ଭୁବନେଶ୍ବର ଉତ୍ତର ମହୋତ୍ସବ
ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]