ସେପ୍ଟେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ସନ୍ଧ୍ୟା ଘ୦୬/୩୨ଗତେ ତୃତୀୟା,ନକ୍ଷତ୍ର- ଉତ୍ତରଭାଦ୍ର ସନ୍ଧ୍ୟା ଘ୦୬/୪୭ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/ ୩୩,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୬/୩୨ ଗତେ ପଶ୍ଚିମେ,ଧନୁରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେ ହେବ,କାଳବେଳା-ଦିବା ଘ୦୧/୧୩ ଗତେ ଘ୦୨/୪୫ ମଧ୍ୟେ,ବାରବେଳା- ଦିବା ଘ୦୭/୦୮ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ୦୮/୪୦ ଗତେ ଘ୧୦/୧୭ ମଧ୍ୟେ ଓ ଦିବା ଘ ୧୨/୪୦ ଗତେ ଘ୦୧/୧୩ ମଧ୍ୟେ ଓ ଦିବା ଘ ୦୩/୦୫ ଗତେ ଘ୦୪/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ:- ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ,ମାନସିକସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକକାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।
ବୃଷ :- କମସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସିନଯାଆନ୍ତୁ, ଧ୍ୟାନ ରଖିବେ। କୋର୍ଟ-କଚେରୀ ବିଷୟରେ ନପଡ଼ିବାପାଇଁ ଉପଦେଶ।ପରିବାରରେ ସୁଖ-ଶାନ୍ତି ରହିବ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ। ଆକସ୍ମିକ ଧନଲାଭ ହେବ।
ମିଥୁନ:-ସନ୍ତାନ ସମ୍ବନ୍ଧୀତ ଶୁଭସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନହେବ। ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି।ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନପରେ ସମ୍ଭାଳିକରି ଚାଲିବାକୁ ଉପଦେଶ।
କର୍କଟ :- ଆଜିର ବ୍ୟବସାୟ କ୍ଷେତ୍ରରେ ଅଧିକାରୀ ଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିରମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନପରେ ମିତ୍ରମାନଙ୍କଠାରୁ ହେବ। କୌଣସି ସାମାଜିକପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ :-ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କାଅଛି। ମଧ୍ୟାହ୍ନପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ।
