Browsing yearly archive

2023

ଜାନୁଆରୀ୨୮ରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର,୭ା୧(ଏସଏସନିଉଜ)ଜାନୁଆରୀ୨୮ରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇ ଫେବ୍ରୁଆରୀ ୧୦ ଯାଏଁ ଚାଲିବାଜାନୁଆରୀ୩୦ରୁ ଫେବ୍ରୁଆରୀ୧୦ ପର‌୍ୟ୍ୟନ୍ତ ଯାତ୍ରା ପାଇଁ ଅନୁମତି ମିଳିଥିବାବେଳେ ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରାପାର୍ଟିକୁ ପ୍ରଦର୍ଶନ କରିବାପାଇଁ ଅନୁମତି ଦିଆଯାଇଥିବାର ଜଣାପଡିଛି ।

ଯୁଦ୍ଧଜାହାଜରେ ବୁଲିଲେ ସାଧାରଣ ଲୋକ

ଭୁବନେଶ୍ୱର,୭ା୧(ଏସଏସନିଉଜ)ଆଜି ପାରାଦୀପରେ ସମୁଦ୍ରରେ ଗୋଟିଏ ଦିନ କାର୍ଯ୍ୟକ୍ରମ ହୋଇଛି ।ଏଥିରେ ଭାରତୀୟ ତଟରକ୍ଷୀବାହିନୀ ପକ୍ଷରୁ ସମୁଦ୍ରରେ ଆୟୋଜିତ ଗୋଟିଏ ଦିନର କାର୍ଯ୍ୟକ୍ରମରେ ୨ ଟି ଯୁଦ୍ଧ ଜାହାଜରେ ସାଧାରଣ ଲୋକଙ୍କୁ ନେଇ ସମୁଦ୍ରରେ ଯାତ୍ରା କରାଯାଇଛି । ଜାହାଜ ବିଜୟା ଓ ଜାହାଜ ଭରତରେ ସାଧାରଣ ଲୋକଙ୍କୁ ନେଇ ଯାଇଥିଲା ତଟରକ୍ଷୀ ବାହିନୀା

ହାତୀନେଲା ୪ଜଣଙ୍କ ଜୀବନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ଆଜି ଭୋରସମୟରେ ଅନୁଗୁଳବ୍ଲକଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧଗ୍ରାମରେ ହାତୀଆକ୍ରମଣରେ ୪ଜଣଙ୍କର ମୃତ୍ୟୁଘଟିଛି।ମୃତକ ହେଉଛନ୍ତି ଛେଳିଆପଡ଼ାଗ୍ରାମର ସୁବାସବିଶ୍ଵାଳ , ବାରସିଙ୍ଗାଗ୍ରାମର ରମେଶସ୍ୱାଇଁ.ଅଙ୍ଗାରବନ୍ଧଗ୍ରାମର ଅନିରୁଦ୍ଧସାହୁ , ଗଡ଼ସନ୍ତ୍ରୀଗ୍ରାମ ଜାମ୍ବୁସାହିର ଅଜୟସାମଲା ଆଜି ଏହିଭଳିଏକ ଦୁଃଖଦ ଘଟଣା ଘଟିଯାଇଛି। ଏକା ସମୟରେ ଆଖପାଖ ଅଞ୍ଚଳରେ ଚାରିଜଣ ହାତୀଆକ୍ରମଣରଶିକାର ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛିା

୩୦ଫୁଟତଳକୁ ଖସିଲା ବୋଲେରୋ

ଭୁବନେଶ୍ୱର,୭ା୧(ଏସଏସନିଉଜ)ବଣଭୋଜି କରି ହସଖୁସିରେ ବୋଲେରୋରେ ଘରକୁ ଫେରୁଥିଲେ ମେଡିକାଲ କର୍ମଚାରୀ ।, ହେଲେ ବୋଲେରୋଟି ସାଳନ୍ଦିନଦୀ ପୋଲ ଅତିକ୍ରମ କରୁଥିବାବେଳେ ୩୦ଫୁଟତଳକୁ ଖସି ପଡ଼ିଥିଲା। ମୟୂରଭଞ୍ଜଜିଲ୍ଲା ମହୁଲିଆ ଥାନା ଅନ୍ତର୍ଗତ ବାଗଦଫାନିକଟରେ ଗତକାଲି ବିଳମ୍ବିତରାତିରେ ଏହି ସଡ଼କଦୁର୍ଘଟଣା ଘଟିଛି ।  

