ଢ଼େଙ୍କାନାଳ,୮।୯(ଏସଏସନିଉଜ) ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ସୋମବାର ଦିନ ଜିଲାପାଳଙ୍କ କାର୍ୟ୍ୟାଳୟଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି ।ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ୨୧୪ଟି ଗ୍ରାମ ପଞ୍ଚାୟତରେ ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି ସାବଧାନତା ଅବଲମ୍ବନ କରିବାପାଇଁ ବଜ୍ରପାତ ସମୟରେ କଣ କରିବେ ଓ କଣ କରିବେ ନାହିଁ ସେ ସମ୍ପର୍କରେ ସଚେତନ କରିବ ବୋଲି ଜଣାପଡିଛି।