ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ ତାଙ୍କୁ ଥାଉବଲ ଜିଲ୍ଲାରୁ ଗିରଫ କରିଛି।

Comments (0)
Add Comment