Browsing yearly archive

2023

ଏସିଆକପ ପାଇଁ ଭାରତୀୟଦଳ ଘୋଷଣା

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଚୟନକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟପାଇଁ ଏକ ୧୭ଜଣିଆ ଦଳ ଘୋଷଣା କରିଛନ୍ତି।ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆକପ୍ ଖେଳିବାତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାସହ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମରା, ମହମ୍ମଦ ସାମି, […]

ସିରିଜ ଦୁର୍ଘଟଣାରେ ୨ ମୃତ

ଯାଜପୁର, ୨୧।୮(ଏସଏସନିଉଜ) ଯାଜପୁର ଜିଲ୍ଲା କୁଆଖିଆ ଥାନା ଏନଏଚ୍ ୧୬ ମୂଳାପାଳ ନିକଟରେ ହୋଇଥିବା ସିରିଜ୍ ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଡ଼ମ୍ଫରଗାଡିକୁ ଏକଟ୍ରକ ଧକ୍କା ଦେବାପରେ ଭାରସାମ୍ୟ ହରାଇ ରାସ୍ତା ତଳେ କାମହେଉଥିବା ଏକ କ୍ୟାମ୍ପରଗାଡିକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଆହତଙ୍କୁ ପୁଲିସ ଉଦ୍ଧାର କରି ମଧୁବନ ମେଡିକାଲ ପଠାଇଛି। […]

ପ୍ରସ୍ତାବଦେବେ ପିସିସିସଭାପତି

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଓଡ଼ିଶାକଂଗ୍ରେସକୁ ଏଆଇସିସିର ଅଣଦେଖାକୁନେଇ ଅସନ୍ତୋଷ ଦେଖାଦେଇଛି ।ଗତକାଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୩୯ ଜଣିଆ ନୂଆ ୱାର୍କିଂକମିଟି ଗଠନକରିଥିବାବେଳେ ଏଥିରେ ରାଜ୍ୟ କଂଗ୍ରେସର କାହାକୁ ସ୍ଥାନ ମିଳିନାହିଁ ।କେବଳ ଭକ୍ତଚରଣ ଦାସଙ୍କୁ ସିଡବ୍ଲ୍ୟୁସିରେ ଇନଚାର୍ଜ ଭାବେ ସ୍ଥାନମିଳିଛି। ଯାହାକୁନେଇ ରାଜ୍ୟ କଂଗ୍ରେସରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଓଡ଼ିଶାର ଦୁଇ ତିନିଜଣଙ୍କୁ ସ୍ଥାନଦେବାକୁ ଦିଲ୍ଲୀଯାଇ ଖଡ଼ଗେଙ୍କୁ ପ୍ରସ୍ତାବ ଦେବେବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।ଅନ୍ୟପଟେ ରାହୁଲଗାନ୍ଧୀ ଓ ଖଡ଼ଗେଙ୍କୁ ଚିଠି […]

ଫେରାର ବିଡିଓଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ, ୨୧।୮(ଏସଏସନିଉଜ) ନାରାୟଣପାଟଣାର ପୂର୍ବତନବିଡିଓ ରମେଶଚନ୍ଦ୍ରସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।୮ବର୍ଷହେବ ଫେରାରଥିବା ରମେଶଚନ୍ଦ୍ରସାହୁଙ୍କୁ ଗିରଫକରିଛି ଓଡ଼ିଶା ଭିଜିଲାନ୍ସ ।ଆଜି ଆସାମରୁ ଦିଲ୍ଲୀ ଫେରିଥିବାବେଳେ ରମେଶଚନ୍ଦ୍ରସାହୁଙ୍କୁ ଭିଜିଲାନ୍ସ ଗିରଫକରି ସେଠାକାର କୋର୍ଟରେ ହାଜର କରିଥିଲେ । ସୂଚନାଯୋଗ୍ୟ, କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ ନିଜ ଚାକିରିକାଳରେ ୭ଟିଦୁର୍ନୀତିମାମଲାରେଫସିଥିଲେ।ତାଙ୍କନାଁରେ ୭ଟି ଦୁର୍ନୀତିମାମଲା ରୁଜୁହୋଇଥିବାବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଫେରାର ହୋଇ ଯାଇଥିଲେ।ସେବେଠାରୁ ସେ ବିଭିନ୍ନସ୍ଥାନରେ ରହି ଆସୁଥିଲେ।  

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର, ୨୧।୮(ଏସଏସନିଉଜ) ବାଲେଶ୍ୱର ରେଳଷ୍ଟେସନରୋଡରୁ କୋଟିଏ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ବ୍ରାଉନସୁଗାର ଡିଲ ବେଳେ ଛଦ୍ମବେଶରେ ଛକିରହିଥିବା ଏସଟିଏଫ୍ ଅଧିକାରୀମାନେ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।ସେମାନେ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ। ସେମାନଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରିଛି ଏସଟିଏଫ୍ ।  

୬ମାସରେ ୫-ଟିରେ…

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଆଜି ଜନତାମୈଦାନରେ ପୁଲିସ ଛାଉଣିରେ ୧୩୦ କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନିରପ୍ରାୟ୧୫ହଜାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍ ।ଏହିଅବସରରେ ସେ କହିଛନ୍ତି ଯେ, କଲେଜ ସମ୍ପର୍କିତ ରହିଥିବା ସମସ୍ୟା ଭିତ୍ତିଭୂମି ଓ ପାଠପଢ଼ାକୁ ନେଇ ହେଉଥିବା ସମସ୍ୟା ଏଭଳି ବିଭିନ୍ନ ପ୍ରସଙ୍ଗରେ ୫-ଟି ସଚିବଙ୍କ ପାଖରେ ଅଭିଯୋଗ ରଖିବେ ଛାତ୍ରଛାତ୍ରୀ। ଖୋର୍ଦ୍ଧାଜିଲ୍ଲାର ସବୁ ହାଇଅର ସେକେଣ୍ଡାରୀ ସ୍କୁଲ ଓ ଯୁକ୍ତ୩କଲେଜ ୬ ମାସରେ ୫-ଟିରେ […]

ଘରଭିତରୁ ମାଆପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୨୧ା୮(ଏସଏସନିଉଜ) ଅଇଁଠାପାଲିଥାନା ଅଧିନସ୍ଥ ଟାଙ୍ଗରପାଲିଅଞ୍ଚଳରେ ଏକ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ପୋଲିସ ଆସି ଘରଭିତରୁ ମା ଓ ପୁଅଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ପୁଅର ନାମ ସୁଧିର ପଣ୍ଡା ହୋଇଥିବାବେଳେ ମା ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡିନାହିଁ ।  

କାରଦେଲା ଧକ୍କା,ଚାଲିଗଲା ମହିଳାଙ୍କ ଜୀବନ

ପାରାଦୀପ, ୨୧ା୮(ଏସଏସନିଉଜ) କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ବାଇକକୁ ଏକ କାର୍‌‌ ଧକ୍କା ଦେବାରୁ ଝିଲିମାଝି ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ହୋଇଛନ୍ତି । ଦୁର୍ଘଟଣାପରେ ସମସ୍ତଙ୍କୁ ମଣିଜଙ୍ଗା ମେଡିକାଲକୁ ନେବାବାଟରେ ମହିଳାଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।ପଙ୍କପାଳପଞ୍ଚାୟତ ଅନ୍ତର୍ଗତ ଜନାପାଳଗାଁର ଇନ୍ଦିରାକଲୋନିରେ ରହୁଥିବା ସୁମନ୍ତବେହେରା ଓ ତାଙ୍କପତ୍ନୀ ଝିଲିମାଝି ପୁଅ ସୁପ୍ରଭାତଙ୍କୁ ସ୍କୁଲରେ ଛାଡ଼ିବା ଲାଗି ବାଇକରେ […]

ବ୍ରାହ୍ମଣୀରେ ବୁଲୁଛି କୁମ୍ଭୀର

ତାଳଚେର, ୨୧ା୮(ଏସଏସନିଉଜ) ଗୁରୁଜାଙ୍ଗ ଗ୍ରାମପଞ୍ଚାୟତର ସିରିଗିଡାଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଥିବାରୁ ଭୟର ବାତାବରଣ ଦେଖାଦେଇଛି ।ବ୍ରାହ୍ମଣୀନଦୀକୁ ଦୁଇଜଣ ଯୁବକମାଛ ମାରିବାକୁ ଯାଇଥିବାବେଳେ କୁମ୍ଭୀରକୁ ଦେଖିଥିଲେ ।ଏହାପରେ ବ୍ରାହ୍ମଣୀନଦୀରେ କୁମ୍ଭୀର ଥିବାର ପ୍ରଚାର ହେବାପରେ ସ୍ଥାନୀୟ ଲୋକ ତଥା ନଦୀକୁଳିଆ ଲୋକମାନଙ୍କ ମଧ୍ୟରେ ଛନକା ପଶିଯାଇଛି ।ଅନ୍ୟପଟେ ଖବରପାଇ ବନବିଭାଗ ଡାକବାଜୀ ଜନ୍ତ୍ରସାହାର୍ଯ୍ୟରେ ନଦୀକୁ ନଯିବାପାଇଁ ପରାମର୍ଶ ଓ ସର୍ତକ କରାଇଛି ।ଏହାସହ କୁମ୍ଭୀର ଗତିପଥ ଉପରେ ତୀକ୍ଷ୍ମ ନଜର ରଖିଛି ବନ ବିଭାଗ […]

ପାଚେରୀରୁ ପଡ଼ି ଚୋରର ଭାଙ୍ଗିଲାଗୋଡ଼

କୋକସରା, ୨୧ା୮(ଏସଏସନିଉଜ) ବିଳମ୍ବିତରାତିରେ ଓଲମାଗାଁରେ ଧନଞ୍ଜୟ ସାହୁଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବା ଜଣାପଡିଛି । ୧୨ ରୁ ୧୫ଜଣ ଡକାୟତ ବନ୍ଧୁକମୁନରେ ପ୍ରାୟ ୨୫ ଭରି ସୁନାଗହଣା ଲୁଟି ନେଇଛନ୍ତି ।ଏହାସହ ଦାମୀ ଆସବାବପତ୍ର କମ୍ପ୍ୟୁଟର ହାର୍ଡଡିସ୍କ, କବାଟ ଆଦି ଭଙ୍ଗାରୁଜା କରିଛନ୍ତି ।ଘରୁ ଲୁଟି ଫେରାର ହେଉଥିବାବେଳେ ଜଣଙ୍କର ଗୋଡଭାଙ୍ଗିଯିବାରୁ ଗ୍ରାମବାସୀମାନେ ତାକୁ ଧରି ପୋଲିସର ଜିମା ଦେଇଛନ୍ତି ।ଖବରପ।ଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।