Browsing yearly archive

2023

୨୦୨୪ଜାନୁଆରୀ୧ସୁଦ୍ଧା ସରିବ ରାମମନ୍ଦିରକାମ

ଭୁବନେଶ୍ୱର,୫ା୧(ଏସଏସନିଉଜ)୨୦୨୪ଜାନୁଆରୀ ୧ସୁଦ୍ଧା ସରିବ ରାମମନ୍ଦିର କାମ। ତ୍ରିପୁରାରେ ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତଶାହା ଦେଇଛନ୍ତି ଏଭଳିମନ୍ତବ୍ୟ। ଏହାସହ ରାମମନ୍ଦିର ନିର୍ମାଣନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ରାମମନ୍ଦିର ନିର୍ମାଣରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ବୋଲି କହିଛନ୍ତିା ମର‌୍ୟ୍ୟାଦାପୁରୁଷ ପ୍ରଭୁଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର ।

ମାର୍ଚ୍ଚ୧୦ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୫।୧(ଏସଏସ ନିଉଜ)ମାର୍ଚ୍ଚ୧୦ରୁ ୧୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ରେଗୁଲାର ଓ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ସମାନ ରହିବ।ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା ଦେଇଛନ୍ତି। ୩୦୨୭ଟି କେନ୍ଦ୍ରରେ ହେବାକୁଥିବା ଏହି ପରୀକ୍ଷାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ଖୁବଶୀଘ୍ର ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ବାହାରିବ। ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷାମୂଲ୍ୟାୟନ […]

ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ !

ଭୁବନେଶ୍ୱର,୫।୧(ଏସଏସ ନିଉଜ)ବିଶ୍ୱର ସର୍ବବୃହତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ଏକକୋଟି ଟଙ୍କାର ପୁରସ୍କାର ରାଶି ମିଳିବ।ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି ।

ଅର୍ଚ୍ଚନାଙ୍କଘରେ ମାପଚୁପ କରିଛି ଇଡି

ଭୁବନେଶ୍ୱର,୫।୧(ଏସଏସ ନିଉଜ)ଆଜି ଅର୍ଚ୍ଚନାଙ୍କ ଘରେ ପହଞ୍ଚି ମାପଚୁପ କରିଛନ୍ତି ଇଡି ଅଧିକାରୀ । ପୂର୍ବରୁ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଜବତ ପାଇଁ ଦିଲ୍ଲୀ ସ୍ଥିତ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲା ଇଡି । ଏହାପରେ ଅଧିକାରୀମାନେ ଜେଲ ଯାଇ ଅର୍ଚ୍ଚନାଙ୍କ ସମେତ ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ନୋଟିସ କରିଥିଲେ । ଏହାପରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆଜି ପ୍ରକ୍ରିୟା ଆରମ୍ଭ ହୋଇଥିବାର ଜଣାପଡିଛି।

ମ୍ୟାନେଜର ଓ ଅଧୀକ୍ଷକ ନିଲମ୍ବିତ

କୋରାପୁଟ .୫ା୧(ଏସଏସନିଉଜ)କୋରାପୁଟ ରେଳଷ୍ଟେସନ ମ୍ୟାନେଜର ଓ ଷ୍ଟେସନଅଧୀକ୍ଷକ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ବିଶାଖାପାଟଣା ଊଜଗ। ବିଦ୍ୟୁତସରବରାହ ବନ୍ଦଅଞ୍ଚଳରେ ଯାତ୍ରୀବାହୀ ଟ୍ରେନ୍କୁ ପ୍ରବେଶ କରାଇଥିଲେ। ଫଳରେ କାଲି ୩ଘଣ୍ଟାରୁ ଉର୍ଦ୍ଧ୍ୱ ସମୟଧରି ଅଟକି ରହିଥିଲା ହୀରାଖଣ୍ଡ ଟ୍ରେନ୍ା    

ଚିଲିକାରେ ପକ୍ଷୀଗଣନା ଶେଷ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଚିଲିକାରେ ପକ୍ଷୀ ଗଣନାକାର୍ଯ୍ୟ ଶେଷହୋଇଛି। ଚଳିତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ୫୭ ହଜାର ଅଧିକ ପକ୍ଷୀ ଚିଲିକା ଆସିଛନ୍ତି। ଗଣନାରେ ନଳବଣ ରେଞ୍ଜରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ। ୨୧ଟି ଟିମ୍ରେ ଶତାଧିକ କର୍ମଚାରୀ ଗଣନା କରୁଥିଲୋ

ଝାଡ଼ଖଣ୍ଡସରକାରଙ୍କ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୫ା୧(ଏସଏସନିଉଜ)ତୀର୍ଥରାଜ ସମ୍ମଦ ଶିଖର୍ଜିପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାନେଇ ଝାଡ଼ଖଣ୍ଡସରକାରଙ୍କ ନିଷ୍ପତ୍ତିକୁ ଜୋରଦାରବିରୋଧ କରାଯାଉଥିବାର ଦେôବାକୁ ମିଳିଛି । ସାରାଦେଶରେ ଜୈନସମ୍ପ୍ରଦାୟସଦସ୍ୟଙ୍କ ବିଶାଳ ବିକ୍ଷୋଭ ହେଉଛି। ରାସ୍ତାରେ ହଜାର ହଜାର ଲୋକଙ୍କ ବିରୋଧ ପ୍ରଦର୍ଶନ କରାଯାଉଛି। ଜୟପୁରରେ ବିକ୍ଷୋଭ ବେଳେ ଜଣେ ଜୈନ ମୁନିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ଜଣାପଡିଛି ।

ଆଜିଠୁ 5G ସେବା

ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।

ହକିଷ୍ଟାଡିୟମ ଉଦଘାଟନ କରିବେ ନବୀନ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।

ଆଜିର ରାଶିଫଳ

୨୦୨୩ ମସିହା ଜାନୁୟାରୀ ମାସ ୦୫ ତାରିଖ (ଗୁରୁବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରୀ ଘ୧/୫୬ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୦୨ ,ତୁଳା ଓ କୁମ୍ଭ ରାଶି ର ଘାତବାର ,କନ୍ୟା ରାଶି ର ଘାତଚନ୍ଦ୍ର , ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବିରି ଭକ୍ଷଣ ନିଷେଧ   ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟପାଇଁ ଭଲ ଅବସରପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। […]