Browsing yearly archive

2024

ମେଣ୍ଢାଶାଳରେ ଭଗବତ ଜନ୍ମୋସ୍ୱବ ପାଳିତ

ବାରଙ୍ଗ,୧୮ା୯(ଏସଏସନିଉଜ)ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭାଗବତବାସୁଦେବଙ୍କ ମନ୍ଦିରପ୍ରାଙ୍ଗଣରେ ସବୁବର୍ଷପରି ଚଳିତବର୍ଷ ଭଗବତଜନ୍ମୋସ୍‌ବ ସମାରୋହରସହ ବୁଧବାରଦିନ ପାଲିତହୋଇଯାଇଛି । ଠାକୁରଙ୍କ ଶ୍ରୀବିଗ୍ରହର ସ୍ନାନଓ ମାର୍ଜନାପରେ ନୁତନବସ୍ତ୍ର ପରିଧାନ କରାଯାଇଥିଲା ।ଷୋଡଷଉପଚାର ପରେ ସ୍ୱତ୍ୱନ୍ତ୍ର ପୁଜାର୍ଜନା ପରେ ଭୋଗନିତୀ କରାଯାଇଥିଲା ।ପରେପରେ ବ୍ରାହ୍ମଣଭୋଜନ ଓ ବାଲ୍ୟକୀଲା ଅନୁଷ୍ଠିତହୋଇଥିଲା ।ଉକ୍ତ ଉସ୍‌ସବରେ ମେଣ୍ଢାଶାଳ ଗ୍ରାମବାସୀ,ଯାଆାଁ ଓ ଛେଲଦା ଗ୍ରାମବାସୀ ଯୋଗଦେଇଥିଲେ ।ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦ ସେବାନର ବ୍ୟବସ୍ଥା କରାଯାଇଥିଲା ।ସେହିପରି ଗୋପାଳସାହି ବାସୁଦେବ କୋଠରୀ ଓ ପ୍ରଫୁଲପାତ୍ରଙ୍କ ଘରେ ଭଗବତ ଜନ୍ମୋସ୍ୱବ ଓ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୯ତାରିଖ ୨୦୨୪ମସିହା (ଗୁରୁବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୨/୪୫ ଗତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦ /୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/ ୫୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୪୪ ଗତେ ପଶ୍ଚିମ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ଅଦ୍ୟ ମୃତେ ରାତ୍ରି ଘ୧୨/୪୫ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା – ଦିବା ଘ୦୨/୪୦ଗତେ ଘ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୭ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୩୯ ମଧ୍ୟେ ଓ […]

ଭୋଟ୍ ଦେଉଛି ଜମ୍ମୁକାଶ୍ମୀର

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସମ୍ବିଧାନର ଧାରା ୩୭୦ ଉଚ୍ଛଦ ପରେ ପ୍ରଥମ ଥର ଜାମ୍ମୁ ଓ କାଶ୍ମୀରରେ ହେଉଛି ବିଧାନସଭା ନିର୍ବାଚନ ହୋଇଛି । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ଲାଗିଲାଣି । ୯୦ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୭ ଜିଲ୍ଲାର ୨୪ ସିଟରେ ମତଦାନ ନିଆଯାଉଛି । କାଶ୍ମୀର ଡିଭିଜନ ଅନ୍ତର୍ଗତ ପୁଲୱାମା, ସୋପିଆନ୍, ଅନନ୍ତନାଗ, କୁଲଗାଁଓର ୧୬ ଓ ଜମ୍ମୁ ଡିଭିଜନର ରାମବନ, […]

ନିଲମ୍ବିତ ହେଲେ ଭରତପୁରଥାନାର ୫ ପୋଲିସ

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଭରତପୁରଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଲ ବଳରାମ ହାଁସଦା ନିଲମ୍ବିତ କରାଯାଇଛି । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ IIC, ଜଣେ […]

ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)କେରଳରେ ବ୍ୟାପକ ରୁପ ନେଉଛି ନିପା ଭାଇରସ୍। କେରଳର ମାଲାପୁରମ୍ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ କେରଳ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ କଟକଣା ଜାରି କରାଯାଇଛି । ଯାହାଫଳରେ ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ନିପା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ସେହିପରି ସକାଳ ୧୦ଟାରୁ ସନ୍ଧ୍ୟା ୭ଟା […]

