Browsing monthly archive

July 2023

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବିନେଇ ୧୨ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି, ୧୮ା୭(ଏସଏସନିଉଜ)କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଜିଲ୍ଲା ସଙ୍ଘର୍ଷସମିତିର ଆହ୍ବାନକ୍ରମେ ଦିଆଯାଇଛି। ଫଳରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ କାର୍ଯ୍ୟାଳୟ ସହ ଯାନବାହନ ଚଳାଚଳ ବନ୍ଦ ରହିଛି।ଏଥିରେୁ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।ଇନ୍ଦିରାଛକ ନିକଟର ଜିଲ୍ଲାସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜିର ରାଶିଫଳ

୧୮-୭-୨୦୨୩(ମଙ୍ଗଳବାର)ଅଦ୍ୟକର୍କଟ ଦି୨ନ ଶ୍ରାବଣ ଶୁକ୍ଳପ୍ରତିପଦ ଦ୫୧।୪୫ ରାଘ ୨।୩,ପୁନର୍ବସୁ ଦ୧।୧ ପ୍ରାଘ୫।୪୫, କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ୨।୩ ଗତେ ଯାତ୍ରାଦି ଶୁଭ କର୍ମ ନାସ୍ତି ।ମକରରାଶିର ଘାତବାର ।ଦିବା ଘ୬।୫୯ ଗତେ ଘ୮।୩୭ ମଧ୍ୟେ ବାରବେଳା । ଘ୧।୩୦ ଗତେ ଘ୩।୮ ମଧ୍ୟେ ବାରବେଳା । ରାତ୍ରି ଘ୭।୪୫ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୭ ତାରିଖ ସୋମବାର।ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଶ୍ରୀମନ୍ଦିରରେ ଓ ଗୃହିଣାଂ ଚିତାଉ ଅମାବାସ୍ୟା, ଶ୍ରୀଜୀଉଙ୍କର ସୁବର୍ଣ୍ଣ ଚିତାଲାଗି, (ଚିତାଉ ଭୋଗ), ଚିତ୍ରକ ପର୍ବ, ଗୋସହସ୍ରୀ ଗଙ୍ଗାସ୍ନାନ, ଅଶ୍ବତ୍ଥ ଛାୟାଜଳେ ସ୍ନାନ, ସୋମ ମହତୀ ସ୍ନାନ, ନଷ୍ଟ ଚନ୍ଦ୍ରୋପ ବାସ ଓ ନିଶାପାଳନ, ଚତୁର୍ମାସ ବ୍ରତାରମ୍ଭ, କାଉଡ଼ି ଭକ୍ତଙ୍କ ଜଳାଭିଷେକ ଯାତ୍ରା, ଅଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୦/୨୧,ସୂର୍ଯ୍ୟାସ୍ତ- ଘ୬/୨୪/୫୧,ଶ୍ରାବଣ ମାସ, କୃଷ୍ଣପକ୍ଷ,ଚ଼ନ୍ଦ୍ର ବାସ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ। […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୧୬ ତାରିଖ ରବିବାର। ମାସାନ୍ତ,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୫୯,ସୂର୍ଯ୍ୟାସ୍ତ- ଘ୬/୨୫/୧,ଶ୍ରାବଣ ମାସକୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦ /୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର, ଘାତବାର –ମେଷ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବିରି, ରାତ୍ରି ଘ୧୦/୧ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୪ମି ରୁ ଘ୧/୨୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୬ମି ରୁ ଘ୨/୩୯ମିପର୍ଯ୍ୟନ୍ତ,ଶୁଭବେଳା–ଅମୃତ ପ୍ରାତଃ ଘ୬/୫୬ମି ରୁ ଘ୯/୨୦ମି ମଧ୍ୟେ, ଦିବା […]

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ପ୍ରଚଣ୍ଡ ଘଡଘଡି ଓ ବିଜୁଳିଶବ୍ଦରେ ରାମେଶ୍ୱର ମନ୍ଦିର ଦଧିନଉତି ୬୦ଫୁଟ୍ ତଳକୁ ଖସିପଡିଛି ଦଧିନଉତି । ଦିନପ୍ରାୟ୧୦ଟା ୧୦ମିନିଟ ସମୟରେ ମନ୍ଦିରରେ ପୁଜା ଚାଲିଥିବାବେଳେ ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା ।ଫଳରେ ପୁଜକମାନଙ୍କଠାରୁ ଆରମ୍ଭ କରି ଭକ୍ତମାନେ ଭୟଭୀତ ହୋଇପଡିଥିଲେ ।ଖବରପାଇ ମନ୍ଦିରରେ ଟେକ୍ନିକାଲଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଅଜଣା ଜନ୍ତୁର ଉତ୍ପାତ !