କନ୍ୟା :-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ଈଷ୍ଟଦେବତା ଙ୍କର ଶରଣରେ ସମସ୍ୟାଗୁଡ଼ିକର ନିବାରଣ ହେବ।
ତୁଳା :- ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ :- ମାନସିକରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକରହିବ।ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରିପାରିବେ।ଘରର ବାତାବରଣରେ ସୁଖଶାନ୍ତି ରହିବ।ବ୍ୟବସାୟରେ ସଫଳତାପ୍ରାପ୍ତ ହେବ।
ମକର :-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ,ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ।ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
କୁମ୍ଭ:- ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
ମୀନ:- ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରା ତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ମଧ୍ୟାହ୍ନ ପରେ ଆପଣ ବୈଚାରିକ ସ୍ଥିରତା ସହିତ ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ।
ପିତୃପକ୍ଷ ବା ଅପରପକ୍ଷର ଶ୍ରାଦ୍ଧ
ଆଶ୍ବିନମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭହୋଇ ଆଶ୍ୱିନମାସ ଅମାବାସ୍ୟା ପର୍ୟ୍ୟନ୍ତ ସମୟକୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ। ଆଜିଠୁ ଅର୍ଥାତ ୮.୯.୨୦୨୫ ସୋମବାର ରୁ ଅପରପକ୍ଷାରମ୍ଭଃ ହେବ । ଯାହା ୨୧.୯.୨୦୨୫ ରବିବାର ପର୍ୟ୍ୟନ୍ତ ଭୋଗହେବ ।ମାସର ପ୍ରଥମ ପ୍ରତିପଦତିଥିରୁ ହିଁ ଶ୍ରାଦ୍ଧଦାନ ଆରମ୍ଭହୁଏ ।ତେବେ ଭାଦ୍ରବପୂର୍ଣ୍ଣିମାରେ ବି ଶ୍ରାଦ୍ଧଦାନ କରାଯାଇପାରିବ । ପରିବାରର ସେହି ସଦସ୍ୟ ଯିଏ ପୂର୍ଣ୍ଣିମାରେ ପରଲୋକ ଗମନ କରିଥାନ୍ତି ତାଙ୍କଲାଗି ଏହିଦିନ ଶ୍ରାଦ୍ଧ ଦିଆଯାଇପାରିବ। ଯଦି କୌଣସିକାରଣରୁ ପୂର୍ଣ୍ଣିମାରେ ଶ୍ରାଦ୍ଧଦାନ କରିନହେଲା ତେବେ ପିତୃମୋକ୍ଷ ଅମାବାସ୍ୟାଦିନ ବି ଶ୍ରାଦ୍ଧଦାନ କରାଯାଇପାରେ। ଆଜି ପ୍ରତିପଦା ସମ୍ପୂର୍ଣ୍ଣରୂପେ ଭୋଗ ହେଉଥିବାରୁ ପରିବାରର ସେହିସଦସ୍ୟ ଯିଏ ପ୍ରତିପଦାରେ ପରଲୋକ ଗମନକରିଥିବେ ତାଙ୍କ ନିମନ୍ତେ ଆଜି ଶ୍ରାଦ୍ଧ ଦେବେ ।
୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ପିତୃପକ୍ଷ ବା ଅପରପକ୍ଷ ଶ୍ରାଦ୍ଧର ବିବରଣୀଗୁଡିକ:-
