ସାବଧାନ ! ରାସ୍ତାମଝିରେ ଗ୍ୟାସ ପାଇପ୍ ଖୁଣ୍ଟ

କଟକ,୧୪।୧୦ (ଏସଏସନିଉଜ) ସରକାରଙ୍କ ତତ୍ବାବଧାନରେ ଠିକାସଂସ୍ଥା ଦ୍ଵାରା ପ୍ରତ୍ୟେକ ଘରକୁ ରନ୍ଧନ ଗ୍ୟାସ ଯୋଗାଣ ପାଇଁ ଗ୍ୟାସ ପାଇପ ବିଛା କାମ ଆରମ୍ଭ ହୋଇଛି। ତେଣୁ ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମାଟି ଖୋଳାଯାଇ ପାଇପଗୁଡ଼ିକ ମାଟି ତଳେ ବିଛା କାର୍ଯ୍ୟ ଚାଲିଛି । ତ୍ରିଶୂଳିଆରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ମଧ୍ଯ ଗ୍ୟାସ ଯୋଗାଣ ପାଇପ ବିଛା କାମ ଚାଲିଛି। ତେବେ ପାଇପ ବିଛା ପାଇଁ ବିଭିନ୍ନ ସ୍ଥାନରେ ଚ୍ୟାମ୍ବର କରାଯାଇ ଖୁଣ୍ଟି ପୋତା ଯାଇଛି।ଯାହାକି ଏବେ ସାଧାରଣ ଲୋକଙ୍କ ପାଇଁ ବିପଦ ସାଜିଥିବାର ଦେଖିବାକୁ ମିଳିଛି। ବାରଙ୍ଗ – ତ୍ରିଶୁଲିଆ ମୁଖ୍ୟରାସ୍ତା ମଝିରେ ଗ୍ୟାସ୍ ପାଇପ୍ ଖୁଣ୍ଟି ଟି ବିପଦପୂର୍ଣ୍ଣ ଭାବେ ଥିବାର ଦେଖିବାକୁ ମିଳିଛି। ଗ୍ୟାସ ପାଇପ୍ ବିଛାଉଥିବା ସଂସ୍ଥା ଖୁଣ୍ଟ ଚାରିପାର୍ଶ୍ବରେ କେବଳ ବାଲିବସ୍ତା ରଖି ତାଙ୍କ କାମ ସାରି ଦେଇଛି। ଯାହାଫଳରେ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଗାଡ଼ି ମୋଟର ଓ ଚାଳକମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହା ପରେ ମଧ୍ୟ
କୋଠା ଓ ରାସ୍ତା ବିଭାଜନ ଅଧିକାରୀ ମାନଙ୍କ ଦୃଷ୍ଟିକୁ ଆସୁନଥିବା ଭଳି ମନେ ହେଉଛି।ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକାରୀମାନେ କାମ କରିଥିବା ଠିକା ସଂସ୍ଥାକୁ ତାଗିଦ କରୁନାହାନ୍ତି କି ନିଜେ ଏହାର ପ୍ରତିକାର ପାଇଁ ଉଦ୍ୟମ କରୁନଥିବାରୁ ଅଞ୍ଚଳ ଜନସାଧାରଣରେ ଅସନ୍ତୁଷ୍ଟ ଆରମ୍ଭ ହୋଇଛି।

Comments (0)
Add Comment