Browsing yearly archive

2023

ଆଜିର ରାଶିଫଳ

୧୯-୭-୨୦୨୩(ବୁଧବାର)ଅଦ୍ୟ କର୍କଟ ଦି୩ନ ଶ୍ରାବଣ ଶୁକ୍ଳ ଦ୍ବିତୀୟା ଦ ୫୭।୪୯ ରାଘ ୪।୨୯,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଉତ୍ତରେ । ରାତ୍ରି ଘ୪।୨୯ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । କର୍କଟରାଶିର ଘାତବାର । ଦିବା ଘ୮।୩୭ ଗତେ ଘ୧୦।୧୫ ମଧ୍ୟେ କାଳବେଳା । ଘ୧୧।୧୫ ଗତେ ଇଂଘ ୧।୩୧ ମଧ୍ୟେ ବାରବେଳା । ରାତ୍ରି ଘ୨।୩୮ ଗତେ ଘ୪।୦ ମଧ୍ୟେ କାଳରାତ୍ରି ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ ଭକ୍ଷଣ ନିଷେଧ […]

କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

ଭଦ୍ରକ,୧୮ା୭(ଏସଏସନିଉଜ) ଭଦ୍ରକଜିଲ୍ଲାର ପ୍ରସିଦ୍ଧଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣମାସର ସୋମବାରରେ ଜଳଲାଗି ପାଇଁ ହଜାର ହଜାର ଭକ୍ତ ରବିବାରରାତିରୁ ଭିଡ଼ ଲାଗିଥିଲା।ଏତେସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିତରେ ଠେଲାପେଲା ହୋଇଥିଲା ।ଆଗ କିଏ ଯିବ ସେଥିପାଇଁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା ।ବାଧ୍ୟହୋଇ ଗହଳିକୁ ନିୟନ୍ତ୍ରଣକୁ ଆଣିବାପାଇଁ ଠେଲାପେଲା କରୁଥିବା କାଉଡିଆଙ୍କୁ ସାଇଜ କରିବାପାଇଁ ଓ ଭିଡ଼ ନିୟନ୍ତ୍ରଣ କରିବାପାଇଂ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।ଭକ୍ତମାନେ ଶୃଙ୍ଗଳିତଭାବେ ଜଳାଭିଷେକ କରିବାପାଇଁ […]

କୋର୍ଟ ପରିସରରୁ ଚୋରୀହେଲା ବାଇକ୍

ଖୋର୍ଦ୍ଧା, ୧୮ା୭(ଏସଏସନିଉଜ) ସୋମବାରଦିନ ଖୋର୍ଦ୍ଧା ସିଭିଲ୍ କୋର୍ଟ ପରିସରରୁ କୋର୍ଟରେ ଓକିଲ କିରାଣୀ ଭାବେ କାମ କରୁଥିବା ଅରୁଣ କୁମାର ପାଣିଗ୍ରାହୀଙ୍କ ଓଆର୍୦୨ଏକ୍ୟୁ ୯୮୬୧ନଂ ହିରୋ ସିବିଜେଡ୍ ମୋଟର ସାଇକଲ୍ ଚୋରୀହୋଇଯାଇଥିବାର ଥାନାରେ ଲିଖିତ ଅଭିଯୋଗ ହୋଇଛି ।ସେହିଭଳିଭାବେ ଦଳଇେପୁଟ ନିକଟ କେଏମ୍‌ବିବି ମହାବିଦ୍ୟାଳୟ ଛକ ନିକଟ ରାସ୍ତାକଡ଼ରେ ବାଇକଧରି ଠିଆହୋଇଥିବା ୨ଜଣଛାତ୍ରଙ୍କ ଆକ୍ରମଣକରି ମୋବାଇଲ ଛଡାଇନେଇପଳାଇଥିଲେ ।ପିଲାମାନେ ପାଟିକରିବାରୁ ସ୍ଥାନୀୟ ଲୋକମାନେ ଲୁଟେରାଦ୍ୱୟଙ୍କୁ ଧରି ୧୬ ନମ୍ବର ଜାତୀୟରାଜପଥ ପୁଲିସପାଟ୍ରୋଲିଂ ଟିମ୍‌କୁ ହସ୍ତାନ୍ତର କରିଥିଲେ ।

