Browsing yearly archive

2023

ହାତୀ ଘଉଡାଇବାକୁ ଯାଇ ମାଡଖାଇଲେ ବନକର୍ମଚାରୀ

ବଣାଇ,୧୨ା୯(ଏସଏସନିଉଜ)ଗତକିଛିଦିନହେବ ହାତୀ ଉପଦ୍ରବ ବଢିବାରେ ଲାଗିଛି ।ସାଧାରଣ ଲୋକମାନେ ହାତୀମାନଙ୍କ ଦୈାରତ୍ମ୍ୟ ଯୋଗୁ ନାହିଁନଥିବା ହଇରାଣ ହେଉଛନ୍ତି ।ହାତୀମାନଙ୍କୁ ଘଉଡାଇବା ପାଇଁ ଯାଇଥିବା ବନ କର୍ମଚାରୀମାନଙ୍କୁ ଗ୍ରାମବାସୀମାନେ ମାଡମାରିଥିବାର ଅଭିଯୋଗ ହୋଇଛି । ଲହୁଣିପଡ଼ାଥାନା ବାଙ୍କୀରେଂଜ ପାଲବାହାଲଗାଁର ଏହିଭଳି ଘଟଣା ଘଟିଛି । ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବାରୁ ଜଣେ ବନକର୍ମଚାରୀ ଆହତ ହୋଇଛନ୍ତି । ବନବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବାର ଜଣାପଡିଛି ।      

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୨ତାରିଖ ୨୦୨୩ ମସିହା (ମଙ୍ଗଳବାର)ଭାଦ୍ରମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୨/୧୬ ପର୍ୟ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୫୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୪୮,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର, ମକର ରାଶିର ଘାତବାର,କାଳବେଳା -ଦିବା ଘ୦୧/୧୪ ଗତେ ଘ୦୨/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୮/୦୧ ଗତେ ଘ୧୦/୨୪ ମଧ୍ୟେ ଓ ଘ୧୨/୪୮ ଗତେ ଘ୦୧/୧୩ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳା- ନାସ୍ତି,ବାଇଗଣଭକ୍ଷଣ ନିଷେଧ। ମେଷ-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । […]

ମୋମାଟି ମୋଦେଶକାର୍ଯ୍ୟକ୍ରମ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ପଞ୍ଚାୟତରେ ମୋ ମାଟି ମୋ ଦେଶକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ସମସ୍ତଙ୍କ ଘର ଅଗଣା ଓ ତୁଳସି ଚଉଁରାରୁ ମାଟି ଅଣାଯାଇଥିଲା । ଏହି ମାଟି ସହିଦମାନଙ୍କୁ ମନ ପକାଇବାପାଇଁ ଦିଲ୍ଲୀ ଅମ୍ଭୁତ ବାଟିକାକୁ ପଠାଯିବ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିଉପ-ସଭାପତି ଗୋଲୋକ ମହାପାତ୍ର. ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର. ଅନିତା ଶୁଭଦର୍ଶନୀ. ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା. ସମ୍ପାଦକ ଯଜ୍ଞ ନାରାୟଣ […]

ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ସୌରିନ୍‌ଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରିକରିଛି କମିଶନରେଟ୍ ପୋଲିସ୍ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ କୋଲକାତାରେ ଖୋଜି ନପାଇବା ପରେ କମିଶନରେଟ୍ ପୋଲିସ୍ ଏହିଭଳି ପଦକ୍ଷେପ ନେଇଥିବାର ଜଣାପଡିଛି ।

ମୁଖ୍ୟଶାସନସଚିବଙ୍କୁ ଡେଙ୍ଗୁ

ଭୁବନେଶ୍ୱର,୧୧ା୯(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନା ଡେଙ୍ଗୁରେ ପୀଡ଼ିତ ହୋଇଥିବାର ଜଣାପଡିଛି ।ଡେଙ୍ଗୁରେ ପୀଡ଼ିତହୋଇ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  

ୱାର୍ଡମେମ୍ବରଙ୍କ ମୁଣ୍ଡଫଟାଇ ନିଲମ୍ବିତ ହେଲେASI

ଖୋର୍ଦ୍ଧା,୧୧ା୯(ଏସଏସନିଉଜ)ଜଙ୍କିଆ ଥାନାASI ନିରଞ୍ଜନ ମହାନ୍ତି ନିଲମ୍ବିତ ହୋଇଛନ୍ତି ।ୱାର୍ଡମେମ୍ବରଙ୍କୁ ଆକ୍ରମଣ କରିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଛନ୍ତି ଖୋର୍ଦ୍ଧା ଏସ୍‌ପିା ଜଙ୍କିଆ ପଞ୍ଚାୟତର ୱାର୍ଡ ସଭ୍ୟ ନବକିଶୋର ହରିଚନ୍ଦନଙ୍କ ଜଣେ ସମ୍ପର୍କୀୟ ଏକ ମାମଲାରେ ଜଙ୍କିଆ ଥାନାକୁ ଆସିଥିଲେ।ତେବେ କିଛିସମୟପରେ ନବକିଶୋଇ ଥାନାକୁଆସି ଆଇଆଇସି ନଥିବାରୁ ବାହାରେ ଫୋନ୍‌ରେ କଥା ହେଉଥିଲେ।ଏହିସମୟରେ ଏଏସ୍‌ଆଇ ନିରଞ୍ଜନ ମହାନ୍ତି ତାଙ୍କୁ ଡାକିଥିଲେ।କିନ୍ତୁ ଫୋନ୍‌ରେ କଥା ହେଉଥିବାରୁ ନବକିଶୋଇ ଏଏସ୍‌ଆଇଙ୍କ ଡାକ ଶୁଣିପାରିନଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଏସଆଇବାବୁ ପ୍ରଥମେ […]

ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ଜବତକଲା ପୋଲିସ

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି କମିସନରେଟ୍ ଟ୍ରାଫିକ୍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍‌କୁ ଜବତ କରାଯାଇଛି।ସେଥିମଧ୍ୟରେ ପ୍ରାୟତ ବୁଲେଟ ରହିଛି । ବିକଟାଳ ଶବ୍ଦକରୁଥିବା ୬୩ଟି ବୁଲେଟ ଓ ଓ ରଙ୍ଗ ରୁଟ୍‌ରେ ଆସୁଥିବା ୧୮ଟି ବାଇକକୁ ଟ୍ରାଫିକ୍‌-୧ ଓ ୨ ପକ୍ଷରୁ ଚଢ଼ଉ କରାଯାଇ ଜବତ କରାଯାଇଛି।ଏମାନଙ୍କଠାରୁ ଜରିମାନା ଆଦାୟ କରାଯାଇ ଛାଡ଼ି ଦିଆଯାଉଛି। ଆଗକୁ ସିଧା ଗାଡ଼ିକୁ କୋର୍ଟରେ ଜିମା ଦିଆଯିବ ବୋଲି କୁହାଯାଇଛି ।  

ଠକିଦେଲେ ଭଣ୍ଡବାବା!

ଭୁବନେଶ୍ବର,୧୧ା୯(ଏସଏସନିଉଜ)ଗତକଲି ଗ୍ରହଦୋଷ ଖଣ୍ଡନ କରିବାନାଁରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷାଧିକଟଙ୍କାପଇସା ନେଇ ବିବାହକରିବାର ପ୍ରତିଶୃତି ଦେଇ ଆଉ ଧରାଦେଲେନାହିଁ ।ଏକଥା ମହିଳାଙ୍କ ସ୍ୱାମୀଜାଣିବାପରେ ବିଭ୍ରାଟ ଆରମ୍ଭ ହୋଇଥିଲା ।ମହିଳାଜଣଙ୍କ ନ୍ୟାୟପାଇବାପାଇଁ ବାଧ୍ୟହୋଇ ଧଉଳି ଥାନାରେ ଅଭିଯୋଗ କରିବାପରେ ସେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଗ୍ରହଦୋଷକାଟିବାପାଇଁ ଖଣ୍ଡଗିରି ଥାନାଅଞ୍ଚଳରେ ରହୁଥିବା ଜଣେ ମହିଳା ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବାଜଣେ ବାବାଙ୍କ ଶରଣ ପଶିବାସହ ତାଙ୍କ ପାଖକୁ ଯିବାଆସିବା ଆରମ୍ଭ କରିଥିଲେ ।ଧିରେଧରରେ ଯିବାଆସିବା […]

ଲୁଟ୍‌ପାଟ ଅଭିଯୋଗରେ ଲିପା, ସିପୁ ଗିରଫ

ଜଟଣୀ,୧୧ା୯(ଏସଏସନିଉଜ) ଜି. ସୋମନାଥନାମକ ବ୍ୟକ୍ତି ଶୁକ୍ରବାରଦିନ ଖୋର୍ଦ୍ଧାରୁ ଆଇଆଇଟି ରାସ୍ତାରେ ଜଟଣୀକୁ ବାଇକ୍‌ରେ ଯାଉଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ରୋକି ଅତର୍କିତ ଆକ୍ରମଣ କରି ୨୨ଶହ ଟଙ୍କା, ମୋବାଇଲ ଫୋନ୍ ଛଡ଼ାଇ ନେଇଯାଇଥିଲେ ।ଏସର୍ମ୍ପକରେ ସୋମନାଥଜଟଣୀଥାନାରେ ଲିଖିତଅଭିଯୋଗ କରିଥିଲେ ।ପୋଲିସ ଲୁଟେରାମାନଙ୍କୁ କାବୁକରିବାପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଡେଲାଙ୍ଗଥାନା ଗଡ଼ବେଗୁନିଆ ପଡ଼ାର ପୂର୍ଣ୍ଣଚନ୍ଦ୍ରପରିଡ଼ା ଓରଫ୍ ଲିପା ଓ ହାଟସାହିର ରଶ୍ମିରଂଜନ ପାତ୍ର ଓରଫ୍ ସିପୁ ନାମକ […]

ନିଯୁକ୍ତହେବେ ୨୦ହଜାର ପ୍ରାଥମିକଶିକ୍ଷକ

ଭୁବନେଶ୍ୱର,୧୧ା୯(ଏସଏସନିଉଜ) ରାଜ୍ୟରେ ନିଯୁକ୍ତ ପାଇବାକୁ ଯାଉଛନ୍ତି ୨୦ ହଜାର ପ୍ରାଥମିକ ଶିକ୍ଷକାଏଥିନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ଯୋଜନାଭିତ୍ତିକ (ସିମାଟିକ୍‌) ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷାକାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ୱେବସାଇଟ୍‌ରେ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖରୁ ଆଶାୟୀ ପ୍ରାର୍ଥୀମାନେ […]