ଏସିଆକପ ପାଇଁ ଭାରତୀୟଦଳ ଘୋଷଣା

ଭୁବନେଶ୍ୱର, ୨୧।୮(ଏସଏସନିଉଜ) ଏସିଆ କପ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିସିସିଆଇ ଚୟନକର୍ତ୍ତାମାନେ ଟୁର୍ଣ୍ଣାମେଣ୍ଟପାଇଁ ଏକ ୧୭ଜଣିଆ ଦଳ ଘୋଷଣା କରିଛନ୍ତି।ଏଥର ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏସିଆକପ୍ ଖେଳିବାତିଲକ ବର୍ମା ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇବାସହ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଇଶାନ କିଶନ (ୱିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ସୂର‌୍ୟ୍ୟକୁମାର ଯାଦବ, ତିଲକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ରିଜର୍ଭ)ମାନେ ସ୍ଥାନ ପାଇଛନ୍ତି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଚାଲିବ ଏସିଆ କପ୍ ।

Comments (0)
Add Comment