ଗୋରୁବୋଝେଇ ଗାଡ଼ି ଜାଳିଦେଲେ ଦୁର୍ବୁତ

ବାଲେଶ୍ଵର ,୩ା୯(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ କମର୍ଦ୍ଦା-ବାଲିଆପାଳ ରାସ୍ତାର ବାଇଗଣବାଡିଆ ଉଲୁଡା ମଝିରେ ଦୃର୍ବୃତ୍ତମାନେ ୩ପିକପ୍ କୁ ନିଆଁଲଗାଇ ଦେଇଛନ୍ତି। ଏହି ପିକଅପରେ ଗୋରୁବୋଝେଇ ହୋଇ କମର୍ଦ୍ଦା ଅଭିମୁଖେ ଯାଉଥିବା ବେଳେ ବିଳମ୍ଭିତରାତିରେ ଦୃର୍ବୃତ୍ତମାନେ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଗାଡ଼ିରଚାଳକ, ହେଲପରକୁ ତଳକୁ ଡାକି ଆଣିବାସହ ବନ୍ଧାହୋଇରହିଥିବା ଗୋରୁଗୁଡ଼ିକୁ ଖୋଲିଦେଇଥିଲେ ।ପରେ ପିକପଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଆଜି ଭୋର ସମୟରେ ଖବରପାଇ ଦମକଳବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାକାମ ଆରମ୍ଭ କରିଛି ।

Comments (0)
Add Comment