ଭୁବନେଶ୍ୱ.୧୫ା୭(ଏସଏସନିଉଜ) ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ଯୋଗୁ ରାଜ୍ୟର ଉପକୂଳ ଓ ପାର୍ଶ୍ଵବର୍ତ୍ତୀଅଞ୍ଚଳରେ ବର୍ଷା ଲାଗିରହିଛି। ଆଜି ସକାଳୁଆରମ୍ଭ ହୋଇଯାଇଛି ବର୍ଷା ।ତେବେ କଟକ ଏବଂ ଭୁବନେଶ୍ୱରରେ ଲଗାଣବର୍ଷା ଲାଗିରହିଛି ।ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି।ଯାହାଫଳରେ ରାଜ୍ୟରେ ବର୍ଷାରପରିମାଣ ବୃଦ୍ଧିପାଇବ । ସୋମବାରଆଡ଼କୁ ସବୁଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୪ଟିଜିଲ୍ଲାରେ ପ୍ରବଳବର୍ଷା ହେବାନେଇ ୟେଲୋ ୱାର୍ଣ୍ଣିଂଜାରି କରିଛି ପାଣିପାଗବିଭାଗ ।