ଡିଜିପିଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷ
ଭୁବନେଶ୍ବର,୧୮।୩(ଏସଏସନିଉଜ) ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ।ଏହି ବୈଠକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଡିଜି କ୍ୟାମ୍ପ ଅଫିସରେ କରାଯାଇଛି।ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି, ଆଇନ ଶୃଙ୍ଖଳା ଏଡିଜି, SIW ଡିଆଇଜି ପ୍ରମୁଖ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟପଟେ ଏହି ବୈଠକରେ ଭିସିରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର ଏସ୍ପି।