୧୩-୬-୨୦୨୩(ମଙ୍ଗଳବାର)ଦିବା ଘ୨।୩୮ ଗତେ ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମକରରାଶିର ଘାତବାର । ଦିବା ଘ୬।୫ ଗତେ ଘ୮।୨୯ ମଧ୍ୟେ ବାରବେଳା । ଘ୧।୨୫ ଗତେ ଘ୩।୪ ମଧ୍ୟେ କାଳବେଳା ।ରାତ୍ରି ଘ୭।୪୪ ଗତେ ଘ୯।୫ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । କଳମ ଶାଗ ଦିବା ଘ୧୦।୦ ଗତେ ଶିମ୍ବ ଭକ୍ଷଣ ନିଷେଧ ।ଅମୃତ– ଦିବା ଘ୭।୩୪ ମଧ୍ୟେ ଘ୯।୧୧ ଗତେ ଘ୧୧।୩୫ ମଧ୍ୟେ ଘ୨।୪୭ ଗତେ ଘ୩।୩୫ ମଧ୍ୟେ ରାତ୍ରି ଘ୭।୧୧ ମଧ୍ୟେ ଘ୧୨।୪୭ ଗତେ ଘ୩।୧୧ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୧।୫୯ ଗତେ ଘ୨।୪୭ ମଧ୍ୟେ ଘ୩।୩୫ ଗତେ ଘ୪।୨୩ ମଧ୍ୟେ ରାତ୍ରି ଘ୮।୪୭ ଗତେ ଘ୧୦।୨୩ ମଧ୍ୟେ |
ମେଷ:- ମହତ୍ତ୍ବପୂର୍ଣ୍ଣ କାମ କରିବା ପାଇଁ ଶାରୀରିକ ଓ ମାନସିକ ରୂପେ ପ୍ରସ୍ତୁତରୁହନ୍ତୁ। ଅଚାନକ ଧନଲାଭ ହେବ। ସରକାରୀ କର୍ମଚାରୀଙ୍କର ପଦୋନ୍ନତି ହୋଇପାରେ।
ବୃଷ:-ଆପଣଙ୍କୁ ବଡ଼ ଭାଇ ଭଉଣୀଙ୍କର ସହଯୋଗ ମିଳିବ। ଉନ୍ନତି ଲାଗି ନୂଆ ମାର୍ଗ ପାଇବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।
ମିଥୁନ:-ଦିନଟି ବ୍ୟସ୍ତତା ଭରା ରହିବ। ବନ୍ଧୁ ସହିତ ବଚସା ହୋଇପାରେ। ବିରୋଧୀମାନେ ଆପଣଙ୍କ ଉପରେ ନଜର ରଖିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
କର୍କଟ:- ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ମହତ୍ତ୍ବପୂର୍ଣ୍ଣ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିନେବେ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ଜୀବନ ସୁଖକର ହେବ।
ସିଂହ:- ଆପଣଙ୍କ କାମର ନୂଆ ଯୋଜନା ଆକର୍ଷକ ହେବ। କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର କାମ ଆରମ୍ଭ ପୂର୍ବରୁ ବଡ଼ଙ୍କ ସହିତ ବିଚାର ବିମର୍ଶ କରନ୍ତୁ।
କନ୍ୟା:- କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ନିଜ କଳାର ସୌନ୍ଦର୍ଯ୍ୟବିଧାନ କରିବାରେ ମଉକା ମିଳିବ।
ତୁଳା:- ଆପଣଙ୍କ କଳାତ୍ମକ ଓ ରଚନାତ୍ମକ କ୍ଷମତାକୁ ବହୁତ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।
ବିଛା:-ଆପଣ ବହୁତ ସକ୍ରିୟ ରହିବେ। ଲୋକେ ଆପଣଙ୍କ ଠାରୁ ପ୍ରେରଣା ନେବେ। ଛୋଟ ଭାଇ ଭଉଣୀଙ୍କ ଲେଖାପଢ଼ାରେ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ନେଇ ସଚେତ ରୁହନ୍ତୁ।
ଧନୁ:-ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ଖୁସିର ଭାଗୀଦାର ହେବେ। ଅଫିସରେ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେଉହେଉ ଅଧୁରା ରହିପାରେ। ପ୍ରେମ ଜୀବନ ଭଲ ରହିବ।
ମକର:- ନୂଆ କାମ ଉପରେ ବିଚାର କରିବା ଲାଗି ଭଲ ଦିନଟିଏ। ଟଙ୍କା ପଇସା ମାମଲାରେ ସ୍ଥିତି ମଜଭୁତ ହେବ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ କାମ କରିବାର ମଉକା ମିଳିବ।
କୁମ୍ଭ:- ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ଚାକିରି ଜୀବୀଙ୍କୁ ପଦୋନ୍ନତି ମିଳି ପାରେ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟ ରେ କାମ କରିବାର ସୁଯୋଗ ମିଳିବ।
ମୀନ:- ବ୍ୟବସାୟୀ ଗୁରୁତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନାନ୍ତର ହେବ। ସ୍ବାସ୍ଥ୍ୟଲାଭ ପାଇଁ ଯୋଜନା କରିବେ।!କେହି ଜଣେ ବି ତୁମ ଲୁହକୁ ଦେଖିବେନି…..କେହି ଜଣେ ବି ତୁମ ଦୁଃଖ ବି ବୁଝିବେନି….କେହି ତୁମ କଷ୍ଟକୁ ବି ଅନୁଭବ କରିବେନି….କିନ୍ତୁ..ସମସ୍ତେ ତୁମେ କରିଥିବା ଭୁଲ୍କୁ ଧରି ବସିବେ….!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!