ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା ରେ ମାଙ୍କର ପୂଜାହେବା ସ୍ଥାନକୁ ଆସିଥିଲେ।ତେବେ ପ୍ରଥମ ବର୍ଷ ଦୁର୍ଗାପୂଜା ହେଉଥିବାରୁ ସମସ୍ତେ ବେଶ ଉତ୍ସାହିତ ଥିବାର ଜଣାପଡିଛି।ଅନ୍ୟପଟେ ଚଳିତ ବର୍ଷ ସତୁରି ଫୁଟ ଉଚ୍ଚତାର ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରୁଥିବାର କମିଟି ପକ୍ଷରୁ କୁହାଯାଇଛି।