ନବରଙ୍ଗପୁରରେ ଲଜ୍ଜା

ଭୁବନେଶ୍ୱର,୧୮ା୯(ଏସଏସନିଉଜ)ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।ନବରଙ୍ଗପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଦିନ ଗୋଟାଏ ବେଳଠୁ ନାବାଳିକାଙ୍କର ଖୋଜଖୋବର ମିଳି ନଥିବାବେଳେ ସ୍କୁଲ ପଛ ବୁଦା ମୂଳରୁ ମୃତଦେହ ଉଦ୍ଧାର ହୋଇଛି ।ପାଟିରେ ଗାମୁଛା ବନ୍ଧା ହୋଇଥିବା ବେଳେ ଘଟଣାସ୍ଥଳର କିଛି ଦୂରରୁ ନାବାଳିକାଙ୍କ ପୋଷାକ ମିଳିଛି ।ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଖୋଳତାଡ କରିଛି । ଘଟଣା ପରେ ଗତକାଲି ରାତିରୁ ଉତ୍ୟକ୍ତ ଲୋକ ଗାଁ ରାସ୍ତା ଅବରୋଧ କରିଛନ୍ତି ।

Comments (0)
Add Comment