Browsing yearly archive

2023

୪୧ଲକ୍ଷଟଙ୍କାର ଜାଲନୋଟ ଜବତ

ଭୁବନେଶ୍ୱର,୩ା(ଏସଏସନିଉଜ)ଗତକାଲିରାତିରେ ସୋନପୁରରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ଜବତ କରିଛି ଏସଟିଏଫ । ମୋଟ ୪୧ଲକ୍ଷ ୧୬ହଜାର ଟଙ୍କାର ଜାଲ ନୋଟ ଜବତ କରିବା ସହ ଦୀପକ ମେହର ନାମକ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ । ପଡୋଶୀ ରାଜ୍ୟ ଛତିଶଗଡକୁ ନୋଟ ଗୁଡିକ ଚାଲାଣ ହେଉଥିବା ସହେନ୍ଦ କରାଯାଉଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ପଡ଼ୋଶୀ ଛତିଶଗଡ଼ରୁ ଫେକ୍ ନୋଟ୍ ଆସିଥିବା ସନ୍ଦେହ କରାଯାଉଥିବାବେଳେ ରାକେଟରେ ଆଉ […]

ହସ୍ପିଟାଲରେ ଭର୍ତ୍ତିହେଲେ ସୋନିଆଗାନ୍ଧୀ

ଭୁବନେଶ୍ୱର,୩ା୯(ଏସଏସନିଉଜ) କଂଗ୍ରେସର ଅଧକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥଅବସ୍ଥା ସ୍ଥିର ଅଛି । ଗତକିଛିଦିନ ହେବ ସୋନୀଆ ଗାନ୍ଧୀସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତ । ସୂଚନା ଅନୁସାରେ ତାଙ୍କୁ ଜ୍ୱର ହୋଇଥିବାର ଜଣାପଡିଛି ।  

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ

ଭୁବନେଶ୍ୱର,୩ା୯(ଏସଏସନିଉଜ)ଶୋଇରହିଛି ପ୍ରଜ୍ଞାନ । ପ୍ରଥମପର୍ଯ୍ୟାୟକାର୍ଯ୍ୟ ଶେଷକରି‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ନିଷ୍କ୍ରିୟ ଅବସ୍ଥାରେ ରଖାଯାଇଛି । ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ସୂର୍ଯ୍ୟୋଦୟହେଲେ ‘ରୋଭର୍ ପ୍ରଜ୍ଞାନ’ ନିଦରୁ ଉଠିବ ବା ସକ୍ରିୟ ହେବ ବୋଲି ‘ଇସ୍ରୋ’ ଆଶା କରୁଛି।‘ଏପିଏକ୍ସଏସ୍‌’ ଓ ‘ଏଲ୍‌ଆଇବିଏସ୍’ ପ୍ଲେଲୋଡ୍‌କୁ ‘ସୁଇଚ୍ ଅଫ୍‌’ କରିଦିଆଯାଇଛି । ସେପ୍ଟେମ୍ବର ୨୨ରେ ହେବାକୁ ଥିବା ପରବର୍ତ୍ତୀସୂର୍ଯ୍ୟୋଦୟ ସମୟରେ ଯେମିତି ଆଲୋକଗ୍ରହଣ କରିପାରିବ, ସେମିତିଭାବେ ‘ସୋଲାର୍ ପାନେଲ୍‌’କୁ ରଖାଯାଇଛି। ‘ରିସିଭର୍‌’ ଅନ୍ […]

