ବୋଲେରୋକୁ ଘୋଷାରି ନେଲା ଟ୍ରେନ
ପାରାଦୀପ,୨୯।୮(ଏସଏସ ନିଉଜ) ବୋଲେରୋକୁ ୩୦ ମିଟର ଘୋଷାରି ନେଲା ଟ୍ରେନ୍।ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା ଘଟିଛି।ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବୋଲେରୋରେ ଥିବା ସମସ୍ତ କର୍ମଚାରୀ।
Browsing yearly archive
ପାରାଦୀପ,୨୯।୮(ଏସଏସ ନିଉଜ) ବୋଲେରୋକୁ ୩୦ ମିଟର ଘୋଷାରି ନେଲା ଟ୍ରେନ୍।ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା ଘଟିଛି।ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବୋଲେରୋରେ ଥିବା ସମସ୍ତ କର୍ମଚାରୀ।
୨୦୨୩ମସିହା ଅଗଷ୍ଟମାସ ୨୮ତାରିଖସୋମବାର। ରାମାନୁଜ ବୈଷ୍ଣବ ସମ୍ମତ ଏକାଦଶୀ, ବିଷ୍ଣୁ ପବିତ୍ରାରୋପଣ ଉତ୍ସବ, ଆଖେଟକପର୍ବ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୪୦ ,ସୂର୍ଯ୍ୟାସ୍ତ-ଘ୬/୨/୨୪ ,ଶ୍ରାବଣ ମାସ ,ଶୁଦ୍ଧଶୁକ୍ଳପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଦ୍ବାଦଶୀ ସନ୍ଧ୍ୟାଘ୬/୩୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ପୂର୍ବାଷାଢ଼ାନକ୍ଷତ୍ର ପ୍ରାତଃଘ୬/୪ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢ଼ାନକ୍ଷତ୍ର କ୍ଷୟରାତ୍ରି ଘ୩/୩୬ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ସନ୍ଧ୍ୟାଘ୬/୩୬ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସନ୍ଧ୍ୟା ଘ୬/୩୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର– ତୁଳା […]
ବାରଙ୍ଗ,୨୭ା୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜୀବଜନ୍ତୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।ମିଜୋରାମର ଆଇଜଲ୍ ଚିଡିଆଖାନାରୁ ହଳେ ହୁଲକ୍ ଗିବନ୍,ହଳେ ଘୁଷୁରି ଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟ କଳାଭାଲୁ ନନ୍ଦନକାନନ ଆସିବ।ଏହା ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୁପକ୍ଷ ଗତ ମାର୍ଚ୍ଚମାସ ୨୭ତାରିଖରେ ପ୍ରାଣୀଉଦ୍ୟାନରୁ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ ବାଘ କୁନ୍ଦନ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ ବାଘୁଣୀ ଆଦ୍ୟାଶାକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଚିଡିଆଖାନାକୁ ପଠାଇସାରିଛନ୍ତି ବୋଲି ନନ୍ଦନକାନନ ଊପନିର୍ଦେଶକ […]
କଳାହାଣ୍ଡି,୨୭ା୮(ଏସଏସନିଉଜ) ଚଳିତମାସ ୩୧ ତାରିଖରୁ ଉତ୍କେଲାକୁ ଆରମ୍ଭ ହେବ ବିମାନ ଚଳାଚଳ। ଏହିଦିନ ସକାଳ୧୦ଟା୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍କେଲା ଅଭିମୁଖେ ଯାତ୍ରା କରିବାମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ପତାକାଦେଖାଇ ଏହାର ଶୁଭାରମ୍ଭକରିବେ। ସେହିପରି କେନ୍ଦ୍ର ବେସାମରିକଚଳାଚଳମନ୍ତ୍ରୀ ମଧ୍ୟ ଭିଡିଓକନ୍ଫରେନ୍ସ ମାଧ୍ୟମରେ ଉପସ୍ଥିତରହି ପତାକା ଦେଖାଇ ଏହାରଶୁଭାରମ୍ଭ କରିବେ। ଉତ୍କେଲା ହେବ ରାଜ୍ୟର ୫ମ ବିମାନବନ୍ଦର, ଯେଉଁଠାକୁ ବିମାନଉଡ଼ିବ।ପ୍ରତ୍ୟେକଦିନ ଗୋଟିଏଥର ବିମାନ ଚଳାଚଳକରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।
ଭଦ୍ରକ,୨୭ା୮(ଏସଏସନିଉଜ)ତିହିଡ଼ି ଥାନାରେ କାର୍ୟ୍ୟରତ ତୋଫାନ କୁମାର ପାତ୍ରନାମକ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି।ଖବରପାଇ ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ପ୍ରାୟ ଦେଢ଼ବର୍ଷହେବ ତୋଫାନ ତିହିଡ଼ିଥାନାରେ ଯୋଗଦେଇଥିବାସହ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ସେ ବିଳମ୍ଭିତରାତିରେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ପଡ଼ୋଶୀ ଝରକା ବାଟେ ଆଜି ସକାଳେ ତୋଫାନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ତେବେ କେଉଁକାରଣ […]
