Browsing yearly archive

2023

୨୩ରେ ହୀରାକୁଦରୁ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି।ଜୁଲାଇ୨୩ରେ ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ନେଇ ସୂଚନା ମିଳିଛି।ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ।ମହାନଦୀ ଓ ଶାଖାଗୁଡ଼ିକରେ ବୃଦ୍ଧି ପାଇବ ଜଳସ୍ତର।ନଦୀକୁ ପ୍ରବେଶ ଉପରେ ସତର୍କ ସୂଚନା ଜାରି କରାଯାଇଛି।ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ପକ୍ବୟରୁ ସୂଚନା ଦିଆଯାଇଛି।

ମହିଳା ଫିଫାବିଶ୍ୱକପ୍‌ ପୂର୍ବରୁ ଗୁଳି

ଭୁବନେଶ୍ୱର,୨୦।୭(ଏସଏସ ନିଉଜ)ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଛି ଗୁଳି।ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ଜଣ ମୃତୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଅଭିଯୁକ୍ତକୁ ଗୁଳି କରି ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ।ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା।

ଅହମ୍ମଦାବାଦରେ ଦୁର୍ଘଟଣା,୯ମୃତ

ଭୁବନେଶ୍ୱର,୨୦।୭(ଏସଏସନିଉଜ) ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୯ଜଣ ମୃତୁବରଣ କରିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି।ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି।ଜାଗୁଆର କାର୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ ପାଇଁ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

ହତ୍ୟାକରି ରାସ୍ତାରେ ଫିଙ୍ଗିଲେ !

ବରଗଡ଼,୨୦।୭(ଏସଏସନିଉଜ) ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି।ୱାର୍ଡ ନଂ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।କେହି ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ କରିଛି ପୋଲିସ। ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଧରି ପୋଲିସର ଛାନଭିନ୍‌ ଆରମ୍ଭ କରିଛି। ମୃତଯୁବକ ସ୍ଥାନୀୟ ନିଲିବନ୍ଧପଡ଼ାର ହୋଇଥିବା ବେଳେ ଟାଉନଥାନା ପୋଲିସର ତଦନ୍ତ ଆରମ୍ଭ ହୋଇ ହୋଇଛି।

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା

ଭୁବନେଶ୍ବର,୨୦।୭(ଏସଏସ ନିଉଜ)ଭୁବନେଶ୍ବରରେ ଅସଦାଚରଣ ଓ ପ୍ରେମ ନିବେଦନକରି ଭୂଗୋଳ ଶିକ୍ଷକ ଅଟକ ରହିଛନ୍ତି।ନିଜ ଫାଇଦାପାଇଁ ଛାତ୍ରୀଙ୍କୁ ଦେଇଥିଲେ ପ୍ରଶ୍ନପତ୍ର।ପ୍ରଶ୍ନପତ୍ର ଦେଇ ଅସଦାଚରଣ କରୁଥିଲେ କାଳୁଚରଣ ବଡ଼ଜେନା।ବାରମ୍ବାର ଅସଦାଚରଣ କରିଥିବା ଛାତ୍ରୀଙ୍କ ଅଭିଯୋଗ କରିଛନ୍ତି।

ଭୁସ୍କଳନଯୋଗୁ ବାହ୍ୟଜଗତରୁ ବିଚ୍ଛିନ୍ନହେଲା ଗାଁ

  ମାଲକାନଗିରି,୨୦।୭(ଏସଏସନିଉଜ) ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭୁସ୍କଳନ ହୋଇଥିବାରୁ ମାଟି ଅତଡ଼ା ଧସିକୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଂଚାୟତର ୧୫ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।ଗତ ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।କିନ୍ତୁ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଭୁସ୍କଳନ ଫଳରେ ୧୫ରୁ ଅଧିକଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି ।

ଓଲଟିପଡିଲା ଟୁରିଷ୍ଟବସ

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି […]

ଆଜିର ରାଶିଫଳ

ଜୁଲାଇମାସ ୨୦ତାରିଖ ୨୦୨୩ ମସିହା (ଗୁରୁବାର)ଶ୍ରାବଣମାସ-ମଳ ଶୁକ୍ଳପକ୍ଷ,ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୧,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୩/୦୬ ଗତେ ଘ୦୩/୨୪ ମଧ୍ୟେବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୩୫ଗତେ ଘ୦୪/୦୦ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୮ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୨/୩୫ ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ। ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ […]

ଡକାୟତି କରିବାପୁର୍ବରୁ ଧରିଲା ପୋଲିସ

ଜଟଣୀ,୧୯ା୭(ଏସଏସନିଉଜ) ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାବେଳେ ସୁଚନାପାଇ ଜଟଣୀଥାନା ପୋଲସି ମଙ୍ଗଳବାରରାତିରେ ଏକ ଡକାୟତିଦଳକୁ ଧରିବାରେ ସକ୍ଷମହୋଇଛି ।ସେମାନଙ୍କଠାରୁ ମୋଟରସାଇକେଲ, ଗୋଟିଏ ସ୍କୁଟି, ୨ଟି ଲୁହା ଛଡ, ୩ଟି ଛୁରୀ, ଗୋଟିଏ ମୋବାଇଲଫୋନ ଏବଂ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି । ପଚରାଉଚରାବେଳେ ଅଭିଯୁକ୍ତମାନେ କିଷ୍ଟକଲେଜ ନିକଟରେ ଥିବା ଏକ ପରିତ୍ୟକ୍ତଘରେ ଏକାଠିହୋଇ ଜାତୀୟ ରାଜପଥରେ ଯାତାୟାତ କରୁଥିବା ବିଭିନ୍ନଯାତ୍ରୀ ତଥା ପରିବହନଯାନ ଗୁଡିକରୁ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାକଥା ପୋଲିସ […]