Browsing yearly archive

2023

ବରଗଡରେ ସ୍କ୍ରବଟାଇଫସ ଆତଙ୍କ

ବରଗଡ଼,୧୩।୯(ଏସଏସନିଉଜ)ମ୍ୟାଲେରିଆ,ଡେଙ୍ଗୁପରେ ଏବେ ସ୍କ୍ରବଟାଇଫସ୍ (ScrubTyphus ) ଆତଙ୍କ ଦେଖାଦେଇଛି।ବରଗଡ଼ରେ ସ୍କ୍ରବଟାଇଫସ ବିଷାକ୍ତକୀଟ ଆକ୍ରମଣରେ ୫ ଜଣଙ୍କର ମୃତୁ ହୋଇ ଥିବାବେଳେ ୪ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବାନେଇ ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି କ୍ଷବରଗଡ଼ ଜିଲ୍ଲାର ଅତାବିରା, ଭେଡେନ, ବରପାଲିର ଜଣେ ଓ ସୋହେଲା ବ୍ଲକଅଞ୍ଚଳରୁ ୨ଜଣଙ୍କ ମୃତ୍ୟୁହୋଇଛି ।ଏମାନେ ସମସ୍ତେ ବେସରକାରୀ ହସ୍ପିଟାଲ ଓ କ୍ଲିନକରେ ଚିକିତ୍ସିତହେଉଥିଲେ।  

ବଜ୍ରାଘାତରେ ଚାଲିଗଲା ଜୀବନ

ବୌଦ୍ଧ,୧୩।୯(ଏସଏସନିଉଜ)ଗଛତଳେ ଆଶ୍ରୟ ହେଲାକାଳ। ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ। ବର୍ଷାରେ ଗଛ ତଳେ ୩ ସାଙ୍ଗ ଆଶ୍ରୟ ନେଇଥିଲା ବେଳେ ବଜ୍ରାଘାତ ଘଟିଥିଲା।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।ବାଉଁଶୁଣୀ ଥାନା ବଲାକିରାରେ ଗଛତଳେ ଆଶ୍ରୟବେଳେ ଏହି ଅଘଟଣ ଘଟିଥିଲା।  

ଚାଲିଗଲା ବାପାଙ୍କ ଜୀବନ

ବୌଦ୍ଧ,୧୩।୯(ଏସଏସନିଉକ)ଦୁର୍ଘଟଣାରେ ବାପାଙ୍କର ମୃତୁ ହୋଇଥିବା ବେଳେ ପୁଅ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ବୌଦ୍ଧ ବାଇପାସ ଜଗଦୀଶପୁର ଛକରେ ଏହି ଦୁର୍ଘଟଣା ଘଟିଥିଲା।ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଚାଲିଯାଇଥିଲା ବାପାଙ୍କର ଜୀବନ।ସଂକଟାପନ୍ନ ପୁଅଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇଛି।ମୃତକ ହେଉଛନ୍ତି ବଂଶୀଧର ଭୋକ୍ତା। ଖବରପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।  

ଯଯାତିକେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ

ଭୁବନେଶ୍ୱର,୧୩।୯(ଏସଏସନିଉଜ)ଯଯାତି କେଶରୀଙ୍କ ନାଁରେ ନାମିତହେବ ଯାଜପୁର ମେଡିକାଲକଲେଜ।ଏହିପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ।୨୦୨୪ ଶିକ୍ଷାବର୍ଷରୁ କାର‌୍ୟ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ଏଥିନିମନ୍ତେ ୧୦୦ ସିଟ୍‌ରେ ନାମଲେଖାପାଇଁ ଘଗଉକୁ ଆବେଦନ କରିବେ ସରକାର ।  

ସ୍ୱାସ୍ଥ୍ୟବିଭାଗର ଚଢ଼ାଉ

କଟକ,୧୩।୯(ଏସଏସନିଉଜ) ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।କଟକ ବାଦାମବାଡ଼ି ଅଞ୍ଚଳରେ ସ୍ୱାସ୍ଥ୍ୟବିଭାଗର ଚଢ଼ାଉ କରାଯାଇଛି। ୩ଟି ଜାଗାରେ ସ୍ୱାସ୍ଥ୍ୟବିଭାଗର ୨ଟିଟିମ୍‌ର ଚଢ଼ାଉ ହୋଇଛି।ଚଢ଼ାଉବେଳେ ଆପତ୍ତିଜନକ ଯନ୍ତ୍ରପାତି ମିଳିଥିବା ସୂଚନା ମିଳିଛି।

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୪ତାରିଖ ଗୁରୁବାର। ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ସପ୍ତପିତୃକା ଅମାବାସ୍ୟା, ଦର୍ଭସଂଗ୍ରହ, ଗୃହିଣାଂ ସପ୍ତପୁରୀ ଅମାବାସ୍ୟା, ଭାଦ୍ର ଅମାବାସ୍ୟା, କେତୁଗ୍ରହ ଜୟନ୍ତୀ, ଅଶ୍ବତ୍ଥ ଛାୟା ଜଳେ ସ୍ନାନ, ଅଦ୍ୟ ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୧୪ ,ସୂର୍ଯ୍ୟାସ୍ତ- ଘ୫/୪୭/୩୮ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ଅମାବାସ୍ୟା (ଅହୋରାତ୍ର)।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ।ପର୍ବତିଥି, ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ […]

ନିର୍ବାଚନ ପାଇଁ ସଜବାଜ

ଭୁବନେଶ୍ୱର,୧୩ା୯(ଏସଏସନିଉଜ)ଭୁବନେଶ୍ୱରରେ ପହଁଚିଛନ୍ତି ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ ।ଏହି ଟିମ୍ ଭୁବନେଶ୍ୱରରେ ପହଁଚିବାପରେ ଓଡ଼ିଶା ରାଜନୀତିକୁ ପୁଣି ଥରେ ଚଳଚଂଳ କରିଦେଇଛି ।ଆଜି ଏହି ଟିମ୍ ଖାରବେଳ ଭବନରେ ଜିଲ୍ଲାପାଳଙ୍କ ବୈଠକରେ ଯୋଗଦେବେ । ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଟିମ୍ । ବୈଠକରେ ଭୋଟରତାଲିକା ପ୍ରସ୍ତୁତିନେଇ ହେବଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ସମ୍ବେଦନଶୀଳ ବୁଥ୍ ଉପରେ ହେବ ଚର୍ଚ୍ଚା ।ତେବେ ନିର୍ବାଚନ ପାଇଁ ବିଧିବନ୍ଧ ଭାବେ ତାରିଖ ଘୋଷଣା […]

ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଏଥର ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବନାହିଁ । କ୍ୟାମ୍ପସରେ ନିର୍ବାଚନ ନକରିବାକୁ ଉଚ୍ଚଶିକ୍ଷାବିଭାଗପକ୍ଷରୁ ଆଜି ପ୍ରକାଶିତ ବାର୍ଷିକଶିକ୍ଷାକ୍ୟାଲେଣ୍ଡର ପ୍ରକାଶ କରାଯାଇଛି। କେତେଦିନ ପାଠପଢ଼ାହେବ, କେଉଁକେଉଁଦିନ ଛୁଟି ରହିବ, ଦଶହରାଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ କ୍ୟାଲେଣ୍ଡର ଉଲ୍ଲେଖ ‌ହୋଇଛି। କିନ୍ତୁ କ୍ୟାଲେଣ୍ଡରରେ ଛାତ୍ରସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଏଥିରୁ ସ୍ପଷ୍ଟଅନୁମାନ କରାଯାଉଛିକି ଏଥର ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବନାହିଁ।

ଆସିଷ୍ଟାଣ୍ଟ୍ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର,୧୩ା୯(ଏସଏସନିଉଜ)ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ବାରିପଦାସ୍ଥିତ ପିଏଚ୍ ଡିଭିଜନ୍‌-୧ର ଆସିଷ୍ଟାଣ୍ଟ୍ ଇଞ୍ଜିନିୟଙ୍କ ବନେଶ୍ୱର ନାୟକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମୟୂରଭଞ୍ଜଜିଲ୍ଲାର ବାରିପଦାଅଧୀନସ୍ଥ ରଘୁନାଥପୁରଗ୍ରାମରେ ନାୟକଙ୍କପତ୍ନୀଙ୍କ ନାମରେଥିବା ଏକ ୩ ମହଲା କୋଠା, ଜିଲ୍ଲାର ବଡ଼ସାହିଥାନା ଅଧୀନସ୍ଥ ତଲାନ୍ଦାରେ ଥିବା ୨ମହଲାକୋଠା ବିଶିଷ୍ଟ ଆବାସିକ ଘର, ମୟୂରଭଞ୍ଜର ତଲାନ୍ଦା ଗାଁରେଥିବା ତାଙ୍କଘର, ମଣିତ୍ରୀଗାଁରେଥିବା ତାଙ୍କସଂପର୍କୀୟଙ୍କ ଘର ଏବଂ ବାରିପଦାରେ ଥିବା ତାଙ୍କ ଅଫିସ୍ ରୁମରେ ଏହି ଚଢ଼ାଉ ହୋଇଛି।  

ବୃଦ୍ଧଙ୍କୁ ବିଭତ୍ସ ହତ୍ୟା

ବରଗଡ଼,୧୩ା୯(ଏସଏସନିଉଜ)ଗତକାଲି ବିଲମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି ।ମୃତକ ହେଉଛନ୍ତି ମେଲଛାମୁଣ୍ଡା କୁଣ୍ଡାଖାଇ ଗାଁର ୮୪ ବର୍ଷୀୟ ବୃଦ୍ଧାହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ ଟଙ୍କା କାରବାର ନେଇ ହତ୍ୟାକରାଯାଇଥିବାର ସନ୍ଦେହ କରାଯାଉଛି ।ତେବେ ଖବରପାଇ ପୋଲିସ ଗଟଣାସ୍ଥଳରେ ପହଁଚି ରକ୍ତାତମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।