ସାଂସ୍କୃତିକ କାର୍ୟ୍ୟକ୍ରମରେ କମ୍ପୁଛି କାଙ୍କଡପାଳ ନୂଆସାହି

ବଜରଙ୍ଗ କ୍ଲବର ୪୬ତମ ଗଣେଶପୂଜା

ଢେଙ୍କାନାଳ,୮।୯(ଏସଏସନିଉଜ) କାଙ୍କଡପାଳ ନୂଆସାହିର ବଜରଙ୍ଗ କ୍ଲବ୍ ପକ୍ଷରୁ ସବୁବର୍ଷ ଭଳି ଏଥର ୪୬ତମ ଗଣେଶପୂଜା ମହସମା ରୋହର ସହ ପାଳିତ ହୋଇଛି। ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜାତ୍ସଵ ଆସନ୍ତା ୧୬ ତାରିଖରେ ସରିବାକୁ ଯାଉଛି।ଏହି ଦିନ ପୂଜାର ଅନ୍ୟତମ ଆକର୍ଷକ ଭସାଣିକୁ ମନାଲୋଭା ଓ ଆକର୍ଷଣୀୟ କରିବା ପାଇଁ କ୍ଲବର ସଦସ୍ୟମାନେ ଏବେଠାରୁ ଉଦ୍ୟମ ଆରମ୍ଭ କରିସାରିଲେଣି।ପ୍ରତ୍ୟହ ସନ୍ତୋଷ ଭାଇନା ନୀତିକାନ୍ତିରେ ପୂଜାର୍ଜନା କରୁଥିବା ବେଳେ ପ୍ରତାପ ସାସମଲ୍ କର୍ତ୍ତା ଭାବେ ପୂଜାକାର୍ୟ୍ୟ ସମ୍ପର୍ନ୍ନ କରୁଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ସାହୁ,ବିକ୍ରମ ପରିଡ଼ା, ଦିଲୀପ କୁମାର ପଣ୍ଡା,ହେମନ୍ତ ସାହୁ,ବୁବୁ ସାସମଲ, ସୂଜିଆ, ବିଭୂତି ସିଲୁ , ଅଜୁ,ମନୁଆ,ବାପି,ଆକାଶ,ଚନ୍ଦନ,ଲିଯୁ,ଜାଗାହାଲୁଆ,ତପୁ,ଲିପୁ,ରାଜା ,ଚିକୁ, କାଳିଆ,ଯାଯୁଲ ,ଶଙ୍କର ,ଗୁଡୁ,ହିମା,ସୁଧାଂଶୁ,ପାଜି, ଲକ୍ଷ୍ମଣ, ଚନ୍ଦୁଙ୍କ ସହ ବଜରଙ୍ଗକ୍ଲବର ସମସ୍ତ ଉପସ୍ଥିତି ରହୁଛନ୍ତି।ସେହିଭଳି ଭାବେ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ୟ୍ୟକ୍ରମ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୂଜାମଣ୍ଡପ।

ପୂଜ୍ୟପୂଜାକୁ ସମ୍ମାନ ଦେବାର ପରମ୍ପରାକୁ ବଞ୍ଚାଇ ରଖିବାରେ ସଦସ୍ୟ ମାନଙ୍କ ଭୂମିକା ମଧ୍ୟ କମ୍ ନାହିଁ।ଆଜି ଆୟୋଜିତ ସମ୍ଭର୍ଦ୍ଧନା ସଭାରେ ଗ୍ରାମସଭାପତି ଚନ୍ଦନ ମହାନ୍ତି, ପୁରୁଷୋତ୍ତମ ଦାସ,ପୁରାତନ ସଭାପତି ପ୍ରମୋଦ ପଣ୍ଡା, ଶ୍ରୀନିବାସ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପରାମର୍ଶ ଦେଇଥିଲେ।ଏହାସହ ୧୦୦୦ରୁ ଉର୍ଦ୍ଧ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଆଜି କଙ୍କଡ ପାଳ,ନୂଆସାହି ଓ ରେକୁଲା ସଙ୍କୀର୍ତ୍ତନମଣ୍ଡଳୀଙ୍କ ଦ୍ଵାରା  ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ।

Comments (0)
Add Comment