ସ୍ତ୍ରୀକୁ ଟାଙ୍ଗିଆରେହାଣି ହତ୍ୟାକଲା ସ୍ୱାମୀ

ଜଳେଶ୍ବର, ୧୮ା୭(ଏସଏସନିଉଜ)ପାରିବାରିକ କଳହର କରୁଣପରିଣତି ଯୋଗୁ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି ।ଏହିଭଳି ଘଟଣା ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମରେ ଘଟିଛି । ଗତ ୧୦ବର୍ଷତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ଦେବକୁମାରଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ବିବାହ କରିଥିଲେ ।ଏହାପରେ ଯୌାତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବାନେଇ ଥାନାରେ […]

ଏନ୍‌ଏଚ୍‌-୧୬ରେ ଭୁଶୁଡ଼ିଲା ବ୍ରିଜ୍

ଯାଜପୁର , ୧୮ା୭(ଏସଏସନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ନିକଟରେ ‌ ଥିବା ଏକ ବ୍ରିକ ଆଜି ଭୋରସମୟରେ ଭୁଶୁଡ଼ି ପଡ଼ିଛି। ପୋଲର କୁଆଖିଆଛକ ଆଡ଼କୁ ଶେଷପିଲାର ଯୋଡ଼ ନିକଟରୁ ଖସିଯାଇଛି। ଯାହାଫଳରେ ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।ଠିକାଦାରର ଖାମଖିଆଲ ମନୋଭାବ ଯୋଗୁ ୧୫ବର୍ଷତଳର ପୁରୁଣା ବ୍ରିଜ ଭୁଶୁଡ଼ି ଯାଇଥିବାନେଇ ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିବା ସହ ଏହାକୁ ନେଇ ଉତେଜନା ଦେଖାଦେଇଛି । ଭୁଶୁଡ଼ିଲା ବେଳେ କୌଣସି […]

କଣ୍ଟାବାଞ୍ଜିକୁ ଜିଲ୍ଲା ଦାବିନେଇ ୧୨ଘଣ୍ଟିଆ ବନ୍ଦ

କଣ୍ଟାବାଞ୍ଜି, ୧୮ା୭(ଏସଏସନିଉଜ)କଣ୍ଟାବାଞ୍ଜିକୁ ଜିଲ୍ଲାମାନ୍ୟତା ଦାବିନେଇ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଜିଲ୍ଲା ସଙ୍ଘର୍ଷସମିତିର ଆହ୍ବାନକ୍ରମେ ଦିଆଯାଇଛି। ଫଳରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ କାର୍ଯ୍ୟାଳୟ ସହ ଯାନବାହନ ଚଳାଚଳ ବନ୍ଦ ରହିଛି।ଏଥିରେୁ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି ।ଇନ୍ଦିରାଛକ ନିକଟର ଜିଲ୍ଲାସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜିର ରାଶିଫଳ