ନବରଙ୍ଗପୁରରେ ଲଜ୍ଜା

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।ନବରଙ୍ଗପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନ ଗୋଟାଏ ବେଳଠୁ ନାବାଳିକାଙ୍କର ଖୋଜଖୋବର ମିଳି ନଥିବାବେଳେ ସ୍କୁଲ ପଛ ବୁଦା […]

ବଦଳିଲେ ଭରତପୁର ଥାନା ଅଧିକାରୀ

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ଭରତପୁରଥାନା ଆଇଆଇସି ଦିନକୃଷ୍ଣମିଶ୍ରଙ୍କୁ ବଦଳି କରାଯାଇଛି ।ତାଙ୍କ ସମେତ ଜଣେ ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଜଣେ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରାଯାଇଛି । ଭରତପୁର ଥାନା ଅଧିକାରୀ ଓ ମହିଳା ଏଏସଆଇଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ଦିନକୃଷ୍ଣମିଶ୍ରଙ୍କ ବଦଳରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ନିଯୁକ୍ତି ମିଳିଛି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଓ […]

ଗୀତାଜ୍ଞାନ ପାଇଁ ଛାତ୍ରୀ ପୁରସ୍କୃତ

ମେଣ୍ଢାଶାଳ,୧୬ା୯(ଏସଏସନିଉଜ)ଭୁବନେଶ୍ୱରଠାରେ ଥିବା ଦିବ୍ୟଜୀବନସଂଘ କାର‌୍ୟ୍ୟାଳୟରେ ଦୈନଦିନ ଜୀବନରେ ଗୀତାର ଅବଶ୍ୟକତା ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଭୁବନେଶ୍ୱରଆଖପାଖ ଅଂଚଳର୬୦ଟିବିଦ୍ୟାଳୟର ବଛାବଛାଛାତ୍ରୀଛାତ୍ରମାନେ ଯୋଗଦେଇ କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।ସ୍ମାମୀଶ୍ରୀଶିବାନନ୍ଦସରସ୍ୱତୀ ଓ ପରମପୁଜ୍ୟ ଗୁରୁ ମହାରାଜ ସ୍ମାମୀ ଶ୍ରୀ ଚିଦାନନ୍ଦସରସ୍ନତୀ ମହାରାଜାଙ୍କ ଜୟନ୍ତୀ ଉପଲକ୍ଷେ ଗତ୮ତାରିଖରୁ ୨୪ତାରିଖ ପର‌୍ୟ୍ୟନ୍ତ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।ଏହି ପ୍ରତିଯୋଗୀତାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀଛାତ୍ରୀ ଜ୍ୟୋର୍ତିମୟୀ ଦାସ ଗୀତାଜ୍ଞାନ ଉପରେ ବକ୍ତୃତା ପ୍ରଦାନ କରି ୪ର୍ଥସ୍ଥାନ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୧୮ତାରିଖ ୨୦୨୪ମସିହା(ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ଦିବା ଘ୦୮/୨୨ ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୧୧/୫୧ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୯/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୪୦ ,ଯୋଗିନୀ ବାୟବ୍ୟେ ଦିବା ଘ୦୮/୨୨ ଗତେ ପୂର୍ବେ ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଘ୧୧/୫୦ମଧ୍ୟେ ଏକପାଦ ଓ ରାତ୍ରି ଘ୦୨/୪୭ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୪୧ ଗତେ ଘ୧୦/୧୨ମଧ୍ୟେ ,ବାରବେଳା – ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ […]

ପୂର୍ବତନ ରାଜ୍ୟପାଳଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନରାଜ୍ୟପାଳ ତଥା ବରିଷ୍ଠନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତସମୟରେ ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କ ଆଶୁଆରୋଗ୍ୟ କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତରମାନଙ୍କସହିତ ତାଙ୍କ ସ୍ବାସ୍ଥ୍ୟସମ୍ପର୍କରେ ଆଲୋଚନା କରିବାସହ ସେ ଯେପରି ଶୀଘ୍ରଆରୋଗ୍ୟ ଲାଭକରିବେ ସେଥିପାଇଁ ଧ୍ୟାନଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତସମୟରେ ହରିଚନ୍ଦନଙ୍କପୁତ୍ର ତଥା ରାଜ୍ୟ ଆଇନ୍, […]