ଭୁବନେଶ୍ୱର,୨୦।୭(ଏସଏସନିଉଜ) ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୯ଜଣ ମୃତୁବରଣ କରିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି।ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି।ଜାଗୁଆର କାର୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ ପାଇଁ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।