୧୮-୭-୨୦୨୩(ମଙ୍ଗଳବାର)ଅଦ୍ୟକର୍କଟ ଦି୨ନ ଶ୍ରାବଣ ଶୁକ୍ଳପ୍ରତିପଦ ଦ୫୧।୪୫ ରାଘ ୨।୩,ପୁନର୍ବସୁ ଦ୧।୧ ପ୍ରାଘ୫।୪୫, କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ପୂର୍ବେ । ରାତ୍ରି ଘ୨।୩ ଗତେ ଯାତ୍ରାଦି ଶୁଭ କର୍ମ ନାସ୍ତି ।ମକରରାଶିର ଘାତବାର ।ଦିବା ଘ୬।୫୯ ଗତେ ଘ୮।୩୭ ମଧ୍ୟେ ବାରବେଳା । ଘ୧।୩୦ ଗତେ ଘ୩।୮ ମଧ୍ୟେ ବାରବେଳା । ରାତ୍ରି ଘ୭।୪୫ ଗତେ ଘ୯।୭ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣିକଖାରୁ ଭକ୍ଷଣ ନିଷେଧ ।ଅମୃତ – ଦିବା […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୭ ତାରିଖ ସୋମବାର।ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଶ୍ରୀମନ୍ଦିରରେ ଓ ଗୃହିଣାଂ ଚିତାଉ ଅମାବାସ୍ୟା, ଶ୍ରୀଜୀଉଙ୍କର ସୁବର୍ଣ୍ଣ ଚିତାଲାଗି, (ଚିତାଉ ଭୋଗ), ଚିତ୍ରକ ପର୍ବ, ଗୋସହସ୍ରୀ ଗଙ୍ଗାସ୍ନାନ, ଅଶ୍ବତ୍ଥ ଛାୟାଜଳେ ସ୍ନାନ, ସୋମ ମହତୀ ସ୍ନାନ, ନଷ୍ଟ ଚନ୍ଦ୍ରୋପ ବାସ ଓ ନିଶାପାଳନ, ଚତୁର୍ମାସ ବ୍ରତାରମ୍ଭ, କାଉଡ଼ି ଭକ୍ତଙ୍କ ଜଳାଭିଷେକ ଯାତ୍ରା, ଅଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୦/୨୧,ସୂର୍ଯ୍ୟାସ୍ତ- ଘ୬/୨୪/୫୧,ଶ୍ରାବଣ ମାସ, କୃଷ୍ଣପକ୍ଷ,ଚ଼ନ୍ଦ୍ର ବାସ,ତିଥି- ଅମାବାସ୍ୟା ରାତ୍ରି ଘ୧୧/୫୫ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ। […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୧୬ ତାରିଖ ରବିବାର। ମାସାନ୍ତ,ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୫୯,ସୂର୍ଯ୍ୟାସ୍ତ- ଘ୬/୨୫/୧,ଶ୍ରାବଣ ମାସକୃଷ୍ଣପକ୍ଷ,ଆଦିତ୍ୟ ବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦ /୧ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର, ଘାତବାର –ମେଷ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବିରି, ରାତ୍ରି ଘ୧୦/୧ମିପରେ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୪ମି ରୁ ଘ୧/୨୮ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୬ମି ରୁ ଘ୨/୩୯ମିପର୍ଯ୍ୟନ୍ତ,ଶୁଭବେଳା–ଅମୃତ ପ୍ରାତଃ ଘ୬/୫୬ମି ରୁ ଘ୯/୨୦ମି ମଧ୍ୟେ, ଦିବା […]

ଖସିଲା ରାମେଶ୍ୱର ମନ୍ଦିର ଦଧିନଉତି

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ପ୍ରଚଣ୍ଡ ଘଡଘଡି ଓ ବିଜୁଳିଶବ୍ଦରେ ରାମେଶ୍ୱର ମନ୍ଦିର ଦଧିନଉତି ୬୦ଫୁଟ୍ ତଳକୁ ଖସିପଡିଛି ଦଧିନଉତି । ଦିନପ୍ରାୟ୧୦ଟା ୧୦ମିନିଟ ସମୟରେ ମନ୍ଦିରରେ ପୁଜା ଚାଲିଥିବାବେଳେ ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିଥିଲା ।ଫଳରେ ପୁଜକମାନଙ୍କଠାରୁ ଆରମ୍ଭ କରି ଭକ୍ତମାନେ ଭୟଭୀତ ହୋଇପଡିଥିଲେ ।ଖବରପାଇ ମନ୍ଦିରରେ ଟେକ୍ନିକାଲଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି।