ଏଛୁଆ କାହାର!

ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି ।
ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ ଆହୁରି ସରସସୁନ୍ଦର ଭାବେ ଗଢିତୋଳିବାକୁ ମାଳମାଳ ଅସ୍ଥାୟୀ କର୍ମଚାରୀମାନଙ୍କୁ ମନଇଛାରେ ନିଯୁକ୍ତି ଦିଆଚାଲିଛି ।ଯେତେବେଳେ ଯେଉଁ ରେଞରବାବୁମାନେ ଚାହିଁଲେ ସେମାନେ ଅସ୍ଥାୟୀକର୍ମଚାରୀମାନଙ୍କୁ ନିଯୁକ୍ତି କରିଚାଲିଛନ୍ତି ।ନିଯୁକ୍ତି ପାଉଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ସଠିକବାବେ ଯଦି କାମରେ ଲଗାଯାଆନ୍ତା ତେବେ ନନ୍ଦନକାନନକୁ ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମାଡଖାଆନ୍ତେ ନାହିଁକି ଗହଳି ସମୟରେ ପକେଟମାରଙ୍କ ପାର୍ଦୁଭାବରୁ ବର୍ତିଯାଆନ୍ତେ ।
ଏହି ଅସ୍ଥାୟୀ କର୍ମଚାରୀଜଣଙ୍କ ଚିକିସ୍‌ାଳୟରେ ଥିବା ମାଛେଉଣ୍ଡ ପଶୁପକ୍ଷୀ ଲାଳନପାଳନକେନ୍ଦ୍ରରେ କାମକରିବା ପାଇଁ ନିଯୁକ୍ତି ପାଇଛନ୍ତି ।ଏଥିପାଇଁ ନନ୍ଦନକାନନ ତାଙ୍କୁ ମାସିକ ପାରିଶ୍ରମିକ ମଧ୍ୟ ଦେଉଛି ।କିନ୍ତୁ କର୍ମଚାରୀଜଣଙ୍କ କାହାର କାମ କରୁଛନ୍ତି ଏହି ଫଟୋ ବୟାନ କରୁଛି ।ନିଜ ଚାକିରିକୁ ବଂଚାଇବାକୁ ଯାଇ ସାରମାନଙ୍କ ପିଲାଙ୍କୁ ସ୍କୁଲକୁ ନବାଆଣିବା କରୁଛନ୍ତି ।ତେବେ ଏପିଲାଟି କାହାର ବୋଲି ଅସ୍ଥାୟୀ କର୍ମଚାରିଟିର ସାଥିମାନେ ତାଙ୍କୁ ପଚାରୁଛନ୍ତି ।କେବଳ ଏହି ଜଣଙ୍କ ନୁହେଁ ବହୁ ଅସ୍ଥାୟୀ କର୍ମଚାରୀମାନଙ୍କୁ ନନ୍ଦନକାନନର ବଡବଡିଆବାବୁମାନେ ରୋଷେଇଠାରୁ ଆରମ୍ଭ କରି ପରିବାଆଣିବା ,ସ୍କୁଲକୁ ସେମାନଙ୍କ ପିଲାଙ୍କୁ ନବାଆଣିବା ଓ ଘରଓଳାଇବା ଭଳିକାମରେ ନିୟୋଜିତ କରୁଥିବାର ଦେଖିବାକୁ ମିଳିଛି ।ଏସବୁ ସତ୍ୱେ ନନ୍ଦନକାନନ କର୍ତୁପକ୍ଷ ନୀରବ ରହିବାଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଏହିଭଳି ଆନ୍ତରିକତାକୁ ପାଥେୟ କରି ବଡବଡ କଥାକହୁଥିବା ଅଧିକାରୀମାନେ କେଉଁଭଳି ନନ୍ଦନକାନନର ବିକାଶ କରୁଛନ୍ତି ସେ ବିଚାର ଆପଣମାନେ କରିବା ଦରକାର ।

Comments (0)
Add Comment