Browsing yearly archive

2023

ଡାକ୍ତରଙ୍କୁ ଅପହରଣକରି ମାଗିଥିଲେ ୨୫ଲକ୍ଷ

ଭୁବନେଶ୍ୱର,୧୨ା୯(ଏସଏସନିଉଜ)ଦେହଖରାପଆଳରେ ଜଣେ ଡାକ୍ତରଙ୍କୁ ଘରକୁଡାକି ଅପହରଣ କରି ୨୫ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ତମାଣ୍ଡୋ ଥାନାପୋଲିସ ୪ଜଣଙ୍କୁ ଗିରଫକରି ମଙ୍ଗଳବାରଦିନ କୋର୍ଟଚାଳଣ କରିଛିା ସେମାନେହେଲେଲେଡି ଡ଼ନ ଇରାନୀ ପାତ୍ର, ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର, ମନୋରଞ୍ଜନ ପ୍ରଧାନ ଓ ଶକ୍ତିକାନ୍ତ ହରିଚନ୍ଦନ ।ପୋଲିସ ସେମାନଙ୍କଠାରୁ ୯ଲକ୍ଷଟଙ୍କାର ଚେକ,୨ମୋବାଇଲଫୋନ,ଛୁରୀ ଓ ନଗଦ୩୦ହଜାରେଟଙ୍କା ଜବତକରିଛି । ଦେହ ଖରାପ ଥିବାର ବାହାନା କରି ଏହି୪ଜଣ ଗତ ୮ତାରିଖରେ ତମାଣ୍ଡୋର ସିଟି ହୋମସର ଡୁପ୍ଲେକ୍ସ ୬୧କୁ ଜଣେ ଡାକ୍ତରକୁ ଡାକିଥିଲେ […]

ବଢୁଛି ଡେଙ୍ଗୁରୋଗୀ ସଂଖ୍ୟା

ଭୁବନେଶ୍ୱର,୧୨।୯(ଏସଏସନିଉଜ)ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁବଂଶ ବିସ୍ତାରପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନଛାଡ଼ିବା ଯାଏଁ ରୋଗ କମିବନାହିଁ ବୋଲି ଜନସ୍ଵାସ୍ଥ୍ୟନିର୍ଦ୍ଦେଶକ ଡାକ୍ତର ନିରଞ୍ଜନମିଶ୍ର କହିଛନ୍ତି।ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ଜଣ, ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୩ତାରିଖବୁଧବାର। ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୭/୨ ,ସୂର୍ଯ୍ୟାସ୍ତ-ଘ୫/୪୮/୩୨ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଦ୍ଦଶୀ ରାତ୍ରିଘ୪/୫୨ମିପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ନକ୍ଷତ୍ର-ମଘାନକ୍ଷତ୍ରରାତ୍ରି ଘ୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରିଘ୪/୫୨ମି ପରେ ଐଶାନ୍ୟକୋଣରେ।ରିକ୍ତାତିଥି, ବିଷ୍ଟିକରଣ, ରବିଯୁକ୍ତ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ବିରି ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୦ମି ରୁ […]

ଉପସଭାପତି ପଦରୁ ହଟିଲେ ସୌମ୍ୟ

ଭୁବନେଶ୍ୱର,୧୨।୯(ଏସଏସନିଉଜ)ଗତ କିଛିଦିନ ଧରି ଦଳ ବିରୋଧରେ ମନ୍ତବ୍ୟ ଦେଇ ଆସୁଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜେଡି । ବିଜେଡି ଉପସଭାପତିପଦରୁ ସୌମ୍ୟ ପଟ୍ଟନାୟକଙ୍କୁ ହଟାଇଛନ୍ତି ସଭାପତି ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଏଥିରେ କୌଣସି କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ନିଜର ଖବର କାଗଜରେ ସଂପାଦକୀୟ ଲେଖି ସିଧା ସଳଖ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ ସୌମ୍ୟ ।

ମୋଷ୍ଟ୍ ୱାଣ୍ଟେଡ୍ ଧର୍ମା ଗିରଫ

ଭୁବନେଶ୍ୱର,୧୨ା(ଏସଏସନିଉଜ)କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି, ରାହାଜାନୀ ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରି ପୋଲିସପାଇଁ ମୋଷ୍ଟ୍ ୱାଣ୍ଟେଡ୍ ସାଜିଥିବା ଧର୍ମା ମଲ୍ଲିକ ଶେଷରେ ତୁମୁଡ଼ିବନ୍ଧ ପୁଲିସ ହାତରେ ଧରାପଡିଛି ।ଧର୍ମା ନାମରେ ୧୦ରୁ ଅଧିକ ମାମଲା ରହିଛି।ସେ୫ବର୍ଷହେଲା ଏହି ୩ଟିଜିଲ୍ଲାରେ ସକ୍ରିୟରହି ଅନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍ ଗଢ଼ିଥିଲା।ଏହି ଗ୍ୟାଙ୍ଗରେ ୧୨ଜଣଙ୍କୁ ପୁର୍ବରୁ ପୋଲିସ ଧରସାରିଥିବାବେଳେ ଗତକାଲି ପାଲେସିହାତରେ ଧରାପଡିଛି ।

ବସରେ ଗୋଚାଳଣ

ବାଲେଶ୍ୱର,୧୨ା୯(ଏସଏସନିଉଜ) ସେରଗଡ଼ ଟୋଲଗେଟ ନିକଟରୁ ୯ରୁ ଅଧିକ ଗୋରୁଙ୍କୁ ଏକ ବସରେ ପୂରାଇ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣକରାଯାଉଥିବାବେଳେ ସ୍ଥାନୀୟ ଗୋସୁରକ୍ଷା ବାହିନୀକର୍ମୀମାନଙ୍କ ହାବୁଡରେ ପଡିଛି । ସୋମବାର ବିଳମ୍ବିତ ରାତିରେ ଖବରପାଇ ଗୋସୁରକ୍ଷା ବାହିନୀକର୍ମୀମାନେ ଘଟଣାସ୍ଥଳରେ ପହଁଚିବାସହ ସେରଗଡ଼ ନିକଟରେ ବସଟିକୁ ଧରିବାପରେ ଡ୍ରାଇଭର ଓ ହେଲପର କୈାଶଳକ୍ରମେ ଫେରାର ହୋଇଯାଇଥିଲେ ।ଖବରପାଇ ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଗାଡିଟିକୁ ଜବତକରିଛି ।

ଟ୍ରକ ଓଲଟି ରାସ୍ତା ଜାମ୍‌

ମାଲକାନଗିରି,୧୨ା୯(ଏସଏସନିଉଜ)ଜୟପୁର ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥରେ ଏକ କାଠବୋଝେଇଟ୍ରକ ଓଲଟି ରାସ୍ତା ଜାମ୍ ହୋଇଛି। ଗତକାଲି ବିଳମ୍ବିତରାତିରୁ ଗୋବିନ୍ଦପାଲି ଘାଟିର ସପ୍ତଧାରା ନଦୀର ପୋଲ ଉପରେ ଭଦ୍ରାଚଲମ୍ ଯାଉଥିବା ନିଳିଗିରୀର ଏକ କାଠ ବୋଝେଇ ଟ୍ରକ ଓଲଟିପଡିଛି ।ଫଳରେ ମାଲକାନଗିରି ଜିଲ୍ଲାକୁ କୌଣସି ଗାଡି ଆସିପାରୁନାହିଁ । ସ୍ଥାନୀୟ ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ହଟାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବାର ଜଣାପଡିଛି ।

ମହାନଦୀରୁ ଉଦ୍ଧାର ହେଲେ ବୃଦ୍ଧ

ସମ୍ବଲପୁରର,୧୨ା୯(ଏସଏସନଉିଜ) ସମ୍ବଲପୁରରରେ ମହାନଦୀକୁ ଡେଇଁ ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ ।ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରୁ ସମ୍ପୃକ୍ତ ବୃଦ୍ଧ ସେଲ୍‌ଫି ନେବା ବେଳେ ନଦୀକୁ ଖସି ପଡ଼ିଥିଲେ। ବୃଦ୍ଧଜଣଙ୍କ ଗାଡ଼ି ରଖି ସେଲ୍‌ଫି ନେଉଥିବା ବେଳେ ହଠାତ ଗୋଡ଼ ଖସି ଯାଇଥିଲା। ନଦୀକୁ ମୁଁ ଡେଇଁ ନଥିଲି, ସେଲ୍‌ଫି ନେବାବେଳେ ଗୋଡ଼ ଖସି ଯାଇଥିଲା। ବଞ୍ଚିବାର ଆଶା ନଥିଲା ବୋଲି କହିଛନ୍ତି ଉଦ୍ଧାର ହୋଇଥିବା ୬୯ବର୍ଷିୟ ବୃଦ୍ଧ ।  

ଭିତରକନିକାରେ ବଢିଲା ଦେଶୀୟପକ୍ଷୀ

ଭୁବନେଶ୍ୱର,୧୨ା୯(ଏସଏସନିଉଜ) ଭିତରକନିକା ରେ ଦେଶୀୟପକ୍ଷୀଙ୍କ ଗଣନା ଶେଷ ହୋଇଛି । ତେବେଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ରହିଥିବା ବେଳେ ଚଳିତ ବର୍ଷ ବୃଦ୍ଧିପାଇ ୧,୨୩,୮୬୭ରେ ପହଁଚିଛି ।ଚଳିତମାସ ୩ ତାରିଖରୁ ୭ ତାରିଖ ଯାଏ ପକ୍ଷୀ ଗଣନା କରାଯାଇ ଥିଲା ।ଏଥିନିମନ୍ତେ ୫ଟି ଟିମ୍ ନିୟୋଜିତ ଥିଲେ । ପ୍ରତିଟି ଟିମ୍ ରେ ୪ରୁ ଅଧିକ ବନ କର୍ମଚାରୀ ରହିଥିଲେ ।ଏଥର ରାଜନଗର ରେଞ୍ଜର ବ୍ରାହ୍ମଣୀ ନଦୀ ମଧ୍ୟରେ ଥିବା ଏକମାଣିଆ ବାଲିଡ଼ିଆ ଦ୍ବୀପରେ ପକ୍ଷୀ […]

ସ୍ତ୍ରୀମୃତ , ସ୍ବାମୀ ଗୁରୁତର

ନୂଆପଡ଼ା,୧୨ା୯(ଏସଏସନିଉଜ) ୨ ବାଇକ ମୁହାଁମୁହିଁ ଧକ୍କା ହେବାକାରଣରୁ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି ।ବୋଡେନ୍ ଥାନା ଅନକାପୁର ଗାଁ ନିକଟରେ ୨ବାଇକ ମଧ୍ୟରେ ଧକ୍କା ହୋଇଥିଲା ।ଗୁରୁତର ସ୍ବାମୀଙ୍କୁ ଉଦ୍ଧାର କରି ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।