ଗୋରୁବୋଝେଇ ଗାଡ଼ି ଜାଳିଦେଲେ ଦୁର୍ବୁତ

ବାଲେଶ୍ଵର ,୩ା୯(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ କମର୍ଦ୍ଦା-ବାଲିଆପାଳ ରାସ୍ତାର ବାଇଗଣବାଡିଆ ଉଲୁଡା ମଝିରେ ଦୃର୍ବୃତ୍ତମାନେ ୩ପିକପ୍ କୁ ନିଆଁଲଗାଇ ଦେଇଛନ୍ତି। ଏହି ପିକଅପରେ ଗୋରୁବୋଝେଇ ହୋଇ କମର୍ଦ୍ଦା ଅଭିମୁଖେ ଯାଉଥିବା ବେଳେ ବିଳମ୍ଭିତରାତିରେ ଦୃର୍ବୃତ୍ତମାନେ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଗାଡ଼ିରଚାଳକ, ହେଲପରକୁ ତଳକୁ ଡାକି ଆଣିବାସହ ବନ୍ଧାହୋଇରହିଥିବା ଗୋରୁଗୁଡ଼ିକୁ ଖୋଲିଦେଇଥିଲେ ।ପରେ ପିକପଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଆଜି ଭୋର ସମୟରେ ଖବରପାଇ ଦମକଳବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାକାମ ଆରମ୍ଭ କରିଛି ।

ଡାକ୍ତରଖାନା ଛାତରୁ ଖସିଲା ପ୍ଲେଟ

ଭଦ୍ରକ,୨ା୯(ଏସଏସନିଉଜ) ଆଜି ଅପରାହ୍ନରେ ଗେଲପୁରମୌଜାର ନୂତନ ମହିଳା ଓ ଶିଶୁଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛିା କୋଡ଼ିଏକୋଟିରୁ ଊର୍ଦ୍ଧ୍ବଟଙ୍କାରେ ନିର୍ମିତ ହୋଇଥିବା ଡାକ୍ତରଖାନାର ଛାତରୁ ପ୍ଲେଟ ଖସି ପଡ଼ିଛି। ସୌଭାଗ୍ୟ ବଶତଃ କାହାର କୈାଣସି କ୍ଷତି ହୋଇନଥିବାର ଜଣାପଡିଛି ।ତେବେ ଶିଶୁମାନେ ଚିକିସ୍‌ିତ ହେଉଥିବାବେଳେ ଏହି ଅଘଟଣ ଘଟିଛି ।ଡାକ୍ତରଖାନା ଉଦଘାଟନ ହେବାର ଦୁଇମାସ ମଧ୍ୟରେ ଛାତରୁ ପ୍ଲେଟଖସିବା ଘଟଣା କାମର ମାନକୁନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି ।  

ମହିଳାଙ୍କକାର୍ଡରୁ ୧୪ହଜାର ନେଇଗଲେ ସୁରକ୍ଷାକର୍ମୀ

ଜଟଣୀ,୨ା୯(ଏସଏସନିଉଜ) ଜଣେ ମହିଳାଙ୍କ ଏଟିଏମ୍ କାର୍ଡରୁ ଚଞ୍ଚକତାକରି ୧୪ହଜାର ଟଙ୍କା ଉଠାଇନେଥିବା ଅଭିଯୋଗରେ ଜଟଣୀଥାନା ପୁଲିସ ଡେଲାଙ୍ଗ ଥାନା ହରିରାଜପୁର ଅଞ୍ଚଳର ରୋହିତଲାଲ୍ ପଣ୍ଡା ଓରଫ୍ କାହ୍ନା ନାମକ ଏଟିଏମ୍ ସୁରକ୍ଷାକର୍ମୀକୁ କୋର୍ଟ ଚାଲାଣ କରିଛି। ପୁଲିସ ତାନିକଟରୁ ମହିଳାଙ୍କ ଏଟିଏମ୍ କାର୍ଡ ଓ ଟଙ୍କା ଜବତ କରିଛି। ପୁଲିସ ସୂଚନାଅନୁଯାୟୀ ଆଜି ସକାଳେ ଅଭିଯୋଗକାରିଣୀ ଜଣେ ମହିଳା ଆକ୍ସିସ୍ ବ୍ୟାଙ୍କକୁଯାଇ ତାଙ୍କ ଏଟିଏମ୍ କାର୍ଡର ପାସ୍‌ୱାର୍ଡ ବଦଳାଇବାକୁ ସେଠାରେ କାର୍ଯ୍ୟରତ ସିକ୍ୟୁରିଟିଗାର୍ଡ କାହ୍ନାର ସାହାଯ୍ୟ ମାଗିଥିଲେ।ଏହି […]

