Browsing daily archive

October 15, 2025

ଆଜିର ରାଶିଫଳ

୧୬-୧୦-୨୦୨୫(ଗୁରୁବାର)ଅଦ୍ଯ କନ୍ୟା ଦି୩୦ନ, କାର୍ତ୍ତିକ କୃଷ୍ଣ ଦଶମୀ ଦ୧୩।୯ ଦିଘ ୧୧।୧,ଅଶ୍ଲେଷା ଦ୨୦।୭ ଦିଘ୧।୪୮,କର୍କଟ ଚନ୍ଦ୍ର ଦ୨୦।୭ ଦିଘ୧।୪୮।କନ୍ୟା ଦ୫/୧/୨୦ ଇଂଘ ୫/୪୫/୧୩ ଗତେ ଉଦୟ।ମୀନ ଦ୩/୪୫/୨୦ ଇଂଘ ୫/୧୯/୨୭ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ଦିବା ଘ୧୧।୧ ଗତେ ଅଗ୍ନିକୋଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା […]

ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା ହୋଇଛି।ଛୁରିଆଙ୍କ ପାର୍ଥିପତ୍ର ଦାଖଲ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି। ସେହିପରିକଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ବିଜେପିର ପ୍ରାର୍ଥୀ ଜୟ ‌ଢୋଲକିଆ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।ଆସନ୍ତା ନଭେମ୍ବର ୧୧ ତାରିଖ ଦିନ ଭୋଟଗ୍ରହଣ ଥିବାବେଳେ ରାଜନୈତିକ ତତ୍ପରତା ତୀବ୍ର ଦେଖାଯାଇଛି। ରାଜ୍ୟର ପ୍ରମୁଖ […]

ଜୟ ‌ଢୋଲକିଆ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ବିଜେପିର ପ୍ରାର୍ଥୀ ହୋଇଛନ୍ତି।ବିଜେପି ଆଜି ଜୟ ‌ଢୋଲକିଆଙ୍କ ନାମଘୋଷଣା କରିଛି।ଜୟ ଗତ ୧୧ ତାରିଖରେ ବିଜେପିରେ ମିଶିଥିବାବେଲେ ୧୬ ତାରିଖରେ ନାମାଙ୍କନ ଭରିବେ। ନାମାଙ୍କନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

କାଜୁବାରିରେ ଝୁଲନ୍ତା ମୃତଦେହ

ମେଣ୍ଢାଶାଳ,୧୫।୧୦(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଦାରୁଠେଙ୍ଗ ବନଦୁର୍ଗା କାଜୁବାରିରେ ବୁଧବାର ସକାଳେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି।ଏହା ହତ୍ୟା କି ଆତ୍ମହତ୍ୟା ତାହା ସନ୍ଦେହ ଭିତରେ ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ସାବଧାନ ! ରାସ୍ତାମଝିରେ ଗ୍ୟାସ ପାଇପ୍ ଖୁଣ୍ଟ

କଟକ,୧୪।୧୦ (ଏସଏସନିଉଜ) ସରକାରଙ୍କ ତତ୍ବାବଧାନରେ ଠିକାସଂସ୍ଥା ଦ୍ଵାରା ପ୍ରତ୍ୟେକ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ପାଇଁ ଗ୍ୟାସ ପାଇପ ବିଛା କାମ ଆରମ୍ଭ ହୋଇଛି। ତେଣୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇ ପାଇପଗୁଡ଼ିକ ମାଟି ତଳେ ବିଛା କାର୍ଯ୍ୟ ଚାଲିଛି । ତ୍ରିଶୂଳିଆରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ମଧ୍ଯ ଗ୍ୟାସ ଯୋଗାଣ ପାଇପ ବିଛା କାମ ଚାଲିଛି। ତେବେ ପାଇପ ବିଛା ପାଇଁ ବିଭିନ୍ନ ସ୍ଥାନରେ ଚ୍ୟାମ୍ବର କରାଯାଇ ଖୁଣ୍ଟି ପୋତା ଯାଇଛି।ଯାହାକି […]

ରୋଗ ଜାଣିପାରିଲେନି ଡାକ୍ତର !

ବାରଙ୍ଗ,୧୪|୧୦(ଏସଏସନିଉଜ)ଚିକିତ୍ସା ଅବହେଳାରୁ ଚାଲିଗଲା ଅଣ୍ଡିରା ହାଏନା ଛୁଆର ଜୀବନ।ମାକାଓ ପରେପରେ ହାଏନା ଛୁଆର ମୃତ୍ୟୁ ଡ଼ାକ୍ତରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।୧୫ ଦିନ ପୂର୍ବରୁ ହାଏନା ଛୁଆର ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ହେଲେ ବିଡମ୍ବନାର ବିଷୟ, ଅସ୍ତ୍ରୋପଚାର ହୋଇଥିବା ସ୍ଥାନଟି ଶୁଖିବା ବଦଳରେ ଦିନକୁ ଦିନ ପଚିବାକୁ ଲାଗିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ହାଏନା ଶେଷରେ ମଙ୍ଗଳବାର ସକାଳୁ ଖୁଆଡରେ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ ଚିଡିଆଖାନା କର୍ତ୍ତୃପକ୍ଷ। ସୂଚନା ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷ ଗତ କିଛି […]