Browsing yearly archive

2024

ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ମୋଦୀ

ଭୁବନେଶ୍ୱର,୧୭/୯(ଏସଏସନିଉଜ)ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା।ଆଜି ଜନତା ମୈଦାନରେ ବହୁ ପତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର।

ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ବିଶ୍ଵକର୍ମା ପୂଜା

ଆସିକା,୧୭/୯(ଏସଏସନିଉଜ)ଆସିକା ତାଲୁକା ବିଶ୍ଵକର୍ମା ସମାଜ (ବଢେଇକୁଳ)ଆନୁକୂଲ୍ୟରେ ଆସିକା ତାଲୁକା ଅନ୍ତର୍ଗତ କୋଟିନଡା ଗ୍ରାମରେ ନିର୍ମାଣଧୀନ ବିଶ୍ଵକର୍ମା ମନ୍ଦିରଠାରେ ଶ୍ରୀ ବିଶ୍ୱକର୍ମା ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଯଥା ରୀତି ପାଳନ କରାଯାଇଥିଲା। ସଭାପତି ମାଧବ ମହାରଣା ଓ ସମ୍ପାଦକ ଅଶୋକ କୁମାର ମହାରଣା ସମେତ କମିଟିର ସମସ୍ତ ସଭ୍ୟ ଏବଂ ଆସିକା ତାଲୁକାର ସମସ୍ତ କୁଳଭାଇମାନେ ମହା ଆନନ୍ଦରେ ଉକ୍ତ ଉତ୍ସବ ପାଳନ କରିଥିଲେ।ଏଥିସହ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗ ଦେଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଆଇନଜୀବୀ […]

ତପ୍ତପାଣିଘାଟିରେ ଗଛକୁ ଧକ୍କାଦେଲା ବସ୍

ଭୁବନେଶ୍ୱର,୧୬/୯(ଏସଏସନିଉ ଜ)ପାଟପୁରଥାନା ତପ୍ତପାଣି ମା କନ୍ଧୁଣିଦେବୀଙ୍କ ମନ୍ଦିର ନିକଟରେ ସୋମବାରସକାଳୁ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଛି ଯାତ୍ରୀ ବାହି ବସ୍ । ଧକ୍କାଦେବା ଫଳରେ ଅଳ୍ପକେ ବର୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ lସୂଚନା ମୁତାବକ ସୋମବାର ଭୋରୁ ଗଜପତି ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ପଦ୍ମାଳୟା ନାମକ ଏକ ଯାତ୍ରୀବାହିବସ୍ କନ୍ଧୁଣୀଦେବିଙ୍କ ନିକଟରେ ଭାରସାମ୍ୟହରାଇ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା।

ଦୁଇଦିନହେବ ଲାଇନମ୍ୟାନ ନିଖୋଜ

  ବାରଙ୍ଗ,୧୫/୯ (ଏସଏସନିଉଜ) ଭୁବନେଶ୍ଵର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମରେ ଘରଭଡ଼ା ନେଇ ରହି ଆସୁଥିବା ଜଣେ ଯୁବ ବିଦ୍ୟୁତ୍ କର୍ମଚାରୀ ନିଖୋଜ ହୋଇଯାଇଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଯୁବକ ହେଉଛନ୍ତି ବାରଙ୍ଗ ବିଦ୍ୟୁତ କାର୍ଯ୍ୟାଳୟରେ ଲାଇନ୍ ମ୍ୟାନ ଭାବେ କାର୍ଯ୍ୟରତ ଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେସୁଗୁରାପାଲ ଗ୍ରାମର କାହୁଁ ସୁତାର (୩୩)। ସୂଚନା ମୁତାବକ ବାରଙ୍ଗ ବିଦ୍ୟୁତ କାର୍ଯ୍ୟଳୟ ଅଧିନସ୍ଥ କଳାରାହାଙ୍ଗ କ୍ୟମ୍ପରେ କାର୍ଯ୍ୟରତ ଥିଲେ କାହ୍ନା। ସେ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୬ତାରିଖ ୨୦୨୪ ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୩/୪୦ ଗତେ ଚତୁର୍ଦ୍ଦଶୀ,ଅଦ୍ୟ ବିଶ୍ଵକର୍ମା ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୦୯, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୩୦,ଯୋଗିନୀ ଦକ୍ଷିଣେ ଦିବା ଘ୦୩/୩୧ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଅଦ୍ୟ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୪୧ ଗତେ ଘ୦୪/୧୩ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ୦୮/୫୨ […]

