Browsing yearly archive

2023

ଗଣ୍ଡଗୋଳରେ ୨ମୃତ, ୪ଆହତ

ଗଞ୍ଜାମ,୫ା୯(ଏସଏସନିଉଜ)କବିସୂର୍ଯ୍ୟନଗରଥାନାଅନ୍ତର୍ଗତ ପଙ୍କଳବାଡି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଦିପୁନ୍ ଭୁୟାଁ ଓ ଲିପୁନ୍ ସ୍ବାଇଁ ନାମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ନେଇଥିଲାବେଳେ ସେଠାରେ ଦୁଇଜଣଙ୍କର ମୃତ୍ୟୁହୋଇଛି । ଏହିଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକରଖି ପଚରାଉଚରା ଆରମ୍ଭ କରିଛି ।

ଚାଲିଗଲା ଦୁଇହାତୀଙ୍କ ଜୀବନ

ଅନୁଗୁଳ,୫ା୯(ଏସଏସନିଉଜ) ସାତକୋସିଆ ଅଭୟାରଣ୍ୟ ନିକଟସ୍ଥ ଜଗନ୍ନାଥପୁରରେ ଏକାଥରକେ ଦୁଇ ହାତୀର ମୃତ୍ୟୁହୋଇଥିବାର ଜଣାପଡିଛି । ମୃତ ହାତୀ ମଧ୍ୟରୁ ଗୋଟିଏ ଦାନ୍ତ ହାତୀ ଏବଂ ଅନ୍ୟଟି ମାଇହାତୀ ରହିଛି । ବିଦ୍ୟୁତ୍ ଆଘାତ ଲାଗି ହାତୀଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଥିବାବେଳେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ତେବେ ହାତୀଦୁଇଟି ମରିବାର ପକୃତକାରଣ ଅଦ୍ୟାବଧି ଜଣାପଡିନାହିଁ ।

ଆଜିର ରାଶିଫଳ

୨୦୨୩ମସିହାସେପ୍ଟେମ୍ବର ମାସ୫ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା, ଜେଉଡ଼ ଭୋଗ,।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୫/୨୫ ,ସୂର୍ଯ୍ୟାସ୍ତ- ଘ୫/୫୫/୩୯ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୌମ ବାସ ,ତିଥି- ଷଷ୍ଠୀ ଦିବା ଘ୩/୩୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୩/୩୮ମି ପରେ ବାୟବ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ଦିବା ଘ୩/୩୪ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା […]

ଜଟଣୀ ଖାସମାହଲ ଜମିସମସ୍ୟାର ସମାଧାନ ହେଲା

ଜଟଣୀ,୪।୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T  ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ 5T ସଚିବଙ୍କୁ ଜଣାଇଥିଲେ । […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୪ତାରିଖ ସୋମ ବାର। ଶ୍ରୀମନ୍ଦିରରେ ରେଖାପଞ୍ଚମୀ, ଶ୍ରୀଜୀଉଙ୍କର ରାହୁରେଖା ଲାଗି, ଅଗସ୍ତାର୍ଘ୍ୟ ଦାନାରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୫/ ୧୩,ସୂର୍ଯ୍ୟାସ୍ତ- ଘ୫/୫୬/୩୧,ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ,ତିଥି- ପଞ୍ଚମୀ ଦିବାଘ୪/୪୨ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବାଘ୧୦/୪ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୪/୪୨ ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୪/୪୨ମି ମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରା ଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର […]

ସ୍ୱାମୀପରେପରେ ଚାଲିିଗଲା ସ୍ତ୍ରୀ

ଖୋର୍ଦ୍ଧା,୩ା୯(ଏସଏସନିଉଜ)ସ୍ୱାମୀର ଆତ୍ମହତ୍ୟାପରେ ସ୍ତ୍ରୀର ଆତ୍ମହତ୍ୟା ଅଭିଯୋଗ ହୋଇଛି ।ସଦରଥାନା ବଣିଆଟାଙ୍ଗିଗାଁରେ ଅଭାବନୀୟ ଘଟଣା ଘଟିଛି ।ସ୍ୱାମୀର ଝୁଲନ୍ତା ମୃତଦେହ ମିଳିବା ପରେ ସ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେିଥିବାର ଜଣାପଡିଛି ।ବିଦ୍ୟୁତସଂସ୍ପର୍ଶରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି କଣ ପାଇଁ ଉଭୟ ପତିପତ୍ନୀ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାମେଡିକାଲରେ ପତିପତ୍ନୀଙ୍କ ମୃତଦେହ ରହିଛି ।

ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ସାନଭାଇ ଜୀବନ

ବାଙ୍କୀ,୩।୯(ଏସଏସ ନିଉଜ)ବଡ଼ଭାଇକୁ ଉଦ୍ଧାର କରିବାକୁ ଯାଇ ସାନଭାଇ ମୃତୁବରଣ କରିଛି ଦେବୀ ଦ୍ବାରକୁ ବୁଲିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ନଦୀରେ ଗାଧୋଇବାବାବେଳେ ବୁଡ଼ି ଯାଇଥିଲେ ବଡ଼ଭାଇ।ଏହାଦେଖି ବଡ଼ଭାଇକୁ ଉଦ୍ଧାର କରିବାକୁ ପାଣିକୁ ଡେଇଁଥିଲେ ସାନଭାଇ।ଆଜିସକାଳୁ ସାନଭାଇ ଆକାଶ ରାଉତରାୟ ଙ୍କ ମୃତଦେହ ଉଦ୍ଧାର ହୋଇଛି।  

ଝାମ୍ପିନେଲେ ୩ଲକ୍ଷ

ପୁରୀ,୩।୯(ଏସଏସନିଉଜ)ଗତକାଲି ପୁରୀ ତାଳବଣିଆ ଥାନା ମଧୁବନର ଜଣେ ମହିଳାଙ୍କ ହାତରୁ ୩ ଲକ୍ଷ ଟଙ୍କା ଝାମ୍ପିନେଇଛନ୍ତି ଦୁର୍ବୃତ୍ତ । ଝିଅବାହାଘର ପାଇଁ ଝଈଓରୁ ଟଙ୍କା ଉଠାଇଥିଲେ ବିଚିତ୍ରା।ଟଙ୍କା ନେଇ ଫେରୁଥିବାବେଳେ ବାଇକରେ ଦୁଇଜଣ ଆସି ଟଙ୍କା ନେଇ ପଳାଇଥିଲେ।ଯାହାର ଦୃଶ୍ୟ ଉଉଞଠରେ କଏଦ ହୋଇଛି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।  

ହତ୍ୟାକରି ରାସ୍ତାକଡ଼ରେ ଫିଙ୍ଗିଦେଲେ

ବଡ଼ମ୍ବା,୩।୯(ଏସଏସନିଉଜ) ଯୁବକଙ୍କୁ ନିମ୍ନମ ହତ୍ୟାକରି ଫିଙ୍ଗିଦେଇଛନ୍ତି ଦୃବୃତ୍ତ ।ଏଭଳି ବିଭତ୍ସ ହତ୍ୟାକାଣ୍ଡ ବଡମ୍ବା ମାଣିଆବନ୍ଧ କଙ୍କଡାଯୋଡିର ମା ବାଉତିଙ୍କ ମନ୍ଦିରରେ ନିକଟସ୍ଥ ରାସ୍ତାକଡରେ ଦେଖିବାକୁ ମିଳିଛି।ମୃତଯୁବକ ହେଲେ ବଡ଼ମ୍ବାଥାନା ଜୋଡୁମୁଗାଁ ରାଘବ ବିଶ୍ଵାଳଙ୍କ ପୁଅ ସନ୍ତୋଷ ବୋଲି ଜଣାପଡ଼ିଛି। ସନ୍ତୋଷବିଶ୍ଵାଳ ପେଶାରେ ଜଣେ ଡ୍ରାଇଭର ଥିଲେ।ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ଏଭଳି ହତ୍ୟାକାଣ୍ଡ ଘଟାଇଥିବାର ସନ୍ଦେହ କରାଯାଉଛି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚିମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୁଦୁରୁକୁଣୀ ଓଷାର ପ୍ରଥମପାଳିରେ ଅଘଟଣ

ଭୁବନେଶ୍ୱର,୩ା୯(ଏସଏସନିଉଜ)ଆଜି ଖୁଦୁରୁକୁଣୀ ଓଷାର ପ୍ରଥମପାଳି । ପ୍ରଥମପାଳିରେ ଅଠରବାଙ୍କୀ ନଦୀରେ ଏକ ଅଘଟଣ ଘଟିଛି ।ଜଣେ ନାବାଳିକା ସାଙ୍ଗମାନଙ୍କ ସହ ନଦୀକୁ ବାଲୁକା ପୂଜା ପାଇଁ ଯାଇଥିବା ସମୟରେ ଭାସିଯାଇଛନ୍ତି । ପାରାଦୀପ ଅଠରବାଙ୍କୀ ସବ ଷ୍ଟେସନ ନିକଟସ୍ଥ ମତ୍ସ୍ୟଦିଆ ନଦୀରେ ୧୪ବର୍ଷର ନାବାଳିକା ନିଖୋଜ ହୋଇଯାଇଛନ୍ତି। ଖୁଦୁରୁକୁଣୀ ପୂଜା ପାଇଁ ନଦୀରେ ଗାଧୋଇବା ସମୟରେ ଗୋଡ ଖସି ନିଖୋଜ ହୋଇଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ କରିଛି ।ଅଦ୍ୟାବଧି […]