Browsing yearly archive

2023

ଘାଟିରେ ବସ୍ ବ୍ରେକଫେଲ୍

ଗଞ୍ଜାମ,୬ା୧(ଏସଏସନିଉଜ) ପାଟପୁରଥାନା ଅଧୀନ ତପ୍ତପାଣି ଘାଟି ପାଳୁଖୋଳା ନିକଟରେ‘ମହାଲକ୍ଷ୍ମୀ’ ନାମକ ଘରୋଇ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।ଏହାଦ୍ୱାରା ୧୦ ଜଣଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଗଜପତିଜିଲ୍ଲା ଅଡ଼ବାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବଳେ ତପ୍ତପାଣି ଘାଟି ତଳକୁ ଖସୁଥିବା ସମୟରେ ବ୍ରେକ୍ଫେଲ୍ ହୋଇଯାଇଥିଲା ।ଫଳରେ ଭାରସାମ୍ୟ ହରାଇ ପାଳୁଖୋଳା ନିକଟ ବୁଲାଣିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ

ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।

ଆରମ୍ଭହେଲେ ଶିମିଳିପାଳରେ କୁ୍ମ୍ଭୀର ଗଣନା

କରଞ୍ଜିଆ,୬ା୧(ଏସଏସନିଉଜ) ଶିମିଳିପାଳରେ କୁ୍ମ୍ଭୀର ଗଣନା ଆରମ୍ଭ ହୋଇଛି । ୫ଟିନଦୀରେ ସକାଳ ୬ଟାରୁ ଚାଲିଛି କୁମ୍ଭୀର ଗଣନା। ୨ ଦିନ ଧରି କୁମ୍ଭୀର ଗଣନା ଚାଲିବ ବୋଲି ଜଣାପଡିଥବାବେଳେ ଏହି ଗଣନାରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ବିନାଛୁଟିରେ ରହିବା ପଡ଼ିଛି ମହଙ୍ଗା

ନବରଙ୍ଗପୁର,୬ା୧(ଏସଏସନିଉଜ) ବିନାଛୁଟିରେ ଅନୁପସ୍ଥିତରହିବା ପଡ଼ିଛି ମହଙ୍ଗା। ୩୦ଜଣଙ୍କ ମଧ୍ୟରୁ ୨୪ଜଣଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରିଛନ୍ତି ଜିଲ୍ଲାପାଳ। ୨୦୧୦ରୁ ୨୦୨୨ ମଧ୍ୟରେ ଅନୁପସ୍ଥିତ ଥିବା ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ରାଇଘରରୁ ସର୍ବାଧିକ ୭ ଜଣ। ସୋ କଜ୍ ସତ୍ତ୍ୱେ କୌଣସି ଉତ୍ତର ନ ଦେବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଜଣାପଡିଛି ।  

ଆଜିର ରାଶିଫଳ

ଦେବାଭିଷେକ ପୂର୍ଣ୍ଣିମା ,୨୦୨୩ ମସିହା ଜାନୁୟାରୀମାସ ୦୬ ତାରିଖ (ଶୁକ୍ରବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ପୂର୍ଣ୍ଣିମା ରାତ୍ରୀ ଘ୪/୨୮ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୭/୩୮ ,ବିଛା, ଧନୁ ଓ ମୀନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ।  ମେଷ-ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ।ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଅନେକ ନୂତନ ଜିନିଷର ଆରମ୍ଭ ହେବ।ବ୍ୟବସାୟରେ ଅନେକ ଭାବରେ ସଫଳତା ପ୍ରାପ୍ତ ହେବ। ବୃଷ-ସାହିତ୍ୟ,ସଙ୍ଗୀତ, କଳା […]

ଏଛୁଆ କାହାର!

ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]

ଚାଉଳ ସଠିକ ହିତାଧିକାରୀଙ୍କୁ ଦିଅ – ଧର୍ମେନ୍ଦ୍ର

ଭୁବନେଶ୍ୱର,୫ା୧(ଏସଏସନିଉଜ)ମାଗଣା ଚାଉଳନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଜାତୀୟଖାଦ୍ୟ ସୁରକ୍ଷାଯୋଜନାରେ ୯୦ରୁ ୯୫% କେନ୍ଦ୍ର ସରକାର ଦେଉଥିଲୋବିତରଣ ରାଜ୍ୟ କରୁଥିଲା । ଏହାଦ୍ୱାରା ଓଡ଼ିଶାର ୩.୨୫କୋଟି ଲୋକ ସୁବିଧା ପାଉଥିଲୋକେନ୍ଦ୍ର ୧.୮୭ ଲକ୍ଷ ଟନ ଚାଉଳ ଦେଉଥିବାବେଳେ କେଜିପିଛା ୩୭.୮୮ ଟଙ୍କା ଖର୍ଚ୍ଚ ହେଉଛିାଚାଉଳପାଇଁ ମାସିକ ୭ଶହ କୋଟି ଓ ବର୍ଷକୁ ୮୪୦୦ କୋଟି ଖର୍ଚ୍ଚ କରୁଛି କେନ୍ଦ୍ରାମୋଦି ଦେଉଥିବା ଚାଉଳକୁ ସଠିକ ହିତାଧିକାରୀକୁ ଦିଅନ୍ତୁ ରାଜ୍ୟ ସରକାର ବୋଲି ଧର୍ମେନ୍ଦ୍ର୍ର କହିଛନ୍ତି […]

୨ବର୍ଷରେ ସାରାଓଡ଼ିଶାରେ5G

ଭୁବନେଶ୍ୱର,୫ା୧(ଏସଏସନିଉଜ)୨ବର୍ଷରେ ସାରାଓଡ଼ିଶାରେ ୫ଏ ସେବା ଉପଲବ୍ଧ ହେବ । 5G ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟରେ ଏହା କହିଛନ୍ତି ।ସେକହିଛନ୍ତି ଫାଇବର କେବୁଲ ବିଛାଇବାପାଇଁ ପ୍ରଧାନମନ୍ତ୍ରୀ ୧୧ଶହକୋଟି ଦେଇଛନ୍ତି। ଓଡ଼ିଶାର ପ୍ରତିଗାଁ ଓ ସ୍କୁଲକୁ ହାଇସ୍ପିଡକେବୁଲ ପହଞ୍ଚିବା ରାଜ୍ୟସରକାର ସହଯୋଗ କଲେକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଚୋରାମଦ କରବାରରେ କାଉନସିଲର ସ୍ବାମୀ ଗିରଫ

ସୁନ୍ଦରଗଡ଼, ୫ା୧(ଏସଏସନିଉଜ) ଚୋରାମଦ ଚାଲାଣଅଭିଯୋଗରେ ସୁନ୍ଦରଗଡ଼ପୌର କାଉନସିଲରଙ୍କ ସ୍ବାମୀ ସୁକାନ୍ତ ରୋହିଦାସଙ୍କୁ ଗିରଫ କରିଛି ପୁଲିସ। ସୁକାନ୍ତଙ୍କ ନାମରେ ଆଗରୁ ବହୁ କଳାକାରବାରର ଅଭିଯୋଗ ରହିଥିଲା। ଟାଉନଥାନାପୋଲିସ ସୁକାନ୍ତକୁ ଗିରଫକରିବାସହ ତଦନ୍ତ ଜାରିରଖିଛି ।

ବ୍ୟାଙ୍କ ଓ ଏଟିଏମ୍ ଟଙ୍କା ଲୁଟ୍

ନୀଳଗିରି, ୫ା୧(ଏସଏସନିଉଜ) ଦିନଦ୍ୱିପ୍ରହରରେ ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଲୁଟ ହୋଇଛି। ବ୍ୟାଙ୍କକର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ରଦେଖାଇ ଲକ୍ଷାଧିକଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜାମନା ଛକସ୍ଥିତ ବ୍ୟାଙ୍କକିଓସ୍କରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ବ୍ୟାଙ୍କପାଖରେ ଥିବା ଏକ ATMକୁମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଥିବାର ଜଣାପଡିଛି ।