Browsing monthly archive

November 2023

ନୂଆବର୍ଷରେ ନୂଆ ପୁଲିସ ମୁଖିଆ!

ଭୁବନେଶ୍ବର,୧୧ା୧୧(ଏସଏସନିଉଜ) ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନୂଆ ପୁଲିସ ମୁଖିଆ ମିଳିବାର ‌ଆଶା କରାଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏବେକାର ପୁଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଯାଉଛି।ପରବର୍ତି ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟସରକାର ଏହାରି ଭିତରେ ନୂଆ ପୁଲିସ ଡ଼ିଜିଙ୍କ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି […]

ଚାପିଦେଲା ବାଲିବୋଝେଇ ଟ୍ରାକ୍ଟର

ରାୟଗଡା,୧୧ା୧୧(ଏସଏସନିଉଜ) ମୁନିଗୁଡାଥାନା ଅନ୍ତର୍ଗତ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଟ୍ରାକ୍ଟର ଚାପାରେ ଡାକୁଲୁଗୁଡ଼ା ସଦର ପଞ୍ଚାୟତ ହରିଜନ ସାହିର ମୋଣ୍ଟୁ ନାଗ(୨୫)ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଓଡ଼ି-୧୮-ଏଚ-୨୭୬୬ନଂ ଟ୍ରାକ୍ଟରଟି କୁଟ୍ରାଗୋଡ଼ ନଦୀରୁ ବାଲି ବୋଝେଇ କରି ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ମୋଣ୍ଟୁ ଉପରେ ମାଡି ଯାଇଥିଲା ।ସ୍ଥାନୀୟ ଲୋକମାନେ ମୋଣ୍ଟୁକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କର […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୧ତାରିଖ ଶନିବାର। ଯମତର୍ପଣ, ଧନ୍ବନ୍ତରୀଜୟନ୍ତୀ (ଧନତେରସ), ନରକଚତୁର୍ଦ୍ଦଶୀ, ଶିବଚତୁର୍ଦ୍ଦଶ୍ୟୁପବାସଃ ଓ ବେଢ଼ା ପରିକ୍ରମା,ଆୟୁର୍ବେଦ ସଂସ୍ଥାମାନଙ୍କରେ ଧନ୍ବନ୍ତରୀପୂଜୋତ୍ସବ,ଶିକ୍ଷାଦିବସ।ସୁର୍ଯ୍ୟୋଦୟ- ଘ୫/୫୬/୨୨ ,ସୂର୍ଯ୍ୟାସ୍ତ- ଘ୫/୫/୨ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ତ୍ରୟୋଦଶୀ ଦିବା ଘ୧/୪୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଦିବା ଘ୧/୪୬ମି ପରେ ପଶ୍ଚିମଦିଗରେ।ଶନିବାର, ରିକ୍ତା ତିଥି, ବିଷ୍ଟିକରଣ, ରବିମଙ୍ଗଳଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଦିବା ଘ୧/୩୧ମି ମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର […]

ଓଲଟିଲା ଗ୍ୟାସ ଟ୍ୟାଙ୍କର

ପାରାଦୀପ,୧୦।୧୧(ଏସଏସନିଉଜ) ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର।ପାରାଦୀପ-ଚଣ୍ଡିଖୋଲ ରାସ୍ତାର ହାତୀଟାଙ୍କି ନିକଟରେ ଓଲଟିପଡିଛି ଟ୍ୟାଙ୍କର।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତାୟାତ ବନ୍ଦ କରିଛି।ପାରାଦୀପରୁ ଗ୍ୟାସ୍ ଲୋଡ ହୋଇଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଶ୍ରୀମନ୍ଦିରରେ ଠେଲାପେଲା

ପୁରୀ,୧୦।୧୧(ଏସଏସନିଉଜ) ଶ୍ରୀମନ୍ଦିରରେ ଠେଲାପେଲାରେ ୩୦ ଆହତ ହୋଇଛନ୍ତି।ମଙ୍ଗଳାଳତୀ ସମୟରେ ଠେଲାପେଲାରୁ ୩୦ରୁ ଅଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଆହତ ହୋଇଥିବାର ଜଣାପଡିଛି।ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲା ହୋଇଥିଲା। ଆହତ ମହିଳାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କଟାଯାଇଛି। କେତେକ ଅଣନିଶ୍ବାସୀ ହୋଇପଡିଥିବା ବେଳେ କେତେକଙ୍କ ଗୋଡ଼ରେ ଆହତ ହୋଇଥିବାର ଜଣାପଡିଛି।

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୧୦ତାରିଖ ଶୁକ୍ରବାର।ଯମଦୀପଦାନ।ସୁର୍ଯ୍ୟୋଦୟ- ଘ୫/୫୫/୫୦ ,ସୂର୍ଯ୍ୟାସ୍ତ- ଘ୫/୫/୨୨,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଦ୍ବାଦଶୀ ଦିବା ଘ୧୨/୨୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ରାତ୍ରି ଘ୧୨/୪୨ମି ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବାଘ୧୨/୨୬ମି ପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି ଦୋଷ ହେତୁ ଦିବାଘ୧୨/୨୬ମି ରୁ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର,ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଏବଂ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୯ତାରିଖଗୁରୁବାର। ଶ୍ରୀମନ୍ଦିରେ ଓ ସର୍ବତ୍ର ସର୍ବସମ୍ମତ ରମାଏକାଦଶୀ,ଗୋବତ୍ସାଦ୍ବାଦଶୀ,ପ୍ରଦୋଷ ସମୟେ ଗୋବତ୍ସା ପୂଜା ଓ ବନ୍ଦାପନା।ବିବିଧ- ହଳନିଷେଧ।ସୁର୍ଯ୍ୟୋଦୟ- ଘ୫/୫୫/୧୯ ,ସୂର୍ଯ୍ୟାସ୍ତ- ଘ୫/୫/୪୩ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଏକାଦଶୀ ଦିବା ଘ୧୦/୩୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ରାତ୍ରି ଘ୧୦/୩୧ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୧୦/୩୨ମିପରେ ନୈର୍ଋତକୋଣରେ।ଅଗନ୍ତବ୍ୟ, ବୈଧୃତିଯୋଗହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷ ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ ଦିବା ଘ୧୦/୩୨ମି ପରେ […]

ଆଜିର ରାଶିଫଳ

୨୦୨୩ମସିହା ନଭେମ୍ବରମାସ ୮ତାରିଖ ବୁଧବାର। ସୁର୍ଯ୍ୟୋଦୟ- ଘ୫/୫୪/୪୭ ,ସୂର୍ଯ୍ୟାସ୍ତ- ଘ୫/୬/୫ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ,ତିଥି- ଦଶମୀ ମଳ ଦିବା ଘ୮/୧୪ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ରାତ୍ରି ଘ୭/୫୫ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।ଚ଼ନ୍ଦ୍ର- ସିଂହଚ଼ନ୍ଦ୍ର ରାତ୍ରି ଘ୨/୩୪ମିପର୍ଯ୍ୟନ୍ତ ତଦନ୍ତେ କନ୍ୟାଚନ୍ଦ୍ର।ସୌରଚଳନେ ତୁଳା ଦି୨୨ନ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୮/୧୪ମି ପରେ ଆଗ୍ନେୟକୋଣରେ।ମଳତିଥି,ବିଷ୍ଟିକରଣ,ବୈଧୃତିଯୋଗ,ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୨/୩୪ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- […]

ଦୀପାବଳୀରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ […]