କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

ଭଦ୍ରକ,୧୮ା୭(ଏସଏସନିଉଜ) ଭଦ୍ରକଜିଲ୍ଲାର ପ୍ରସିଦ୍ଧଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣମାସର ସୋମବାରରେ ଜଳଲାଗି ପାଇଁ ହଜାର ହଜାର ଭକ୍ତ ରବିବାରରାତିରୁ ଭିଡ଼ ଲାଗିଥିଲା।ଏତେସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିତରେ ଠେଲାପେଲା ହୋଇଥିଲା ।ଆଗ କିଏ ଯିବ ସେଥିପାଇଁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଥିଲା ।ବାଧ୍ୟହୋଇ ଗହଳିକୁ ନିୟନ୍ତ୍ରଣକୁ ଆଣିବାପାଇଁ ଠେଲାପେଲା କରୁଥିବା କାଉଡିଆଙ୍କୁ ସାଇଜ କରିବାପାଇଁ ଓ ଭିଡ଼ ନିୟନ୍ତ୍ରଣ କରିବାପାଇଂ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।ଭକ୍ତମାନେ ଶୃଙ୍ଗଳିତଭାବେ ଜଳାଭିଷେକ କରିବାପାଇଁ ମନ୍ଦିର ପକ୍ଷରୁ ବ୍ୟାରିକେଟର ବ୍ୟବସ୍ଥା ହୋଇଥିଲା । ଏହାସତ୍ତ୍ବେ ଜଳଲାଗି ପାଇଁ ଉପସ୍ଥିତଥିବା ହଜାରହଜାର କାଉଡିଆମାନଙ୍କ ମଧ୍ୟରେ ଠେଲାପେଲା ହୋଇ ବ୍ୟାରିକେଡ୍ ଭାଙ୍ଗିଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣକୁଆଣିବାକୁ ଯାଇ ପୁଲିସ ଲାଠିଚାଳନା କରିଥିଲା। ଏଥିରେ କେତେକଭକ୍ତ ଛତ୍ରଭଙ୍ଗ ଦେଇଥିବାବେଳେ ଆଉ କେତେକ ପୁଲିସର ମାଡକୁ ପ୍ରତିବାଦ କରିଥିଲେ।

Comments (0)
Add Comment