୧୬-୧୦-୨୦୨୫(ଗୁରୁବାର)ଅଦ୍ଯ କନ୍ୟା ଦି୩୦ନ, କାର୍ତ୍ତିକ କୃଷ୍ଣ ଦଶମୀ ଦ୧୩।୯ ଦିଘ ୧୧।୧,ଅଶ୍ଲେଷା ଦ୨୦।୭ ଦିଘ୧।୪୮,କର୍କଟ ଚନ୍ଦ୍ର ଦ୨୦।୭ ଦିଘ୧।୪୮।କନ୍ୟା ଦ୫/୧/୨୦ ଇଂଘ ୫/୪୫/୧୩ ଗତେ ଉଦୟ।ମୀନ ଦ୩/୪୫/୨୦ ଇଂଘ ୫/୧୯/୨୭ ଗତେ ଅସ୍ତ ।ଯୋଗିନୀ ଉତ୍ତରେ । ଦିବା ଘ୧୧।୧ ଗତେ ଅଗ୍ନିକୋଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୧୦।୪୮ ଗତେ ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ଦିବା ଘ୧।୪୮ ଗତେ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ବୃଷ ମିଥୁନ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି । କର୍କଟ ଓ ମକର ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭ,ରାଶିର ଘାତବାର । ଦିବା ଘ୧ ।୧୭ ଗତେ ଘ୫।୨୧ ମଧ୍ୟେ ବାରବେଳା । ରାତ୍ରି ଘ୧୧।୩୩ ଗତେ ଘ୧।୬ ମଧ୍ୟେ କାଳରାତ୍ରି ପ୍ରଥମ ରଜୋଦର୍ଶନେ ସମ୍ବତ୍ସର ଦିବା ଘ୧।୪୮ ଗତେ ପାଞ୍ଚମାସ ଗଣ୍ଡଦୋଷ ।ସ୍ବର୍ଣ୍ଣ ଓ ପୀତ ବସ୍ତ୍ର ଦାନ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । କଳମ୍ବୀ (କଳମଶାଗ) ଘ୧୧।୧୧ ଗତେ ଶିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ । ମାସାନ୍ତ ।ଅମୃତ- ଦିବା ଘ୭ ।୨୦ ମଧ୍ୟେ ଘ୧।୪୪ ଗତେ ଘ୩।୨୦ ମଧ୍ୟେ ରାତ୍ରି ଘ୬।୮ ଗତେ ଘ୯।୨୦ ମଧ୍ୟେ ଘ୧୧।୪୪ ଗତେ ଘ୨।୫୬ ମଧ୍ୟେ ଘ୩।୪୪ ଗତେ ଘ୫।୨୦ ମଧ୍ୟେ । (ମାହେନ୍ଦ୍ର) – ନାସ୍ତି ।
ମେଷ: ଆପଣଙ୍କର ଧନ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ।
ବୃଷ:-ଆପଣଚିନ୍ତା ମୁକ୍ତରହିବେ। ନୂଆ ବ୍ୟବସାୟ ଆରମ୍ଭକରିବା ଲାଗି ଦିନଟି ଉତ୍ତମ।ନିକଟ ସ˚ପର୍କିୟଙ୍କ ମାଧୢମରେ ଲାଭ ହେବ।
ମିଥୁନ:-ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।
କର୍କଟ:-ସ୍ଥଗିତକାମ ପୂରା ହେବାରୁ ମନ ପ୍ରସନ୍ନ ହେବ।ଅର୍ଥ ସମ୍ବନ୍ଧୀୟ ଭଲଖବର ମିଳିପାରେ।ପରିବାରରେ ସୁଖଶାନ୍ତି ବୃଦ୍ଧି ହେବ।
ସି˚ହ:-ସୃଜନଶୀଳ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣ ଙ୍କୁ ଲାଭ ମିଳିବ। ଛାତ୍ରଙ୍କୁ ଲେଖାପଢ଼ାରେ ପରିଶ୍ରମ କରିବା ଆବଶ୍ୟକ।
କନ୍ୟା:-ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ସଫଳ ହେବେ। ରାଜନୀତିରେ ଲାଭଦାୟକ ସ୍ଥିତି ସୃଷ୍ଟି ହେବ।
ତୁଳା:-ପାଖ ଲୋକଙ୍କ ସହଯୋଗ ପାଇବେ। ସ୍ଥଗିତ ଥିବା କାମ ପୂରା ହେବ। ପୁଞ୍ଜି ବଜାରରେ ଲାଭ ପାଇବେ। ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।
ବିଛା:-ଗପସପରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ଧନୁ:-ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ମନରେ ନୂଆ ବିଚାର ଆସିବ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ।
ମକର:-ସହଯୋଗୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରିବାକୁ ହେବ।ପ୍ରତିକୂଳ ପରିସ୍ଥିତିର ସାମନା କରିପାରନ୍ତି। ବ୍ୟବସାୟର ବିସ୍ତାରପାଇଁ ଚିନ୍ତା କରିବେ।
କୁମ୍ଭ:-ସାରାଦିନ ଖୁସିରହିବେ। ରାଜନୀତିରେ ପରିସୀମା ବଢ଼ାଇବେ।ବ୍ୟବସାୟରେ ଉନ୍ନତି ହେବ।ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।
ମୀନ:- ଅଫିସ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ।ବିବାହିତ ସୁଖଦ ସମୟ ଅତିବାହିତ କରିବେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!
