Browsing monthly archive

March 2024

ବିନ୍ଦୁସାଗରରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତହେଦଟି ପୋଖରୀର ଉତ୍ତରେଶ୍ୱର ଘାଟରେ ଭାସୁଥିବାର ଜଣାପଡିବାପରେ ସ୍ଥାନୀୟଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ କଭରଦେଇଥରଲେ ।ପରେ ଅଗ୍ନିଶମ କର୍ମଚାରୀମାନେ ଆସି ପାଣିଭିତରୁ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।ତେବେ ମହିଳା ଜଣଙ୍କ କିଏ ଓ ତାଙ୍କର ପରିଚୟ ଅଦ୍ୟାବଧି ମିଳିପାରିନଥିବାବେଳେ ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରି ତଦନ୍ତଆରମ୍ଭ କରିଛି ।

ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭଦ୍ରକ,୧୫ା୩(ଏସଏସନିଉଜ) ଆଜି ସକାଳୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ ସକାଳ୬ଟାରୁ ଏହି ବନ୍ଦ ଡାକରା ଦିଆଯାଇଛି । କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବିରେ ଓ କଲେଜର ପରିଚାଳନା ପ୍ରଶାସନ ହାତକୁ ନେବା ଓ କର୍ମଚାରୀଙ୍କୁ ଦରମା ଦେବା ଦାବି କରି […]

ଅନ୍ଧାରରେ ‘ମେଣ୍ଟ ରାଜନିତୀ

ଭୁବନେଶ୍ବର,୧୫ା୩(ଏସଏସନିଉଜ)ଗତକିଛିଦିନହେବ ବିଜେଡି-ବିଜେପି ମେଂଟ ହେବାନେଇ ଚର୍ଚ୍ଚା ଯୋରଧରିଛି ।କିନ୍ତୁ ଅଦ୍ୟାବଧି ଉଭୟଦଳର ନେତା କେହି ସ୍ପଷ୍ଟ କଥାକହୁନାହାନ୍ତି ।ଯାହାକୁନେଇ ଦ୍ୱନ୍ଦରେ ରହିଯାଇଛନ୍ତି କର୍ମି । ବିଜେପିରାଜ୍ୟ ସଭାପତି ମନମୋହନସାମଲ ଦିଲ୍ଲୀରୁ ଫେରି ଏକା ଲଢିବାନେଇ କଥା ଦୋହରାଇବା ସହ ସାମାଜିକ ଗଣମାଧ୍ୟମରେ ଏହିକଥା ଲେଖିଥିଲେ ।ଏହାପରେ ବିଜେପିକର୍ମୀମାନଙ୍କ ମଧ୍ୟରେ ବେଶ ଉସ୍‌ାହ ଦେଖିବାକୁମିଳିଥିଲା ।ମାତ୍ର କେଇଘଂଟାପରେ ଟ୍ବିଟ୍‌(ଏକ୍ସ)ରୁ ଦିଆଯାଇଥିବା ବିବୃତିକୁ କଟାଯାଇଥିଲା ।ଏହାପରଠାରୁ ବିଜେପିନେତା ମେଂଟ ନେଇ କୈାଣସି ମନ୍ତବ୍ୟ ଦେବାର ଜଣାପଡିନାହିଁ ।ଅନ୍ୟପଟେ ନବୀନ ନିବାସରେ […]

ବିଜେଡି ନେତା ପ୍ରସନ୍ନଆଚାର୍ଯ୍ୟ ଗୁରୁତର

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି ।ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।ସମ୍ବଲପୁର ରେଢ଼ାଖୋଲ ବେଲଡିହି ନିକଟରେ ଏହି ଦୁର୍ଘଟଣା ଘଟିଛି ।ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଛି ।ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି ।ଏବେ ପ୍ରସନ୍ନଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।ନବୀନ ନିବାସରେ ଦଳୀୟ ବୈଠକରୁ […]