ଜଳିଗଲା ୩୦ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ରାୟଗଡ଼ାଜିଲା କଲ୍ୟାଣସିଂହପୁରବ୍ଲକ ଧାମୁଣିପଙ୍ଗାପଞ୍ଚାୟତ ଅନ୍ତର୍ଗତ ଖୁଦଭଟାଗାଁରେ ଅଚାନକ ନିଆଁଲାଗି ୩୦ କୁଇଣ୍ଟାଲ ଧାନ ଜଳିଯାଇଛି ।ଖୁଦଭଟାଗାଁର ଲକ୍ଷ୍ମଣକର୍ଷିକା ନିଜଜମିରେ ଧାନ ଅମଳକରି ଖଳାରେ ଧାନମଳାଇ ରଖିଥିବାବେଳେ ତାହା କୌଣସିକାରଣରୁ ଅଚାନକ ନିଆଁ ଲାଗିଯାଇଥିଲାା  

ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ

ଭୁବନେଶ୍ୱର,୭ା୧(ଏସଏସନିଉଜ) ଅଳ୍ପକେ ବର୍ତ୍ତିଯାଇଛି ପୁରୀ-ଜଳେଶ୍ୱର ମେମୁ ଟ୍ରେନ । ରାଜମହଲ ଓଭରବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଥିଲା ବିଦ୍ୟୁତ ତାରା ଟ୍ରେନ ତାରତଳେ ପଡିବାପରେ ଟ୍ରାକକଡ଼ରେ ନିଆଁଲାଗି ଯାଇଥିଲା ।ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।  

୯୦କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର,୭ା୧(ଏସଏସନିଉଜ) ମହାରାଷ୍ଟ୍ର ଆଣ୍ଟିନାର୍କୋଟିକ୍ସ ସେଲ ଅମ୍ବରନାଥଅଞ୍ଚଳରୁ ୩ଡ୍ରଗ୍ ବେପାରୀଙ୍କୁ ଗିରଫକରିଛିା ଅନ୍ତର୍ଜାତୀୟବଜାରରେ ୧୭ଲକ୍ଷଟଙ୍କା ମୂଲ୍ୟର ୯୦କେଜି ଗଞ୍ଜେଇ ଉଦ୍ଧାର କରିଛିା ଏହାସହ ୩ବେପାରୀଙ୍କ ବିରୋଧରେଏନଡିପିଏସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବାର ଜଣାପଡିଛି ।  

ପାକିସ୍ତାନକୁ ତାଲିବାନ ଭୟ!

ଭୁବନେଶ୍ୱର,୭ା୧(ଏସଏସନିଉଜ)ଦୁଇଖଣ୍ଡ ହୋଇଯିବ ପାକିସ୍ତାନ।ପାକିସ୍ତାନ-ତାଲିବାନ ମଧ୍ୟରେ ତେଜୁଛି ବିବାଦା ଉତରପାକିସ୍ତାନରେ ସମାନ୍ତରାଳ ସରକାର ଗଢ଼ିଲା ତେହରିକ୍-ଏ-ତାଲିବାନ ସଂଗଠନାଯାହାକୁନେଇ ଚିନ୍ତାରେ ପଡିଯାଇଛନ୍ତି ପାକିସ୍ତାନୀ ଜନତାା  

ଓଡିଆପୁଅ ବାଛିବେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର,୭ା୧(ଏସଏସନିଉଜ) ବିସିସିଆଇ ସିନିୟର ଚୟନକର୍ତ୍ତାକମିଟି ଘୋଷଣା କରାଯାଇଛି ।ଏଥିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର ଦାସ ।ବିସିସଆଇସିନିୟର ଚୟନକମିଟିର ଚୟନକର୍ତ୍ତାଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କସହ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ମଧ୍ୟ ଚୟନକର୍ତ୍ତା ହୋଇଥିବାବେଳେ ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା ।

୧୯ଡିଗ୍ରୀ କଲେଜକୁ ସୋ-କଜ୍ ନୋଟିସ!

ଭୁବନେଶ୍ୱର,୭ା୧(ଏସଏସନିଉଜ) ୧୯ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର ସୋ-କଜ୍ ନୋଟିସ ଦିଆଯାଇଛି। ସାମ୍ସନିୟମ ଉଲ୍ଲଂଘନକରି ପିଲାଙ୍କ ଆଡମିଶନକରିଥିବାରୁ ପିଲାଙ୍କଭବିଷ୍ୟତ ନଷ୍ଟ ଆଶଙ୍କାକରାଯାଇ ନୋଟିସ କରାଯାଇଛି। ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଜାନୁଆରୀ ୧୧ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।