Browsing yearly archive

2023

ବଲାଙ୍ଗିର ମେଡ଼ିକାଲ କଲେଜରେ ଉତ୍ତେଜନା

ବଲାଙ୍ଗିର୨୮ା୧୨(ଏସଏସନିଉଜ)ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି ।ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଏହି ଉତ୍ତେଜନା ଦେଖାଦେଇଛି ।କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ମେଡ଼ିକାଲ କଲେଜ ଛାତ୍ରମାନେ ହସ୍ପିଟାଲ ଫାଟକରେ ତାଲା ପକାଇ ଆବ୍ଦୋଳନ କରିଛନ୍ତି ।ଆକ୍ରମଣର ଶିକାର ହୋଇଥିବାଛାତ୍ର ଗୁରୁତରଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ପୁଣି ୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ଗତକାଲି ରାଜ୍ୟରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚି ଥିବାବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗାକରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁନେଇ ଏବେ ଚିନ୍ତା ବଢିବା ଆରମ୍ଭ କରିବାକୁ ଲାଗିଥିବାବେଳେ ଦେଶରେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  

ବିଧାୟକ ଉଦଘାଟନ କଲେ

ନୀଳଗିରି,୨୮ା୧୨(ଏସଏସନିଉଜ) ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସଫଳକକୁ ଭାଙ୍ଗିଦେଲେ ସରପଞ୍ଚାଶିଳାନ୍ୟାସଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଇଥିଲୋନୀଳଗିରି ଗରଡିହି ପଞ୍ଚାୟତ କଳାକାଦଗାଁରେ ଏହିଭଳି ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଥିଲା ।କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଏହାହେଉଛି ଶିଳାନ୍ୟାସ ଫଳକ ।ପୁର୍ବନିର୍ଦ୍ଧାରିତ ସମୟାନୁସାରେ ଶିଳାନ୍ୟାସ ପାଇଁ ପହଞ୍ଚିଥିଲେ ବିଧାୟକ ସୁକାନ୍ତ ନାୟକ ।ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚାତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ।ସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକାବିଧାୟକ […]

ଆଉ ନାହାନ୍ତି ସୁପରଷ୍ଟାର ବିଜୟକାନ୍ତ

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ)ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଷ୍ଟାରବିଜୟକାନ୍ତଙ୍କ ଗତକାଲି ରାତିରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । କରୋନା ପଜିଟିଭ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିବା ବିଜୟକାନ୍ତ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୦୫ରେ DMDKନାଁରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୧ରେ ୨୬ଟି […]

ଜଳିଗଲା ବସ୍‌-ଚାଲିଗଲା୧୩ ଜୀବନ

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ଜଳିଯିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍୍ୟୁ ଘଟବାସହ ୧୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ଡମ୍ଫର ସହ ବସ୍‌ଟି ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା । ବସ୍‌ଟିରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସୌଭାଗ୍ୟ ବସତଃ ୪ଜଣ ମୁକୁଳିଯାଇଛନ୍ତି । […]

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]

କଟକ ସହରକୁ ଗଡ଼ିବ ମେଟ୍ରୋ

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ […]

ରଘୁକୁ ପୋଲିସର ଗୁଳି

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ବାଲିଯାତ୍ରାପଡ଼ିଆ ନିକଟରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି ।ପୋଲିସ ପିଛା କରିବା ବେଳେ ରଘୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିବାବେଳେ ତାର ଜଣେ ସହଯୋଗୀ କୈାଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ବରଥାନା ପୋଲିସ ।ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଥିବାର ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି ।

ଗୋରୁବୋଝେଇ ଗାଡିକୁ ନେଇ ପିଟାପିଟି

ବାଲେଶ୍ୱର,୨୮ା୧୨(ଏସଏସନିଉଜ)ଗୋରୁ ବୋଝେଇ ଗାଡି ଅଟକାଇବାକୁନେଇ ପିଟାପିଟି ହୋଇଛନ୍ତି ।ଗୋମାଫିଆଙ୍କ ସହ ଯୁବକଙ୍କ ଗଣ୍ଡଗୋଳରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ଜଣାପଡିଛି ।ଏନଏଚ-୬୦ ସଦରଥାନା ଫୁଲାଡିନିକଟରେ ଏହି ଗଣ୍ଡଗୋଳ ଘଟିଛି ।ଝାହାଫଳରେ ରାସ୍ତାରେ ଛିଡା ହୋଇଛି ୨ଟି ଗୋରୁ ବୋଝେଇ ଟ୍ରକ୍ ସହ କାର୍ ।କାର୍‌ର ଆଗକାଚ ଭଙ୍ଗା ଯାଇଥିବାର ଦେଖିବାକୁ ମିଳିଛି ।

ରାୟଗଡ଼ା ବନ୍ଦ

ରାୟଗଡ଼ା,୨୮ା୧୨(ଏସଏସନିଉଜ) ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡ଼ା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବାବେଳେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ମଧ୍ୟ କରାଯାଇଛି ।ଚନ୍ଦ୍ରପୁର ମେଡିକାଲ ୱାର୍ଡେନଙ୍କ ହତ୍ୟାକାରୀକୁ ଧରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ୨୧ରେ ମେଡିକାଲ ପରିସରରୁ ୱାର୍ଡେନଙ୍କ ଅଧାପୋଡା ମୃତଦେହ ମିଳିଥିଲା ।