ଦେବଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି।

ଭଙ୍ଗିଦେଲେ ଫଳକ!

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକର।ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ ସେ କାର୍ଯ୍ୟ କରୁଛନ୍ତି । ବ୍ୟାଙ୍କସହାୟକ ଭାବେ କାମ କରୁଥିବା ପ୍ରଦୀପଙ୍କ ଘରେ ରେଡ୍‌ ହୋଇଛି।ଆୟବହିର୍ଭୁତ ସମ୍ପତ୍ତି ଠୁଳଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ।ନୂଆପଡ଼ାର ୩ଟିସ୍ଥାନରେ ଓ କୋମନାସ୍ଥିତ ବ୍ରାଞ୍ଚ୍‌ରେ ଚଢ଼ାଉ ଚାଲିଛି।

ସିବିଆଇ କବ୍‌ଜାରେ ୫କର୍ମଚାରୀ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ବାହାନଗା ରେଳ ଦୁର୍ଘଟଣା ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିଛି।ସିବିଆଇ କବ୍‌ଜାରେ ରେଳବିଭାଗର ୫ କର୍ମଚାରୀ ଅଛନ୍ତି।ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ,ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରା ଉଚରା କରୁଛି ସିବିଆଇ।