ତା୮/୯/୨୦୨୫ ସୋମବାର – ପ୍ରତିପଦା ଶ୍ରାଦ୍ଧ
ତା୯/୯/୨୦୨୫ ମଙ୍ଗଳବାର – ଦ୍ଵିତୀୟା ଶ୍ରାଦ୍ଧ
ତା୧୦/୯/୨୦୨୫ ବୁଧବାର – ତୃତୀୟା ଶ୍ରାଦ୍ଧ ଓ ଚତୁର୍ଥୀ ଶ୍ରାଦ୍ଧ
ତା୧୧/୯/୨୦୨୫ ଗୁରୁବାର – ପଞ୍ଚମୀ ଶ୍ରାଦ୍ଧ
ତା୧୨/୯/୨୦୨୫ ଶୁକ୍ରବାର – ଷଷ୍ଠୀ ଶ୍ରାଦ୍ଧ
ତା୧୩/୯/୨୦୨୫ ଶନିବାର – ସପ୍ତମୀ ଶ୍ରାଦ୍ଧ
ତା୧୪/୯/୨୦୨୫ ରବିବାର -ଅଷ୍ଟମୀ ଶ୍ରାଦ୍ଧ
ତା୧୫/୯/୨୦୨୫ ସୋମବାର – ନବମୀ ଶ୍ରାଦ୍ଧ
ତା୧୬/୯/୨୦୨୫ ମଙ୍ଗଳବାର -ଦଶମୀ ଶ୍ରାଦ୍ଧ
ତା୧୭ /୯/୨୦୨୫ ବୁଧବାର – ଏକାଦଶୀ ଶ୍ରାଦ୍ଧ
ତା୧୮/୯/୨୦୨୫ ଗୁରୁବାର – ଦ୍ୱାଦଶୀ ଶ୍ରାଦ୍ଧ
ତା୧୯/୯/୨୦୨୫ ଶୁକ୍ରବାର – ତ୍ରୟୋଦଶୀ ଶ୍ରାଦ୍ଧ
ତା୨୦ /୯/୨୦୨୫ ଶନିବାର – ଚତୁର୍ଦ୍ଦଶୀ ଶ୍ରାଦ୍ଧ
ତା୨୧/୯/୨୦୨୫ ରବିବାର – ଅମାବାସ୍ୟା ଶ୍ରାଦ୍ଧ
ପିତୃପୁରୁଷମାନେ ଯେଉଁ ତିଥିରେ ପରଲୋକ ଗମନ କରିଥାନ୍ତି ଏହି ଅପରପକ୍ଷ ସମୟରେ ସେହି ତିଥିରେ ହିଁ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟାବିଧିରେ ଶ୍ରାଦ୍ଧପ୍ରଦାନ କରିବା ଉଚିତ ।ଯେଉଁମାନେ ପିତୃପୁରୁଷଙ୍କ ପରଲୋକ ଗମନ ତିଥିରେ ଶ୍ରାଦ୍ଧ କରିପାରନ୍ତିନାହିଁ ସେମାନେ ମହାଳୟାଦିନ ଶ୍ରାଦ୍ଧ ପ୍ରଦାନକରିବା ଉଚିତ ।କେଉଁତିଥିରେ ଶ୍ରାଦ୍ଧଦେଲେ କେଉଁଫଳ ଲାଭହୁଏ :-
ପ୍ରତିପଦ –ଧନପ୍ରାପ୍ତି
ଦ୍ବିତୀୟା –ସନ୍ତାନଦାୟକ
ତୃତୀୟା –ପୁତ୍ର ପ୍ରାପ୍ତି
ଚତୁର୍ଥୀ –ଶତ୍ରୁନାଶ
ପଞ୍ଚମୀ –ଲକ୍ଷ୍ମୀପ୍ରାପ୍ତି
ଷଷ୍ଠୀ –ସର୍ବତ୍ର ପୂଜନୀୟ
ସପ୍ତମୀ –ଗଣମାନଙ୍କ ଆଧିପତ୍ୟ
ଅଷ୍ଟମୀ – ଉତ୍ତମ ବୁଦ୍ଧି
ନବମୀ – ସ୍ତ୍ରୀ ପ୍ରାପ୍ତ
ଦଶମୀ – ମନୋରଥ ପୂର୍ଣ୍ଣ
ଏକାଦଶୀ – ଚତୁର୍ବେଦ ପ୍ରାପ୍ତ
ଦ୍ବାଦଶୀ – ବିଜୟ ଲାଭ
ତ୍ରୟୋଦଶୀ – ସନ୍ତାନ ବୃଦ୍ଧି, ପଶୁ, ମେଧା, ସ୍ବତନ୍ତ୍ରତା, ଉତ୍ତମ ପୁଷ୍ଟି, ଦୀର୍ଘାୟୁ ତଥା ଐଶ୍ୱର୍ୟ୍ୟର ଭାଗୀ ହୋଇଥାଏ ।
ଚତୁର୍ଦ୍ଦଶୀ – ଯାହାଙ୍କ ପିତା ଯୁବାବସ୍ଥାରେ ମୃତ୍ୟୁକୁ ପ୍ରାପ୍ତି ହୋଇଥିବେ ଅଥବା ଅସ୍ତ୍ରଶସ୍ତ୍ର ଦ୍ଵାରା ନିହତ ହୋଇଥିବେ, ସେମାନେ ସେହି ପିତୃପୁରୁଷଙ୍କ ତୃପ୍ତ ନିମନ୍ତେ ଚତୁର୍ଦ୍ଦଶୀ ତିଥିରେ ଶ୍ରାଦ୍ଧ କରିବା ଉଚିତ୍ ।
ଅମାବାସ୍ୟା – ଯିଏ ଯତ୍ନପୂର୍ବକ ପବିତ୍ର ହୋଇ ଅମାବାସ୍ୟା ଦିନ ଶ୍ରାଦ୍ଧ କରିଥାଏ, ସେ ଅକ୍ଷୟ ସ୍ବର୍ଗ ତଥା ସମସ୍ତ କାମନାକୁ ପ୍ରାପ୍ତ କରିନେଇଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!