ଗଞ୍ଜାମ ,୨୭ା୮(ଏସଏସନିଉଜ)ସାନଖେମୁଣ୍ଡିବ୍ଲକ ପାଟପୁର-ଆମ୍ବଠା ରାସ୍ତାପାର୍ଶ୍ବରେ ଥିବା ଏକ ଇଟାଭାଟି ନିକଟରୁ ପଳାଶପୁରର ବାଉରୀସାହିର ସୁଲୋଚନା ଦାସ ନାମକ ମହିଳାଙ୍କ ମୃତଦେହକୁ ପାଟପୁର ଥାନା ପୁଲିସ ଉଦ୍ଧାର କରିଛି ।ତେବେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୁଲୋଚନାଙ୍କୁ ସ୍ବାମୀ ରଞ୍ଜନ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।ଅନ୍ୟପଟେ ମୃତମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଥାନାରେ ଅଟକ ପଚରାଉଚରା କରୁଥିବାର ଜଣାପଡିଛି ।
ଭୁବନେଶ୍ୱର, ,୨୭ା୮(ଏସଏସନିଉଜ)ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବାର ଜଣାପଡିଛି ।ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଚାଲିଥିବାର ଜଣାପଡିଛି ।ଆହତମାନଙ୍କୁ ବାରାସାଟଡାକ୍ତରଖାନାକୁ ଚିକିତ୍ସା […]
ବାରଙ୍ଗ,୨୬ା୮(ଏସଏସନିଉଜ)ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ସେ ରାଜିନହେବାରୁ ତାକୁ ମାନସିକ ଓ ଶାରରୀକ ଜନ୍ତ୍ରଣା ଦେବାଭଳି ସଙ୍ଗିନ ଅଭିଯୋଗ ଆସିଛି ।ବାରଙ୍ଗର ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରେ ଅଧୟନକରୁଥିବା ଛାତ୍ରୀ ଜଣଙ୍କ ତାର ପରିବାରଲୋକ ଦେଉଥିବା ମାନସିକ ନିର୍ୟ୍ୟାତନା ଦେଉଥିବା କଥାକୁ ଶନିବାର ଦିନଶ୍ରେଣୀଶିକ୍ଷକଙ୍କ ପାଖରେ ବଖାଣିବାସହ ସୁରକ୍ଷା ମାଗିଛି ।ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟପରିଚାଳନାକମିଟି ଉପସ୍ଥିତିରେ ଛାତ୍ରୀର ପରିବାରଲୋକଙ୍କୁ ଡକାଯାଇ ପକୃତ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଛି ।ଛାତ୍ରୀର ଜନ୍ମଦାତା ମାଆ […]
ବାରଙ୍ଗ,୨୬।୮(ଏସଏସନିଉଜ)ଶନିବାର ବଡିଭୋର ସମୟରେ ଗୋଚାଳଣ ହେଉଥିବାବେଳେ ନରାଜଗ୍ରାମବାସୀମାନଙ୍କ ହାତରେ ଧରାପଡିଛି ଗୋରୁବୋଝେଇ ପିକଅପଭ୍ୟାନ ।କୈାଶଳକ୍ରମେ ଗୋଚାଲଣକାରୀ ଖସି ପଳାଇଯାଇଥିବାବେଳେ ଗାଡିରେ ଥିବା ୮ଟିଗୋରୁମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଏହିଘଟଣା ଶନିବାର ବଢିଭୋର ସମୟରେ ଗୋଡିସାହିଫାଣ୍ଡି ଅଧିନସ୍ଥ ନରାଜ ବଙ୍ଗଳାଛକ ନିକଟରେ ଦେଖିବାକୁ ମିଳିଛି । ଓଆର୦୯ଜେ୮୬୨୭ ନଂ ପିକଅପ ଭ୍ୟାନରେ ଗୋରୁ ବୋଝେଇ କରି ଆସୁଥିବାବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ।ଏହାପରେ ସଙ୍ଗବଦ୍ଧ ହୋଇ ଯୁବକମାନେ ପିକଅପଭ୍ୟାନକୁ ରୋକିବା କ୍ଷଣି ଗାଡିଚାଳକ ସହ […]
୨୦୨୩ମସିହା ଅଗଷ୍ଟମାସ ୨୭ତାରିଖ ରବିବାର। ଶ୍ରୀମନ୍ଦିରରେ ପବିତ୍ରାଧିବାସ, ଶ୍ରୀମନ୍ଦିରେ ଓ ରାମାନୁଜ ଭିନ୍ନ ସର୍ବସମ୍ମତ ପବିତ୍ରାରୋପଣ (ପୁତ୍ରଦା)ଏକାଦଶୀ, ଉତ୍କଳେ ସର୍ବତ୍ର ଝୁଲଣଯାତ୍ରାରମ୍ଭ, ରବିନାରାୟଣ ବ୍ରତ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୨୬ ,ସୂର୍ଯ୍ୟାସ୍ତ-ଘ୬/୩/୧୨ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି-ଏକାଦଶୀ ରାତ୍ରିଘ୯/୩୮ମିପର୍ଯ୍ୟନ୍ତ ତଦନ୍ତେଦ୍ବାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀଆଗ୍ନେୟ କୋଣରେ,ରାତ୍ରି ଘ୯/୩୮ମି ପରେ ନୈର୍ଋତକୋଣରେ। ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବାଘ୧୦/୫୩ମିମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ଐଶାନ୍ୟକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଶିମ୍ବ […]