ସ୍ତ୍ରୀର ଅଶ୍ଳୀଳଫଟୋ ଭାଇରାଲ୍

ସମ୍ବଲପୁର,୨ା୯(ଏସଏସନିଉଜ) ସ୍ତ୍ରୀର ଅଶ୍ଳୀଳଫଟୋ ସୋସିଆଲମିଡିଆରେ ଛାଡ଼ି ଗିରଫ ହୋଇଛନ୍ତି ସ୍ବାମୀ ଆକ୍ରମଖାନ ।ଏହିଭଳିଘଟଣା ସମ୍ବଲପୁର ଅଂଚଳରେ ଘଟିଛି । ୨୦୦୯ମସିହାରେ ଆକ୍ରମ ଖାନ ଏନ୍ ପରଵିନ୍ କୁ ବିବାହ କରିଥିଲେ ।ବିବାହର କିଛିଦିନପରେ ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ତୁକ୍ତତା ବଢିବାରୁ ସ୍ୱାମୀ ଏନ୍ ପରଵିନ୍ କୁ ମାରଧର କରିଥିଲେ ।ନିର୍ଯ୍ୟାତନା ସହିନପାରିବାରୁ ସ୍ୱାମୀକୁ ଛାଡି ସମ୍ବଲପୁର ପଳାଆସିଥିଲେ ଏନ୍ ପରଵିନ୍ ।ଫେବ୍ରୁଆରି ୨୬ ତାରିଖରେ ଆକ୍ରମ ଓ ତାଙ୍କ ପୋଷ୍ୟପୁତ୍ର ମିଶି ପରଵିନ୍‌ଙ୍କ ମୋବାଇଲ୍ ଫୋନ୍ […]

ପୁରୀ ମେନକେନାଲରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨।୯(ଏସଏସନିଉଜ)କାନପୁର ଗ୍ରାମ ନିକଟସ୍ଥ ବାରଙ୍ଗ ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ବୁଲୁଥିବାର ଚର୍ଚ୍ଚା ଜୋର ଧରିଛି।ଶନିବାରରାତି ପ୍ରାୟ ୯ଟାସମୟରେ କାନପୁର ଗ୍ରାମର କିଛି ଯୁବକ କେନାଲକୁ ଶୌଚ ହେବାପାଇଁ ଯାଇଥିବା ସମୟରେ କେନାଲ କୂଳରେ ଏକ ବିରାଟ ଘଡ଼ିଆଳ କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ସେଠାରୁ ଉପରକୁ ଚାଲି ଆସିଥିଲେ। ଏହି ଖବର ପ୍ରସାରିତ ହେବାପରେ କୁମ୍ଭୀରକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।ପରେ ସେଠାରେ ଆଉ କୁମ୍ଭୀରକୁ ଦେଖିବାକୁ ମିଳିନଥିଲା। […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୩ତାରିଖ ରବିବାର।ଗୃହିଣାଂ ରକ୍ଷାପଞ୍ଚମୀ, ଖୁଦୁରୁକୁଣୀଓଷା ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୫/୦,ସୂର୍ଯ୍ୟାସ୍ତ- ଘ୫/୫୭/୨୨,ଭାଦ୍ରବମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଥୀ ସନ୍ଧ୍ୟା ଘ୬/୩୨ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ସନ୍ଧ୍ୟା ଘ୬/୩୨ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି, ମଙ୍ଗଳସପ୍ତ ଦୋଷ ହେତୁ ସନ୍ଧ୍ୟା ଘ୬/ ୩୨ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଧନୁ ରାଶିର ଏବଂ ଦିବା ଘ୧୧/୨୩ମି ପରେ ମେଷରାଶିର […]

ପୂର୍ବତନ ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୨ା୯ (ଏସଏସନିଉଜ) ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି । ଏକ ଘରୋଇହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପାତ୍ର ଶେଷନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା୭ଟା ୩୧ ମିନିଟରେ ଶ୍ରୀ ପାତ୍ରଙ୍କର ପରଲୋକ ଘଟିଛି । ଶାରୀରିକ ଅସୁସ୍ଥତା କାରଣରୁ କିଛିଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ବିଜେଡି ଟିକେଟରେ ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇଥିବାବେଳେ ସେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା […]