Browsing daily archive

September 8, 2025

ଭସାଣିବେଳେ ଚାଲିଗଲା ଜୀବନ

ବାଙ୍କୀ,୮।୯(ଏସଏସନିଉଜ) ଭସାଣ ଯାତ୍ରା ବେଳେ ଡିଜେ ସାଉଣ୍ଡ୍‌ରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀଥାନା ସୁବର୍ଣ୍ଣପୁରରେ ଖୁଦୁରୀକୁଣି ଭସାଣ ଯାତ୍ରା ବେଳେ ଏଭଳି ଅଘଟଣା ଘଟିଥିବାର କୁହାଯାଇଛି।ଡିଜେ ଗାଡ଼ି ପାଖରେ ନାଚୁଥିବା ବେଳେ ଯୁବକ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।ବାଙ୍କୀ ଉପଖଣ୍ଡ ହସ୍ପିଟାଲ୍‌ରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ସାଂସ୍କୃତିକ କାର୍ୟ୍ୟକ୍ରମରେ କମ୍ପୁଛି କାଙ୍କଡପାଳ ନୂଆସାହି

ଢେଙ୍କାନାଳ,୮।୯(ଏସଏସନିଉଜ) କାଙ୍କଡପାଳ ନୂଆସାହିର ବଜରଙ୍ଗ କ୍ଲବ୍ ପକ୍ଷରୁ ସବୁବର୍ଷ ଭଳି ଏଥର ୪୬ତମ ଗଣେଶପୂଜା ମହସମା ରୋହର ସହ ପାଳିତ ହୋଇଛି। ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସଵ ଆସନ୍ତା ୧୬ ତାରିଖରେ ସରିବାକୁ ଯାଉଛି।ଏହି ଦିନ ପୂଜାର ଅନ୍ୟତମ ଆକର୍ଷକ ଭସାଣିକୁ ମନାଲୋଭା ଓ ଆକର୍ଷଣୀୟ କରିବା ପାଇଁ କ୍ଲବର ସଦସ୍ୟମାନେ ଏବେଠାରୁ ଉଦ୍ୟମ ଆରମ୍ଭ କରିସାରିଲେଣି।ପ୍ରତ୍ୟହ ସନ୍ତୋଷ ଭାଇନା ନୀତିକାନ୍ତିରେ ପୂଜାର୍ଜନା କରୁଥିବା ବେଳେ ପ୍ରତାପ ସାସମଲ୍ କର୍ତ୍ତା ଭାବେ ପୂଜାକାର୍ୟ୍ୟ ସମ୍ପର୍ନ୍ନ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ସନ୍ଧ୍ୟା ଘ୦୬/୩୨ଗତେ ତୃତୀୟା,ନକ୍ଷତ୍ର- ଉତ୍ତରଭାଦ୍ର ସନ୍ଧ୍ୟା ଘ୦୬/୪୭ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୩୩,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୩୨ ଗତେ ପଶ୍ଚିମେ,ଧନୁରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୧/୧୩ ଗତେ ଘ୦୨/୪୫ ମଧ୍ୟେ,ବାରବେଳା- ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ୦୮/୪୦ ଗତେ ଘ୧୦/୧୭ ମଧ୍ୟେ ଓ ଦିବା ଘ ୧୨/୪୦ ଗତେ ଘ୦୧/୧୩ ମଧ୍ୟେ ଓ […]

ଚାନ୍ଦା ନଦେବାରୁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ,୮।୯(ଏସଏସନିଉଜ)ଢେଙ୍କାନାଳର ସଦରଥାନା ଅଧୀନସ୍ଥ ବଳରାମପୁର ଗ୍ରାମର ବାସିନ୍ଦା ରଶ୍ମୀ ନାଏକ ଓ ପଡ଼ୋଶୀ ମାନେ ଆମ୍ବେଦକର ସେବା ସଂଗଠନର ସମ୍ପାଦକ ଚିତ୍ରସେନ ନାଏକଙ୍କ ତତ୍ୱାବଧାନରେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ.ପି.ସୂର୍ଯ୍ୟମଣି ପ୍ରଧାନଙ୍କୁ ଭେଟି ତାଙ୍କ ସ୍ବାମୀ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେତୁରନ୍ତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଓ କ୍ଷତିପୂରଣ ପାଇଁ ଅନୁରୋଧ କରିଛନ୍ତି। ରଶ୍ମୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ବାମୀରଞ୍ଜନ ନାଏକ ଜଣେ ଡ୍ରାଇଭର।ସେ ଗତ ୪ତାରିଖ ରାତି […]

ଆରପାରିରେ ନୂଆପଡ଼ା ବିଧାୟକ

ଭୁବନେଶ୍ୱର,୮ା୯(ଏସଏସନିଉଜ) ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ନୂଆପଡ଼ା ବିଧାନସଭା ଆସନରୁ ରାଜେନ୍ଦ୍ର ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଓ ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। […]

ବିଶ୍ଵ ଫିଜିଓଥେରାପି ଦିବସ ପାଳିତ

ଢ଼େଙ୍କାନାଳ,୮।୯(ଏସଏସନିଉଜ) ସୋମବାରଦିନ ଢେଙ୍କାନାଳସ୍ଥିତ ଲାଉଲଇ ” ପ୍ରିୟ” କାର୍ୟ୍ୟାଳୟଠାରେ ବିଶ୍ଵ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ୟକ୍ରମରେ ମୂଖ୍ୟଅତିଥି ଭାବେ ପ୍ରିୟର ନିର୍ଦେଶକ ଟଙ୍କଧର ବାରିକ ଯୋଗଦେଇ ବିଶ୍ଵ ଭୌତିକଚିକିତ୍ସା ବିଷୟରେ ବୁଝାଇ କହିଥିଲେ। ଫିଜିଓ ଥେରାପିଷ୍ଟ ନିବେଦିତା ନାୟକ,ସାହିଲ୍ ଆଫ୍ରିଡ୍, ସତ୍ୟପ୍ରକାଶ ନାୟକ ଯୋଗଦେଇ କାର୍ୟ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ।ଡ଼.ନିବେଦିତା ନାୟକ ମସ୍ତିଷ୍କ ପକ୍ଷଘାତ ଓ ମାନସିକ ଅନଗ୍ରସର ଶିଶୁମାନଙ୍କର ସୁରକ୍ଷା ଓ ଅଗ୍ରଗତି ସମ୍ବନ୍ଧରେ ବୁଝାଇ କହିଥିଲେ।ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ଫିଜିଓଥେରାପି ସେବା ଦିଆଯାଇଥିଲା […]

ବଜ୍ରପାତରୁ ରକ୍ଷା ପାଇବା ଗଡିଲା ସଚେତନତା ରଥ

ଢ଼େଙ୍କାନାଳ,୮।୯(ଏସଏସନିଉଜ) ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ସୋମବାର ଦିନ ଜିଲାପାଳଙ୍କ କାର୍ୟ୍ୟାଳୟଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି ।ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ […]

୧୦କୋଟିର ସାଇବର ଠକେଇ,୫ଗିରଫ

ମେଣ୍ଢାଶାଳ,୭।୯(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ଶନିବାର ଦିନ ସାଇବର ଠକେଇ ମାମଲାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେମୈତ୍ରୀ ବିହାର ଥାନା ଅଧୀନସ୍ଥ ବିଡ଼ିଏ କଲୋନିରେ ରହୁଥିବା ଭଗବାନ ସାହୁ (୨୧)ଗଙ୍ଗାପାଟଣାସଂଘର୍ଷ ବିହାରରେ ରହୁଥିବା ଚିରଞ୍ଜିବ ରାଉତ (୨୧), ଅମିତାରାଣୀ ରାଉତ (୫୦), ଆକାଂଖ୍ୟା ରାଉତ (୨୧)ଓ ବିହାରର ସମୀର କୁମାର ଭୁବେ (୩୫)। ପ୍ରକାଶ ଯେ,ଚନ୍ଦକାଥାନା ଅଧିନସ୍ଥଗଙ୍ଗାପାଟଣା ସଂଘର୍ଷ ବିହାରରେ ରହୁଥିବା ଅମିତାରାଣୀ ରାଉତ (୫୦) ନାମକ ମହିଳା ତାଙ୍କ ସମ୍ପର୍କୀୟ ସୁସାନ୍ତଙ୍କ ମାଧ୍ୟମରେ […]