ପୁରୀ ମେନକେନାଲରେ ବୁଲୁଛି କୁମ୍ଭୀର

ବାରଙ୍ଗ,୨।୯(ଏସଏସନିଉଜ)କାନପୁର ଗ୍ରାମ ନିକଟସ୍ଥ ବାରଙ୍ଗ ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ବୁଲୁଥିବାର ଚର୍ଚ୍ଚା ଜୋର ଧରିଛି।ଶନିବାରରାତି ପ୍ରାୟ ୯ଟାସମୟରେ କାନପୁର ଗ୍ରାମର କିଛି ଯୁବକ କେନାଲକୁ ଶୌଚ ହେବାପାଇଁ ଯାଇଥିବା ସମୟରେ କେନାଲ କୂଳରେ ଏକ ବିରାଟ ଘଡ଼ିଆଳ କୁମ୍ଭୀର ଥିବା ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ସେମାନେ ସେଠାରୁ ଉପରକୁ ଚାଲି ଆସିଥିଲେ। ଏହି ଖବର ପ୍ରସାରିତ ହେବାପରେ କୁମ୍ଭୀରକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା।ପରେ ସେଠାରେ ଆଉ କୁମ୍ଭୀରକୁ ଦେଖିବାକୁ ମିଳିନଥିଲା। କେନାଲରେ କୁମ୍ଭୀର ଥିବା ଖବର ପ୍ରଚାରିତ ହେବା ପରେ କେନାଲକୁ ଯିବାକୁ ଆଖପାଖ ଗ୍ରାମ ମାନଙ୍କର ଲୋକେ ସୁରକ୍ଷିତ ମଣୁନାହାନ୍ତି।ଏନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରି କୁମ୍ଭୀରଟିକୁ ଧରିବାକୁ ସାଧାରଣରେ ଦାବି ହୋଇଛି।(ଗୈାତମରାଉତଙ୍କ ରିପୋର୍ଟ)

 

 

 

 

Comments (0)
Add Comment