ଢେଙ୍କାନାଳ,୧୫ା୭(ଏସଏସନିଉଜ) ସଦରବ୍ଳକ ଚାଉଳିଆଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅଜଣା ଜନ୍ତୁର ଉତ୍ପାତ ଦେଖାଦେଇଛି । ଶୁକ୍ରବାର ରାତିରେ ଆରଦା ଗ୍ରାମରେ ସାଧୁଚରଣରାଉତଙ୍କର ୪୦ଟିମେଣ୍ଢାଙ୍କର ମୃତ୍ୟୁ ହୋଇଛି ।ମେଣ୍ଢା ମାନଙ୍କର ବେକରେ କ୍ଷତଚିହ୍ନ ରହିଥିବାରୁ ଅଜଣାଜନ୍ତୁ ରକ୍ତଶୋଷି ମେଣ୍ଢାମାନଙ୍କୁ ମାରିଦେଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଯାହାକୁନେଇ ଗ୍ରାମରେ ଭୟରବାତାବରଣ ସୃଷ୍ଟି ହୋଇଛି ।

ସକ୍ରିୟମୌସୁମୀ , ଲାଗିରହିଛି ବର୍ଷା

ଭୁବନେଶ୍ୱ.୧୫ା୭(ଏସଏସନିଉଜ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ଯୋଗୁ ରାଜ୍ୟର ଉପକୂଳ ଓ ପାର୍ଶ୍ଵବର୍ତ୍ତୀଅଞ୍ଚଳରେ ବର୍ଷା ଲାଗିରହିଛି। ଆଜି ସକାଳୁଆରମ୍ଭ ହୋଇଯାଇଛି ବର୍ଷା ।ତେବେ କଟକ ଏବଂ ଭୁବନେଶ୍ୱରରେ ଲଗାଣବର୍ଷା ଲାଗିରହିଛି ।ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି।ଯାହାଫଳରେ ରାଜ୍ୟରେ ବର୍ଷାରପରିମାଣ ବୃଦ୍ଧିପାଇବ । ସୋମବାରଆଡ଼କୁ ସବୁଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଟିଜିଲ୍ଲାରେ ପ୍ରବଳବର୍ଷା ହେବାନେଇ ୟେଲୋ […]

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର୧୫ା୭(ଏସଏସନିଉଜ)ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଦଳବଦଳ ଅନୁଯାୟୀ ମଦନିଗମ ପରିଚାଳନାନିର୍ଦ୍ଦେଶକ ପ୍ରସନ୍ନକୁମାରଷଡ଼ଙ୍ଗୀଙ୍କୁ ରାଜଧାନୀ କ୍ଷେତ୍ରୀୟ ସହରାଞ୍ଚଳ ପରିବହନର ସାଧାରଣ ପରିଚାଳକ ,ଅଶୋକକୁମାରପଣ୍ଡାଙ୍କୁ ଶ୍ରମ ବିଭାଗର ଅତିରିକ୍ତସଚିବ ସହିତ ଇଏସ୍ଆଅଇର ନିର୍ଦ୍ଦେଶକ , ଦୀପ୍ତିମହାପାତ୍ରଙ୍କୁ କାଜୁ ଉନ୍ନୟନନିଗମର ପରିଚାଳନା ନିର୍ଦ୍ଦେଶକ, ନିବେଦିତାବିଶ୍ୱାଳଙ୍କୁ ଶ୍ରମ ବିଭାଗର ଯୁଗ୍ମସଚିବ ସହ ଓଡ଼ିଶାନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ଓଏସ୍ଡି୍, ବରଣ୍ୟେନ୍ଦୁମହାନ୍ତିଙ୍କୁ ଅନୁଗୁଳଉପଜିଲ୍ଲାପାଳ, ଜିତେନ୍ଦ୍ରକୁମାରପାତ୍ରଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ପରୀକ୍ଷିତସାହୁଙ୍କୁ ଦେବଗଡ଼ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାରତରାଇଙ୍କୁ ଆଠଗଡ଼ଉପଜିଲ୍ଲାପାଳ ଏବଂ ସମ୍ପଦକୁମାରଦଳାଇଙ୍କୁ ଭୁବନେଶ୍ୱର […]

ରାସ୍ତାକଡ଼ରେ ଯୁବକର ରକ୍ତାକ୍ତ ମୃତଦେହ

ବରଗଡ଼,୧୫ା୭(ଏସଏସନିଉଜ) ବରଗଡ଼ ଗାନ୍ଧିଛକ ଫରେଷ୍ଟଅଫିସ ଶକ୍ତିନଗର ରାସ୍ତାରେ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ ନାମକ ଯୁବକର ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ତାର ମୃତ୍ୟୁ ହେଲା ଓ ରାସ୍ତାକଡ଼ରେ ଶବ ପଡ଼ି ରହିଛି ତାହା ଏ ପର‌୍ୟ୍ୟନ୍ତ ଜଣା ପଡ଼ିନଥିବାବେଳେ ତାକୁ କେହି ହତ୍ୟା କରିଥିବାର ଚର୍ଚ୍ଚା ହେଉଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତଆରମ୍ଭ କରିଛି ।