କମିଲା ୨ ଟଙ୍କା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଆଉ ଦିନକେଇଟା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାଭିତରେ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହେବାନେଇ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।ଦୀର୍ଘଦିନ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୧୫ତାରିଖ ୨୦୨୪ ମସିହା(ଶୁକ୍ରବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୫୯/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୪୯,ଯୋଗିନୀ ପଶ୍ଚିମେ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୫୪ ଗତେ ଘ୧୧/୫୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ।-ଦିବା ଘ୦୭/୩୩ ମଧ୍ୟେ ଓ ଘ୦୮/୨୦ ଗତେ ଘ୦୮/ ୫୩ମଧ୍ୟେ ଓ ଘ୦୧/୦୯ଗତେ ଘ୦୨/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୪୦ ଗତେ ଘ୧୧/୩୨ ମଧ୍ୟେ,ନିମ୍ବ […]

ମେୟରଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ

କଟକ,୧୪।୩(ଏସଏସନିଉଜ) ମେୟରଙ୍କ ଗାଡ଼ି ଧକ୍କାରେ ବାଇକ ଆରୋହୀ ଆହତ ହୋଇଛନ୍ତି।ଖାନନଗର ପଟୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା ମେୟରଙ୍କ ଗାଡ଼ି।ଆହତ ଯୁବକଙ୍କୁ ଅଟୋ ସହାୟତାରେ ହସ୍ପିଟାଲ ପଠାଇଲେ ମେୟର।

ବୋମାମାଡ଼ରେ ଜଳିଗଲେ କାର

କାମାକ୍ଷାନଗର,୧୪।୩(ଏସଏସନିଉଜ) ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ। ସାଇ ବିହାର ଲେନ୍‌ରେ ଏକ ଦୋକାନଘର ଗ୍ୟାରେଜରେ ବୋମାମାଡ଼ ହୋଇଛି।ବୋମାମାଡ଼ରେ କାର୍ ଚୁରମାର୍ ହୋଇଯାଇଥିବାବେଳେ ପେଟ୍ରୋଲ ନିଆଁରେ ଜଳିଯାଇଛି ପିକଅପ୍।ଏହାଦ୍ୱାରା ୮୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ, ହୋଇଥିବନେଇ ଥାନାରେ ଏତଲା ହୋଇଛି।

ମେଣ୍ଟନେଇ ଆଜି ଆସିପାରେ ବଡ଼ନିଷ୍ପତ୍ତି !

ଭୁବନେଶ୍ୱର,୧୪।୩(ଏସଏସନିଉଜ)ଆଜି ନବୀନ ନିବାସରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ବରିଷ୍ଠନେତାଙ୍କୁ ନବୀନ ନିବାସକୁ ଡାକରା ହୋଇଛି।ପୂର୍ବ ବୈଠକରେ ଥିବା ନେତାଙ୍କୁ ପୁଣି ଡାକରା ହୋଇଛି।ଏଥିରେସବୁ ଜିଲ୍ଲାପର୍ଯ୍ୟବେକ୍ଷକ ବି ଯୋଗଦେବେ।ଅପରାହ୍‌ଣରେ ଥିବା ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି।ବୈଠକରେ ମେଣ୍ଟ ସଂପର୍କରେ ହୋଇପାରେ ଆଲୋଚନା ।ଅନ୍ୟପଟେ ବିଚାର ଆଲୋଚନା କରୁଛୁ ବୋଲି କହିଛନ୍ତି ମନମୋହନ।ଦିଲ୍ଲୀରୁ ଫେରିବାପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଆମର ପ୍ରକ୍ରିୟା ଯାହା ହେବା କଥା ସବୁ ଠିକ୍ ଚାଲିଛି କହିଲେ […]

ବରୁଣେଇପୀଠରେ 5Tଅଧ୍ୟକ୍ଷ

ଖୋର୍ଦ୍ଧା,୧୪।୩(ଏସଏସନିଉଜ)ମା’ବରୁଣେଇଙ୍କ ଦର୍ଶନ ସହ ପୀଠ ପରିଦର୍ଶନ କଲେ 5Tଅଧ୍ୟକ୍ଷ ଭିକେ ପାଣ୍ଡିଆନ।ରୂପାନ୍ତିକରଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲେ।ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠ।ଉପସ୍ଥିତ ଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ।