ଭୁବନେଶ୍ୱର,୫।୧(ଏସଏସ ନିଉଜ)ମାର୍ଚ୍ଚ୧୦ରୁ ୧୭ ପର୍ଯ୍ୟନ୍ତ
ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି। ରେଗୁଲାର ଓ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ସମାନ ରହିବ।ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା ଦେଇଛନ୍ତି। ୩୦୨୭ଟି କେନ୍ଦ୍ରରେ ହେବାକୁଥିବା ଏହି ପରୀକ୍ଷାରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ଖୁବଶୀଘ୍ର ଫର୍ମ ଫିଲପ ପାଇଁ ବିଜ୍ଞପ୍ତି ବାହାରିବ। ନବମ ଶ୍ରେଣୀ ସମ୍ମେଟିଭ୍-୨ ପରୀକ୍ଷା ଫେବ୍ରୁଆରୀ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ହେବ। ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୯ରୁ ହେବ। ପରୀକ୍ଷାମୂଲ୍ୟାୟନ ଫେବ୍ରୁଆରୀ ୨୨ରୁ ୨୮ତାରିଖ ପର୍ଯ୍ୟନ୍ତ ହେବ। ନବମ ଶ୍ରେଣୀ ପରୀକ୍ଷା ଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।