କୋଲ୍ଡଡ୍ରିଙ୍କସ୍ ପିଇଲେ,୨୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିଲେ

ବାରଙ୍ଗ,୧୫/୯(ଏସଏସନିଉଜ)ଅସୁରକ୍ଷିତ ହୋଇପଡିଛି ରାଜଧାନୀର ଆପାର୍ଟମେଣ୍ଟ।ପୋଲିସକୁ ଖାତିରି ନକରି ଆତଙ୍କ ଖେଳାଇଛନ୍ତି ଲୁଟେରା ।ଦିନକ ତଳେ ଜଣେବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଇଥିବା ବେଳେ ଆଜିପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ଲକ୍ଷ ଟଙ୍କାର ସୁନାଗହଣା ସଫା କରିଦେଇଛନ୍ତି ।ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।ଲୁଟେରା ଲୁଟ୍ କରିବା ପରେ ଫ୍ରିଜରୁ ଫଳ […]

ଜିଲ୍ଲାସ୍ତରୀୟ ସୁଭଦ୍ରାସ୍ବାଗତ ପଦଯାତ୍ରାର ଶୁଭାରମ୍ଭ

କଟକ,୧୫ା୯(ଏସଏସନିଉଜ)ରାଜ୍ୟସରକାରଙ୍କ ସୁଭଦ୍ରାଯୋଜନା ସମ୍ପର୍କରେ ଜିଲ୍ଲାର ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ , ସ୍ୱରାଜ ଆଶ୍ରମ ଓ ହାଇକୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ପଦଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର […]

ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର,୧୫ା୯(ଏସଏସନିଉଜ)ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା ।ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା ସୁଭଦ୍ରାଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।ସେକହିଛନ୍ତି ଶେଷ ହିତାଧିକାରୀଙ୍କ ପର‌୍ୟ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା ଚାଲିବା ୧୭ ତାରିଖକୁ ନେଇ ଭୟଭୀତ ହୁଅନିା ସବୁ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି ।

ଗଡିଲା ଦୁଇ ବନ୍ଦେ ଭାରତଏକ୍ସପ୍ରେସ୍

ରାଉରକେଲା୧୫ା୯(ଏସଏସନିଉଜ) ଓଡ଼ିଶାରୁ ଦୁଇ ବନ୍ଦେଭାରତ ଏକ୍ସପ୍ରେସ୍ ଗଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହା ସହିତ ରାଉରକେଲା-ହାୱଡ଼ା ବନ୍ଦେ ଭାରତର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ କରିଛନ୍ତି। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼ ଭୁବନେଶ୍ବର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ନୟାଗଡ଼ ବାଂଶପାଣି, ଡାଙ୍ଗୋଆପୋଷି, ଚାଇବାସା ହୋଇ ଟାଟାନଗରରେ ପହଞ୍ଚିବ।ସେହିପରି ରାଉରକେଲା ଷ୍ଟେସନରୁ ପ୍ରଧାନମନ୍ତ୍ରୀ ରାଉରକେଲା-ହାୱାଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ଏହି […]

ରାଜଧାନୀରେ ପହଞ୍ଚିଲେ ଏସପିଜି ଟିମ୍

ଭୁବନେଶ୍ୱର,୧୫/୯(ଏସଏସନିଉଜ)ଆଉ ୨ଦିନ ପରେ ଅର୍ଥାତ୍ ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଚଳଚଞ୍ଚଳ ହୋଇଛି ପ୍ରଶାସନିକ କଳ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ ଏସପିଜି ଟିମ୍ ଓଡ଼ିଶା ଆସିଛନ୍ତି। ଗତକାଲି ୮ ଜଣିଆ ଏସପିଜି ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି । ଆଜି […]