Browsing yearly archive

2023

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୨୮ତାରିଖ ଗୁରୁବାର ।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢାପରିକ୍ରମା, ଅଦ୍ୟ ପୂର୍ଣ୍ଣିମାବିହିତ ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ, ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋରଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ।ସୁର୍ଯ୍ୟୋଦୟ- ଘ୫/୪୦/୧୩ ,ସୂର୍ଯ୍ୟାସ୍ତ-ଘ୫/୩୪/୫୧ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୭/୮ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୭/୮ମିପରେ ବାୟବ୍ୟ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ଶନିଯୁକ୍ତପରେ ରବି ମଙ୍ଗଳସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଏବଂ ରାତ୍ରି […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ରାସ୍ତାକଡ଼ରେ ଯାଆଁଳାପିଲା

ବଲାଙ୍ଗିର,୨୭।୯(ଏସଏସନିଉଜ)ବଲାଙ୍ଗିର ଟିଟିଲାଗଡ଼ ରେ ରାସ୍ତା କଡ଼ରେ ପ୍ରସବ କଲେ ଗର୍ଭବତୀ । ରାସ୍ତାକଡ଼ରେ ଯାଆଁଳା ଶିଶୁଙ୍କୁ ଜନ୍ମଦେଲେ ୨୦ ବର୍ଷୀୟା ମାଆ। ଉଭୟ ମାଆ ଓ ଶିଶୁଙ୍କୁ ଉଦ୍ଧାର କରିଛି ଟିଟିଲାଗଡ଼ ପୋଲିସ ।ଉଦ୍ଧାରପରେ ପିଲା ଓ ମାକୁ ଚିକିତ୍ସା ପାଇଁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେଠାରେ ଜନ୍ମିତ ପିଲାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାର ଜଣାପଡିଛି।

ଗଣେଶ ଭାଷାଣିରେ ଗୋଷ୍ଠି ସଂଘର୍ଷ

ବାଙ୍କୀ୨୭।୯(ଏସଏସନିଉଜ) କରବରଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗଣେଶମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ କମେଣ୍ଟମରାରୁ ନେଇ ଏହି ସଂଘର୍ଷ ଘଟିଛି।ସଂଘର୍ଷରେ ଉଭୟ ପକ୍ଷର ୮ରୁ ଅଧିକ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରୁ ଗୁରୁତରଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କୁ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ନମିଳିବାରୁ ବାଙ୍କୀ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା।

ଆଉ ୬ ସ୍କ୍ରବ୍‌ ଟାଇଫସ

ସୁନ୍ଦରଗଡ଼,୨୭।୯(ଏସଏସନିଉଜ)ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୬ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ* ହୋଇଛି।ଯାହାଫଳରେ ଜିଲ୍ଲାରେ ମୋଟ୍ ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ସଂଖ୍ୟା ୨୫୦କୁ ବୃଦ୍ଧି ପାଇଛି।ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତ ଚିହ୍ନଟ ନେଇ CDMOଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଶିଶୁ ବଦଳରେ କେଁ

ଭୁବନେଶ୍ୱର,୨୭।୯(ଏସଏସନିଉଜ)କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି।ଏହି ଘଟଣାରେ ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।ଦାୟିତ୍ୱରେ ଅବହେଳାପାଇଁ ସସ୍‌ପେଣ୍ଡ କରିଥିବାର ସୂଚନା ମିଳିଛି।ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ।

ଟଙ୍କା ଖାଇଦେଲେ ପୋଷ୍ଟମାଷ୍ଟର !

ଚାନ୍ଦବାଲି,୨୭।୯(ଏସଏସନିଉଜ)ପୋଷ୍ଟମାଷ୍ଟରଙ୍କ ନାଁରେ ଟଙ୍କା ହଡ଼ପ ଅଭିଯୋଗ ଆସିଛି।ଏହାକୁନେଇ ଉତ୍ତେଜନା ଦେଖାଦେଇଛି।ଉଗ୍ରତାରା ପୋଷ୍ଟ ଅଫିସ ଆଗରେ ଉତେଜିତ ଲୋକ ହୋହଲ୍ଲା ଆରମ୍ଭ କରିଛନ୍ତି।ପୋଷ୍ଟ ଅଫିସରେ ଲୋକଙ୍କ ଲକ୍ଷାଧିକ ଜମା ଟଙ୍କା ହଡ଼ପ ହୋଇଥିବା ନେଇ ଉତ୍ୟକ୍ତ ଲୋକମାନେ ଅଭିଯୋଗ କରିଛନ୍ତି।

ଘାଟିରୁ ଓଲଟିଲା ସ୍କୁଲ୍‌ବସ୍‌

ଭୁବନେଶ୍ୱର,୨୭।୯(ଏସଏସ ନିଉଜ)ଘାଟିରୁ ସ୍କୁଲ ବାସ ଓଲଟିପଡିବା ଯୋଗୁ ପିଇଟି ଶିକ୍ଷକଙ୍କ ମୃତ୍ୟୁ ଘଟିଛି।ଏଥିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଛି ବସ୍‌। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ହୋଇଥିବା ବେଳେ ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ।ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବସ ଟି ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।

ଦୁର୍ଗାପୂଜାପାଇଁ ମାଟିଅନୁକୂଳ ପର୍ବ

ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା […]

ଗ୍ୟାସସିଲିଣ୍ଡର ନିଆଁଲାଗି ମହିଳାଗୁରୁତର

ବାରଙ୍ଗ,୨୬|୯ (ଏସଏସନିଉଜ)ବାରଙ୍ଗବ୍ଲକ ଅର୍ନ୍ତଗତ ବଛିପୁର ଗ୍ରାମରେ ଗ୍ୟାସ ସିଲିଣ୍ଡର ଲିକରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଆହତ ହୋଇଥିବା ବେଳେ ରୋଷେଇ ଘରେ ଥିବା ସମସ୍ତ ସାମଗ୍ରୀ ପୋଡ଼ିଯାଇଛି।ଖବର ପାଇ ବାରଙ୍ଗରୁ ଏକ ଦମକଳ ଆସି ନିଆଁ କୁ ଆୟତ୍ତ କରିଛି। ପ୍ରକାଶଯେ, ମଙ୍ଗଳାବର ସନ୍ଧ୍ୟା ସମୟରେ ବଛିପୁରଗ୍ରାମର ରଜେନ୍ଦ୍ର ବେହେରାଙ୍କ ସ୍ତ୍ରୀ ପୁଷ୍ପଲତା ରୋଷେଇଘରେ ରୋଷେଇ କରୁଥିଲେ।ଏହିସମୟରେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକହୋଇ ହାଠାଇ ନିଆଁ ଜଳିବାକୁ ଲାଗିଥିଲା।ନିଆଁକୁ ଲିଭାଇବାକୁ ଯାଇ ତାଙ୍କ ପତ୍ନୀ […]