ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋମାଡ଼

ଭୁବନେଶ୍ୱର,୧୨।୬(ଏସଏସନିଉଜ)ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସକର୍ମୀ । ମନ୍ତ୍ରୀଙ୍କ ବାସ ଭବନକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।ଦଳପକ୍ଷରୁ ଅଭିଯୋଗ କରାଯାଇଛିଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି ।ଏହି ଘଟଣାରେ ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।ଅନ୍ୟପଟେ ବାଲେଶ୍ବରରେ ଶକ୍ତି ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ବିଦ୍ୟୁତ କଟିଛି।ବାହାନଗା ଶ୍ରଦ୍ଧାଞ୍ଜଳିସଭା ଆରମ୍ଭରେ ବିଦ୍ୟୁତ କଟିଛି।ନିଜେ ଶକ୍ତିମନ୍ତ୍ରୀ ପ୍ରତାପଦେବଙ୍କ ଉପସ୍ଥିତିରେ ବିଦ୍ୟୁତ କଟିଛି।କାଳବୈଶାଖୀ ନଥାଇ ପାଗ ଭଲସତ୍ତ୍ବେ ବିଦ୍ୟୁତ କଟିଛି।ବିଜୁଳି କଟିଯିବାରୁ ଜେନେରେଟର ଯୋଗେ ସଭାକାର୍ଯ୍ୟ ଚାଲିଥିଲା।

Comments (0)
Add Comment