ଦୂରହେଲା ଦୀପାବଳି ଓ ପୟାଶ୍ରାଦ୍ଧ ତାରିଖ ଦ୍ବନ୍ଦ୍,
ପ୍ରେସମିଟ୍ରେ ସୂଚନାଦେଲା ମୁକ୍ତିମଣ୍ଡପ ପଣ୍ଡିତ ମହାସଭା…
ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ପ୍ରେସମିଟ୍ରେ ସ୍ପଷ୍ଟ କରିଛିଯେ,୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ।ଦୀପାବଳି ଓ ପୟାଶ୍ରାଦ୍ଧ ୨୦ କି ୨୧ ତାରିଖରେ କରାଯିବ ତାହାକୁ ନେଇ ସାଧାରଣରେ ଦ୍ଵନ୍ଦ ଦେଖାଦେଇ ଥିଲା।କିନ୍ତୁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଆଜି ଏହି ଦ୍ଵନ୍ଦ ଦୂର କରିବା ସହ ୨୧ ନୁହେଁ ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ସ୍ପଷ୍ଟ କରିଛି ।
ପ୍ରକାଶ ଥାଉକି,ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ସଂଶୋଧିତ ହୋଇଥିବା ପାଞ୍ଜିଗୁଡିକରେ ଚଳିତବର୍ଷ ଦୀପାବଳି ଉତ୍ସବ ପାଳନ କରିବାପାଇଁ ଅକ୍ଟୋବର ୨୦ ତାରିଖ ସୋମବାର ବୋଲି ଉଲ୍ଲେଖ ରହିଛି ।
ମୁକ୍ତିମଣ୍ଡପ ପଣ୍ଡିତ ମହାସଭାର ବହିଷ୍କୃତ ସଦସ୍ୟ ନିଜକୁ ଆତ୍ମଘୋଷିତ ଜ୍ୟୋର୍ତିବିଦ୍ ବୋଲାଇ ଅକ୍ଟୋବର ୨୧ ତାରିଖ ମଙ୍ଗଳବାର ଦିନ ଦୀପାବଳି ତଥା ଦୀପଦାନ ଶ୍ରାଦ୍ଧକୁ କରିବା ପାଇଁ ପ୍ରଚାର କରୁଛନ୍ତି ।ତେଣୁଆସନ୍ତା ଅକ୍ଟୋବର ୨୦ ତାରିଖ ସୋମବାର ଦୀପଦାନ ଶ୍ରାଦ୍ଧ କରାଯିବା ଶାସ୍ତ୍ରସମ୍ମତ । କାରଣ ତା.୨୧.୧୦.୨୦୨୫ ମଙ୍ଗଳବାର ପ୍ରଦୋଷକୁ ଏକ ଦଶ ଦଣ୍ଡ (୨୪ ମିନିଟ୍) ଅମାବାସ୍ୟାତିଥି ନାହିଁ ।ତେଣୁ ତା.୨୧. ୧୦.୨୦୨୫ମଙ୍ଗଳବାର ଦିନ ଦୀପଦାନ ଶ୍ରାଦ୍ଧ କରାଯାଇପାରିବ ନାହିଁ ବୋଲି ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରେସମିଟ୍ରେ ଜଣାଇ ଦିଆଯାଇଛି ।