ଭୁବନେଶ୍ଵର,୧୯।୧୦(ଏସଏସନିଉଜ) ନନ୍ଦନକାନନ ଥାନା ଅଧୀନରେ ଥିବା ଆସିୟାନା ରିଗାଲ୍ସରେ ହେଉଥିବା ନୁଆ ଘର ନିମନ୍ତେ ବ୍ୟବହୃତ ଷ୍ଟିଲ ରଡ ଚୋରୀ ଅଭିଯୋଗରେ ପୋଲିସ ରବିବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ଗ୍ରାମର ପିଣ୍ଟୁ ସେଠୀ ଓ ବାରଙ୍ଗ ଥାନା ମଧୁବନ ଗ୍ରାମର ବିର୍କଣ୍ଣ ଜେନା । ଉଭୟଙ୍କ ମଧ୍ୟରୁ ସେଠାରେ ଜଣେ ସିକୁରିଟି ଗାର୍ଡ ଅନ୍ୟ ଜଣେ ସିକୁରିଟି ସୁପର ଭାଇଜର ବୋଲି ସୂଚନା ମିଳିଛି ।
ପ୍ରକାଶଯେ,ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ ଥିବା ଆସିୟାନା ରିଗାଲ୍ସ ପ୍ରକଳ୍ପରେ ପିଣ୍ଟୁ ସେଠୀ ସାଇଟ ସୁପରଭାଇଜର ଭାବରେ କାର୍ଯ୍ୟରେ ନିୟୋଜିତ କରିଥିବା ବେଳେ ଅଭିଯୁକ୍ତ ବିକର୍ଣ୍ଣ ଜେନା ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ଉଭୟ ଅଭିଯୁକ୍ତ ଉକ୍ତ ସାଇଟରୁ ଷ୍ଟିଲ୍ ରଡ୍ ଚୋରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେମାନଙ୍କ ଯୋଜନା ଅନୁଯାୟୀ ଶିଖରଚଣ୍ଡି ବସ୍ତିର ରହୁଥିବା କବାଡିଆ ଡିଲର୍ ରାଜା ଓରଫ୍ ରମଜାନ ଅଲ୍ଲିଙ୍କ ସହିତ ଯୋଗାଯୋଗ କରିଥିଲେ । ସେମାନଙ୍କ ଯୋଜନା ଅନୁଯାୟୀ ଗତ ୧୩ ତାରିଖ ରାତି ୧୧ ଟାରେ ରମଜାନ ଅଲ୍ଲି ଏକ ଆଇଚର ଗାଡ଼ି ନେଇ ଘଟଣାସ୍ଥଳକୁ ଆସିଥିଲେ ଏବଂ ଯେତେବେଳେ ଗାଡ଼ିଟି ସାଇଟ ଭିତରକୁ ପ୍ରବେଶ କରିଥିଲା, ପିଣ୍ଟୁ ଏବଂ ବିକର୍ଣ୍ଣ ଜେନା ଉଭୟ ମୁଖ୍ୟ ଫାଟକରେ ଲାଗିଥିବା ସିସିଟିଭି କ୍ୟାମେରାକୁ କପଡ଼ାରେ ଘୋଡାଇ ଦେଇଥିଲେ ଏବଂ ସେହିପରି ରାତି ୧୧.୧୭ ମିନିଟ୍ ରେ ଆଇଚର ଗାଡ଼ିଟି ଚୋରି ଷ୍ଟିଲ୍ ରଡ୍ ଭର୍ତ୍ତି କରି ବାହାରକୁ ଆସିବା ବେଳେ ଉଭୟ ଅଭିଯୁକ୍ତ ପୁନର୍ବାର ସିସିଟିଭିକୁ ଘୋଡାଇ ଦେଇଥିଲେ । ଏନେଇ ଆଇଏସ୍ବିଏସ୍ ସୁରକ୍ଷା ଏବଂ ପରିଚାଳନା ପ୍ରାଇଭେଟ୍ ଲିମିଟେଡ୍ର ଇନଚାର୍ଜ ଗୋପାଳ ସ୍ୱରୂପ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଈଆଈସି ଦୟାନିଧି ନାୟକ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିବା ସହ ଚୋରୀ କରିଥିବା ୯ ବଣ୍ଡଲ୍ ଷ୍ଟିଲ୍ ରଡ୍ କୁ ସେମାନେ କବଡିଆ ରମଜାନ ଅଲ୍ଲିକୁ ୧୧୦୦୦ ଟଙ୍କାରେ ବିକ୍ରି କରିଥିବା ପ୍ରକାଶ କରିଥିଲେ । ଏନେଇ ନନ୍ଦନକାନନ ଥାନା ପୋଲିସ ରବିବାର ଦିନ ୩୮୩ /୨୫ ନମ୍ବର କେସ ରୁଜୁକରି ଉଭୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)